Home ଓଡ଼ିଶା ଲଢୁଆ ବିମାନ ‘ତେଜସ’ରେ ଉଠିଲେ ପ୍ରତିରକ୍ଷା ମନ୍ତ୍ରୀ

ଲଢୁଆ ବିମାନ ‘ତେଜସ’ରେ ଉଠିଲେ ପ୍ରତିରକ୍ଷା ମନ୍ତ୍ରୀ

387

ନୂଆଦିଲ୍ଲୀ,୧୯/୦୯,(ଓଡ଼ିଆ ପୁଅ ପି ନାଏକ): ଆଜି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବେଙ୍ଗାଲୁରୁରେ ଥିବା ‘ହାଲ୍‌’ ବିମାନ ବନ୍ଦରରୁ ସ୍ୱଦେଶୀ ଯାନ୍ତ୍ରୀକ ଲଢୁଆ ବିମାନ ତେଜସ୍‌ରେ ଉଡିଛନ୍ତି । ଏହା ହେଉଛି ପ୍ରତିରକ୍ଷା ମନ୍ତ୍ରୀଙ୍କ ରାଜନାଥ ସିଂହଙ୍କ କୌଣସି ଲଢୁଆ ବିମାନରେ ଉଡିବା ପ୍ରଥମ । ତେବେ ପ୍ରଥମଥର  ତେଜସ୍‌ ରେ ଉଡିବା ପରେ ରାଜନାଥ ସିଂହ ନିଜର ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଉଡାଣ ବହୁତ ସହଜ, ଆରାମଦାୟକ ଥିଲା ଆଉ ମୁଁ ବହୁତ ରୋମାଞ୍ଚିତ ଥିଲି । ତେଜସ୍‌ ବିମାନକୁ ମୁଁ ଏଥିପାଇଁ ବାଛିଲି ଯେ, ଏହା ସ୍ୱଦେଶ ଜ୍ଞାନକୌଶଳ ଦ୍ୱାରା ନିର୍ମିତ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.