Home Top News ରାଉରକେଲା ଲଜ୍ଜା: ଡାକ୍ତର ବାପା ଝିଅ ସହିତ କରୁଥିଲା ବାରମ୍ବାର ଦୁଷ୍କର୍ମ! ଗିରଫ

ରାଉରକେଲା ଲଜ୍ଜା: ଡାକ୍ତର ବାପା ଝିଅ ସହିତ କରୁଥିଲା ବାରମ୍ବାର ଦୁଷ୍କର୍ମ! ଗିରଫ

138

ରାଉରକେଲା ୨୦-୧୦ (ଓଡ଼ିଆ ପୁଅ) : ନାବାଳିକା ଝିଅକୁ ବାପା ବାରମ୍ବାର ଦୁଷ୍କର୍ମ କରୁଥିବା ଅଭିଯୋଗ ଆସିଛି। ୧୫ ବର୍ଷୀୟ ଝିଅକୁ ବାପା ବାରମ୍ବାର ଦୁଷ୍କର୍ମ କରିଥିବା ପରି ଖବର ଏବେ ଇସ୍ପାତ ନଗରୀ ରାଉରକେଲାରୁ ଆସିଛି। ଏହାକୁ ନେଇ ସାଧାରଣରେ ଉତ୍ତେଜନା ପ୍ରକାଶ ପାଇଛି। କିନ୍ତୁ ଆଶ୍ଚର୍ଯ୍ୟର କଥାଯେ, ବାପା ଜଣେ ସାଧାରଣ ଲୋକ କି ଶ୍ରମିକ କ୍ୟାଚେଗୋରୀର ନୁହେଁ। ସେ ଜଣେ ଡାକ୍ତର ଥିବା ଜଣାପଡ଼ିଛି ଏବଂ ରାଇରକେଲାର ଏକ ଘରୋଇ ହସ୍ପିଟାଲରେ ନିଯୁକ୍ତ ଥିବା ଜଣାପଡ଼ିଛି। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ଏହି ବିଷୟ ଜନ୍ମକଲା ମା’ ଜାଣିଥିଲା। ଜାଣିବା ପରେ ମଧ୍ୟ କୌଣସି ଫଳ ମିଳିନଥିଲା ବାଳିବାକୁ।
ଚାଇଲଡ ଲାଇନ ପଷରୁ ପ୍ଲାଣ୍ଟ ସାଇଟ ଥାନାରେ ଏତଲା ଦିଆଯାଇଛି। ଅଭିଯୋଗ ଆଧାରରେ ଉଭୟ ବାପା ଓ ମା’କୁ ଅଟକ ରଖାଯାଇଛି। ପୀଡିତାଙ୍କ ଡାକ୍ତରୀ ପରୀକ୍ଷା କରାଯିବା ପରେ ମାଜିଷ୍ଟ୍ରେଟଙ୍କ ପାଖରେ ବୟାନ ରେକର୍ଡ କରାଯିବ।
ଏହି ଦୁଷ୍କର୍ମ କ୍ରମାଗତ ଭାବେ ଗତ ଏପ୍ରିଲ ମାସରୁ ବାପା ନିଶା ଖାଇ କରିଆସୁଥିଲା ବୋଲି ଅଭିଯୋଗ ହୋଇଛି। ନିଜର ୧୪ ବର୍ଷର ନାବାଳିକା ଝିଅ ସହିତ ବଳପୂର୍ବକ ଦୁଷ୍କର୍ମ କରିବା ଘଟଣା ସ୍ଥାନୀୟ ଲୋକେ ଆଶ୍ଚର୍ଯ୍ୟ ହୋଇଛନ୍ତି। ଝିଅ ପ୍ରତିବାଦ କରିବାରୁ ଉଭୟ ବାପା, ମା ନାବାଳିକାଙ୍କୁ ଘରୁ ତଡି ଦେଇଥିଲେ ଝିଅଟି ଜଣେ ସାଙ୍ଗଙ୍କ ଘରେ ରହୁଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.