Home ଜିଲ୍ଲା ପରିକ୍ରମା “ଲଜ୍ଜା” ଅଙ୍ଗନବାଡି ଛାତ୍ରୀକୁ ଡାକି ନେଇ ଦୁଷ୍କର୍ମ

“ଲଜ୍ଜା” ଅଙ୍ଗନବାଡି ଛାତ୍ରୀକୁ ଡାକି ନେଇ ଦୁଷ୍କର୍ମ

348

ଭଦ୍ରକ, ୧୫ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାଂଶଡା ଥାନା ଅର୍ନ୍ତଗତ ଚରଦିଆ ଗ୍ରାମର ଏକ ଅଙ୍ଗନବାଡି ଛାତ୍ରୀକୁ ନେଇ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହେବା ସହ ଦୁଷ୍କର୍ମ କରିଥିବା ୩୫ବର୍ଷ ଯୁବକକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଘଟଣାରୁ ପ୍ରକାଶ ଚରଦିଆ ଗ୍ରାମରେ ବିଷ୍ଣୁ ମହାଳିକଙ୍କ ପୁତ୍ର ବାଚୁ ମହାଳିକ(୩୫) ନିଜ ଘର ପାଖରେ ଥିବା ଏକ ୫ବର୍ଷ ର ଝିଅକୁ ପରଟା ଦେବ ବୋଲି କହି ନିଜ ଘରକୁ ଡାକି ନେଇଥିଲା ଏବଂ ଘରେ ପରଟା ଖାଇବାକୁ ଦେଇ ନାବାଳିକା ଝିଅକୁ ଦୁଷ୍କର୍ମ କରିଥିଲା । ଦୁଷ୍କର୍ମ କରି ସାରିବା ପରେ ସଂପୃକ୍ତ ଯୁବକ ନିଜ ଗ୍ରାମରୁ ଫେରାର ହୋଇଯାଇଥିଲା । ସଂପୃକ୍ତ ନାବାଳିକର ଅତ୍ୟଧିକ ରକ୍ତସ୍ରାବ ହେବାରୁ ନାବାଳିକାର ପରିବାର ଉକ୍ତ ନାବାଳିକା ପାଖରୁ ସମସ୍ତ ଖବର ଜାଣିବା ପରେ ବାଂଶଡା ଥାନାରେ ଏତଲା ଦେଇ ନିକଟସ୍ଥ ଚାନ୍ଦବାଲି ମେଡିକାଲକୁ ଚିକିତ୍ସା ପାଇଁ ନେଇଥିଲେ । ଖବର ଲେଖା ହେବା ବେଳକୁ ଝିଅଟିର ଅବସ୍ଥା ଗିରିତ୍ୱର ବୋଲି ଜାଣିବାକୁ ମିଳିଛି । ଏତଲା ପରେ ବାଂଶଡା ଥାନାଧିକାରୀ ସଂପୃକ୍ତ ଯୁବକର ମୋବାଇଲ ଟ୍ରାକିଂ କରି ଉକ୍ତ ଯୁବକକୁ ପଂଚୁଟିକ୍ରି ଗ୍ରାମରୁ ଗିରଫ କରି ଥାନାକୁ ଆଣିଥିଲେ । ଆଜି ଉକ୍ତ ଯୁବକକୁ ଡାକ୍ତରୀମାଇନା କରିବା ପରେ କୋର୍ଟ ଚାଲାଣ କରାଯାଇଛି ।ଏ ନେଇ ବାଂଶଡା ଥାନାରେ ପୋକ୍ସ ଆକ୍ଟରେ ୩୭୬/୨୦ରେ ଏକ କେଶ ରୁଜୁ କରାଯାଇ ଅଧିକ ତଦନ୍ତ ଜାରୀ ରହିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.