Home କେନ୍ଦୁଝର ଘରେପସି ମୋବାଇଲ ଚୋରୀ ଅଭିଯୋଗରେ ଜଣେ ଗିରଫ

ଘରେପସି ମୋବାଇଲ ଚୋରୀ ଅଭିଯୋଗରେ ଜଣେ ଗିରଫ

117

ହାଟଡ଼ିହି, ୧୫ । ୬ : ଘରେ ପସି ମୋବାଇଲ ଚୋରୀ କରିବା ଅଭିଯୋଗରେ ନନ୍ଦିପଦା ପୁଲିସ ଜଣେ ଅଭିଯୁକ୍ତକୁ ଗିରଫକରି କୋର୍ଟ ଚାଲାଣ କରିଛି । ଖବରରୁ ଜଣାଯାଇଛି ଯେ ନନ୍ଦିପଦା ଥାନା ଅଣା ଗ୍ରାମରେ କାର୍ତ୍ତିର୍କ ମହାକୁଡ ନାମକ ଜଣେ ଯୁବକ ଗତକାଲି ବିଳମ୍ବିତ ରାତିରେ ନିଶାଶକ୍ତ ଅବସ୍ଥାରେ ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରେ ପସି ତାଙ୍କ ଘରୁ ଏକ ମୋବାଇଲ ଓ ଏକ ଡ୍ରେସ ଚୋରୀ କରି ନେଇ ଆସିଥିଲା । ଆଜି ସକାଳୁ ଏହା ଜଣାପଡିବାପରେ ସଂପୃକ୍ତ ଯୁବକକୁ କହିବାପରେ ଯୁବକ ଜଣକ ମୋବାଇଲ ଓ ଡ୍ରେସ ଫେରସ୍ତ କରିଥିଲା । ଏହାକୁନେଇ ଚୋରୀ ଯାଇଥିବା ବ୍ୟକ୍ତିଙ୍କ ପରିବାର ଲୋକେ ନନ୍ଦିପଦା ଥାନାରେ ଅଭିଯୋଗ କରିବାପରେ ନନ୍ଦିପଦା ପୁଲସ ଏକ ମାମଲା ରୁଜୁକରି ଅଭିଯୁକ୍ତ କାର୍ତ୍ତିକକୁ ଗିରଫକରି ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.