Home ଓଡ଼ିଶା ଓଡିଆ ପୁଅ ରେ ଖବର ପ୍ରକାଶନ ପରେ ପୁର୍ତ୍ତ ବିଭାଗ ର ଚେତା ପଶିଲା

ଓଡିଆ ପୁଅ ରେ ଖବର ପ୍ରକାଶନ ପରେ ପୁର୍ତ୍ତ ବିଭାଗ ର ଚେତା ପଶିଲା

101

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୧/୦୯- ନୟାଗଡ ଜିଲ୍ଲା ରଣପୁର ପୁର୍ତ୍ତ ବିଭାଗ ରାସ୍ତା ପାଲଟିଛି ମରଣଯନ୍ତା ଅଗଷ୍ଟ ୩୧ ତାରିଖ ରେ ଖବର ପ୍ରକାଶନ ପରେ ପୁର୍ତ୍ତ ବିଭାଗ ର ଚେତା ପଶିଥିବା ଜଣାପଡିଛି । ପୁର୍ତ୍ତ ବିଭାଗ ତତ୍‌ପରତା ପ୍ରକାଶ କରି ରଣପୁର ଚାନ୍ଦପୁର ପୁର୍ତ୍ତ ରାସ୍ତା ର ବରମୂଳ ଛକ ଠାରେ ଥିବା ଅଗମ୍ୟ ରାସ୍ତା ର ମରାମତି କାର୍ଯ୍ୟ ତୁରନ୍ତ ଆରମ୍ଭ କରିଛି ।

ଯାହାଫଳ ରେ ଓଡିଆ ପୁଅ ଖବର  ପ୍ରତି ଲୋକଙ୍କର ଆସ୍ଥା ବଢିଛି । ଏହି ପୁର୍ତ୍ତ ବିଭାଗ ରାସ୍ତା ର ନଳାପୋଲ  ଲକ୍ଷାଧିକ ଟଙ୍କା ରେ ନିର୍ମାଣ ହୋଇଥିଲା । କିନ୍ତୁ ରାସ୍ତା ସଂଯୋଗୀ କରଣ ହୋଇନଥିଲା  । ଯାହାଫଳ ରେ ଅନେକ ଦୁର୍ଘଟଣା ହେବା ସହ ରାସ୍ତା ମରଣଯନ୍ତା ପାଲଟିଥିଲା । ବିଭାଗୀୟ ରଣପୁର ସହକାରୀ ଯନ୍ତ୍ରୀ ଦୟାନିଧି ରାୟଗୁରୁ ଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ନୟାଗଡ ଜିଲ୍ଲା କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରମୋଦ କୁମାର ଧର ଙ୍କ ନିର୍ଦେଶ ରେ ଉକ୍ତ ରାସ୍ତା କୁ ସୁଗମ୍ୟ କରିବା ପାଇଁ କାର୍ଯ୍ୟ ଆରମ୍ଭ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.