Home ଜିଲ୍ଲା ପରିକ୍ରମା ଲଗାଣ ବର୍ଷାରେ ଧାମନଗର ବେହାଲ: ଭାଙ୍ଗିଲା ଘର, ରାସ୍ତାରେ ଲହଡ଼ି ମାରିଲା ବର୍ଷାଜଳ ଧାମନଗର- ଫଳପୁର...

ଲଗାଣ ବର୍ଷାରେ ଧାମନଗର ବେହାଲ: ଭାଙ୍ଗିଲା ଘର, ରାସ୍ତାରେ ଲହଡ଼ି ମାରିଲା ବର୍ଷାଜଳ ଧାମନଗର- ଫଳପୁର ଯୋଗାଯୋଗ ବିଛିନ୍ନ

57

ଧାମନଗର, ୧୭/୮(ଓଡ଼ିଆ ପୁଅ): ଧାମନଗର ଅଞ୍ଚଳରେ ଲଗାଣ ବର୍ଷା ଯୋଗୁ କୁତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବ୍ଲକ ହେଡ଼ କ୍ୱାଟର ସମେତ ତଳିଆ ଅଞ୍ଚଳ ମାନଙ୍କରେ ବର୍ଷା ଜଳ ରାସ୍ତାରେ ଲହଡ଼ି ଭାଙ୍ଗୁଛି। ଶୁକ୍ରବାର ଏହି ଲଗାଣ ବର୍ଷା ଯୋଗୁ ଧାମନଗର ବ୍ଲକରେ ୨୬୦ମିମି ବର୍ଷା ହୋଇଥିବା ସରକାରୀ ଭାବେ ରେକର୍ଡ଼ କରାଯାଇଛି। ଏହି ଲଗାଣ ବର୍ଷା ଯୋଗୁ ବିଭିନ୍ନ କଚ୍ଚା ଘର ଭାଙ୍ଗିବା ସହିତ କେତେକଙ୍କ ଛପର ଘର ବାଙ୍ଗି ଯାଇଥିବା ଖବର ମିଳୁଛି। ବ୍ଲକର ଦୋବଲ ପଞ୍ଚାୟତ ସୋଧ କୁଣ୍ଡସାହି ଗ୍ରାମର କ୍ଷୀରୋଦ କୁଣ୍ଡୁଙ୍କ ଏହି ଲଗାଣ ବର୍ଷାରେ ତାଙ୍କ ଘରଟି ସମ୍ପୁର୍ଣ୍ଣ ଭାବେ ଭାଙ୍ଗି ଯାଇଛି। ଶୁକ୍ରବାର ବିଳମ୍ବିତ ରାତି ପ୍ରାୟ ୧୧-୩୦ମିନିଟ ସମୟରେ କ୍ଷୀରୋଦ ପରିବାର ସହିତ ଉକ୍ତ ଘରେ ସୋଇଥିବା ବେଳେ ହଠାତ୍ ତାଙ୍କ ଘରର ତିନୋଟି କାନ୍ଥ ପଡ଼ିଯାଇଥିଲା। ଭୟବିତ ହୋଇ ଘରୁ ପଦାକୁ ପଳାଇଆସିବାପରେ ଛପର ମଧ୍ୟ ଭାଙ୍ଗି ପଡ଼ିଲା। ଏବେ କ୍ଷୀରୋଦ ପରିବାରକୁ ଧରି ପଡ଼ୋଶୀଙ୍କ ଘରେ ଆଶ୍ରୟ ନେଇଛନ୍ତି। ସେହିପରି ଦେହୁଡ଼ି ଆନନ୍ଦପୁର ପଞ୍ଚାୟତ ବାଲିପାଯଣା ଗ୍ରମରେ ଲଗାଣ ବର୍ଷାରୁ ଦୁଇ ପରିବାର ବାସହରା ହୋଇଛନ୍ତି। ଗ୍ରାମର ସୁରେନ୍ଦ୍ର ସାହୁ ଓ ଚନ୍ଦ୍ରମଣୀ ସାହୁଙ୍କ ଘର ଲଗାଣ ବର୍ଷାରେ ଭାଙ୍ଗି ଯାଇଛି। ଶୁକ୍ରବାର ରାତି ପ୍ରାୟ ଅଢେଇଟା ସମୟରେ ତାଙ୍କ ଘରଟି ଭାଙ୍ଗି ଯିବାରୁ ପରିବାରକୁ ଧରି ଏବେ ଦୁଇପରିବାର ପଡ଼ୋଶୀଙ୍କ ଘରେ ଆଶ୍ରୟ ନେଇଛନ୍ତି। ଘରର ମାଟିକାନ୍ଥ ଭାଙ୍ଗି ପଡ଼ିବା ସହ ଛପର ମଧ୍ୟ ଭାଙ୍ଗି ଯିବାରୁ ଶୋଭାଗ୍ୟ ବସତ ଏହି ଦୁଇପରିବା ବର୍ତ୍ତି ଯାଇଛନ୍ତି। ସେହିପରି ଉକ୍ତ ପଞ୍ଚାୟତର ଆନନ୍ଦପୁର ଗ୍ରାମର ମହେଶ୍ୱର ବେହେରାଙ୍କ ଘର କାନ୍ଥପଡ଼ି ତାଙ୍କର ତିନୋଟି ଛେଳି ମୃତ୍ୟୁ ଘଟିଛି। ଅବିଶାନ୍ତ ବର୍ଷାଯୋଗୁ ଧାମନଗର ବିଜ୍ଞାପିତ ଅଞ୍ଚଳର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଯ’ ନଦୀରେ ଏହି ବର୍ଷା ଜଳର ବନ୍ୟା ଯୋଗୁ ଧାମନଗର ଏନ୍‌ଏସି କାର୍ଯ୍ୟାଳୟ ଓ ବିଇଓଙ୍କ କାର୍ଯ୍ୟଳୟରେ ବଧ୍ୟ ଜଳାର୍ଣ୍ଣବ ହୋଇଥିଲା। ହବିବିନଗର, ମୁନୁସିପାଟଣା, ବଣିଆସାହି, ଚାରିହାବେଲି, କାଜିସାହି, ଜୟନଗର ଆଦି ଗ୍ରାମରେ ଆଦି ପାଣିପସିବା ଦ୍ୱାରା ଲୋକମାନେ ନାହିଁ ନଥିବା ଅସୁବିଧାରେ ସମ୍ମୁଖିନ ହୋଇଥିଲେ। ସେହିପରି ଶ୍ୟାମପୁର ମୌଜାର ଖାନକାପଛପଟ ଜମିରେ ପ୍ରାୟ ୧୫ପରିବାର ଘରକରି ରହିଥିବାବେଳେ ସକାଳେ ଘରଚାରିପଟେ ଜଳାର୍ଣ୍ଣବ ହୋିଯିବାରୁ ସେମାନେ ଘରୁ ବାହାରି ପାରିନଥିଲେ। ସକାଳେ ଖବର ପାଇ ଧାମନଗର ଦମକଳ ବାହିନୀର କର୍ମଚାରୀମାନେ ବୋଟ ଯୋଗେ ସେମାନଙ୍କୁ ଉଦ୍ଧାର କରିଥିଲେ। ଅପର ପକ୍ଷରେ ଦୀର୍ଘ ବର୍ଷଧରି ଧାମନଗର ଫଳପୁର ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ରାସ୍ତାଟି ଅର୍ଦ୍ଧନିର୍ମିତ ହୋଇ ପଡ଼ି ରହିଥିବାବେଳେ ଅଦ୍ୟବଧିତା ସମ୍ପୁର୍ଣ୍ଣ ହୋଇନାହିଁ। ଏହି ଦୁଇଦିନ ବର୍ଷାରେ ଧାମନଗର ଆରମ୍ଭରୁ ବିରୁହାଁ ପର୍ଯ୍ୟନ୍ତ ସମ୍ପୁର୍ଣ୍ଣ ରାସ୍ତା ବୁଡ଼ି ରହିଥିବାବେଳେ ଯୋଗଯୋଗ ସମ୍ପୁର୍ଣ୍ଣ ଭାବରେ ବୀଚ୍ଛନ୍ନ ହୋଇ ପଡ଼ିଛି। ସେହିପରି ଆମ୍ବିଳିଙ୍ଗା, ଗୁଡ଼ିପୋଖରୀ ଭାୟା ଛନ୍ଦାସାହି ରାସ୍ତାର ୨ଫୁଟ ଉପରେ ବର୍ଷାଜଳ ପ୍ରଭାବିତ ହେବାରୁ ଯୋଗାଯୋଗ ବିଛିନ୍ନ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.