Home Top News ଲଘୁଚାପ ପ୍ରଭାବରେ ପୁରୀରେ ଆରମ୍ଭ ହୋଇଛି ଲଗାଣ ବର୍ଷା

ଲଘୁଚାପ ପ୍ରଭାବରେ ପୁରୀରେ ଆରମ୍ଭ ହୋଇଛି ଲଗାଣ ବର୍ଷା

105

ପୁରୀ ୫-୮ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଲଘୁଚାପ ପ୍ରଭାବରେ ପୁରୀରେ ଆରମ୍ଭ ହୋଇଛି ଲଗାଣ ବର୍ଷା। ସକାଳୁ ବର୍ଷା ଆରମ୍ଭ ହେଇଥିବା ବେଳେ ମୁଷଳ ଧାରାରେ ବର୍ଷା ଲାଗି ରହିଛି। ଫଳରେ ଯାତାୟତ ଅସୁବିଧା ଭୋଗିଛନ୍ତି ପୁରୀ ସହର ବାସୀ ଓ ପୁରୀ କୁ ବୁଲିବାକୁ ଆସିଥିବା ପର୍ଯ୍ୟଟକ। ପ୍ରବଳ ବର୍ଷା ଲାଗି ରହିଥିବା ହେତୁ ଅନେକ ପର୍ଯ୍ୟଟକ ବୁଲାବୁଲି ନ କରି ପାରି ହୋଟେଲରେ ରହିଛନ୍ତି। ଫଳରେ ଅନେକ ପର୍ଯ୍ୟଟକ ନିରାଶ ହୋଇଛନ୍ତି। ସେପଟେ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଆହୁରି ୨ ଦିନ ପ୍ରବଳ ବର୍ଷିବ। ପୁରୀ ଜିଲ୍ଲା ରେ ମଧ୍ୟ ଅତି ପ୍ରବଳ ବର୍ଷା ଆଶଙ୍କା ରହିଥିବା ପାଣିପାଗ ବିଭାଗ ପକ୍ଷରୁ ପୂର୍ବରୁ ସୂଚନା ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.