Home ଜିଲ୍ଲା ପରିକ୍ରମା ଧାମନଗର ପୁରପଲ୍ଲୀରେ ୭୪ତମ ସ୍ୱାଧୀନତା ଦିବସ ପାଳିତ

ଧାମନଗର ପୁରପଲ୍ଲୀରେ ୭୪ତମ ସ୍ୱାଧୀନତା ଦିବସ ପାଳିତ

76

ଧାମନଗର, ୧୭/୮(ଓଡ଼ିଆ ପୁଅ) : ଧାମନଗର ଅଞ୍ଚଳରେ ବିଭିନ୍ନ ସ୍ଥାନରେ ୭୪ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ବ୍ଲକ ଅଧ୍ୟକ୍ଷ ଅଶୋକ କୁମାର ନାୟକ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଡ଼ିଓ ଦୁର୍ଗାଚରଣ ମୁର୍ମୁ ଉପସ୍ଥିତ ଥିଲେ। ସେହିପରି ତହସିଲ କାର୍ଯ୍ୟାଳୟରେ ତହସିଲଦାର ରାଧାକାନ୍ତ ବାରିକ ପତାକା ଉତ୍ତୋଳନ କରିଥିବା ବେଳେ ଏନ୍‌ଏସି କାର୍ଯ୍ୟାଳୟରେ କାର୍ଯ୍ୟନିର୍ବାହୀ ଅଧିକାରୀ ଯତୀନ୍ଦ୍ର କୁମାର ମିଶ୍ର, ଥାନାରେ ଏସ୍‌ଡ଼ିପିଓ ମନୋରଂଜନ ସାମଲ, ଧୁଷୁରୀ ଥାନାରେ ଥାନା ଅଧିକାରୀ ପ୍ରଫୁଲ ସିଂ, ଧାମନଗର ପ୍ରେସକ୍ଲବର ସଭାପତି କୈଳାଶଚନ୍ଦ୍ର ଗୁପ୍ତା, ଧାମନଗର ମହାତାବ ସେବାସଦନରେ ସମ୍ପାଦକ ବାସୁଦେବ ତ୍ରିପାଠୀ, ଧାମନଗର ବରିଷ୍ଠ ନାଗରିକ ପରିଷଦରେ ଥାନାଧିକାରୀ ରତିକାନ୍ତ ଗିରି, ନଗର ବିଜୁ ଜନତାଦଳ ପକ୍ଷରୁ ସୁଶାନ୍ତ କୁମାର ରାଉତ, କଂଗ୍ରେସ କାର୍ଯ୍ୟାଳୟରେ ବିଧନସଭା ନେତା ବିଦ୍ୟାଧର ଜେନା, ଯାଦବ ମହାସଭା ପକ୍ଷରୁ ସତ୍ୟମୁର୍ତ୍ତି ବେହେରା, ସେହିପରି ଧୁଷୁରୀ ବରିଷ୍ଠ ନାଗରିକ ମଞ୍ଚ ଓ ଆଞ୍ଚଳିକ ବିକାଶର ମିଳିତ ଆନୁକୂଲ୍ୟରେ ରବିନ୍ଦ୍ର ବେହୁରିଆ, ଦୋବଲ ପଞ୍ଚାୟତର ସୋଧ ଠାରେ ସମିତିସଭ୍ୟ କୈଳାଶ ଜେନା ପତାକା ଉତ୍ତୋଳନ କରିଥିବାବେଳେ ସମାଜସେବୀ କୃଷ୍ଣଚନ୍ଦ୍ର ପତି, ସୁଶାନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ଶିକ୍ଷାଧିକାରୀ କାର୍ଯ୍ୟାଳୟରେ ବିଇଓ ପବିତ୍ର ମୋହନ ବାରିକ ପତାକା ଉତ୍ତୋଳନ କରିଥିଲେ। ଏଥିସହ ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.