Home ଜିଲ୍ଲା ପରିକ୍ରମା ଧାମନଗର: ଦୁଇ ଦିନରେ ୩୬ ଆକ୍ରାନ୍ତ ଚିହ୍ନଟ

ଧାମନଗର: ଦୁଇ ଦିନରେ ୩୬ ଆକ୍ରାନ୍ତ ଚିହ୍ନଟ

45

ଧାମନଗର, ୧୭/୮(ଓଡ଼ିଆ ପୁଅ): ଧାମନଗର ଅଞ୍ଚଳରେ କରୋନା କାୟ ବିସ୍ତାର କରିଚାଲିଛି। ଚଳିତ ଜୁଲାଇ ଓ ଅଗଷ୍ଟ ମାସରେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ଢେର ବୃଦ୍ଧି ପାଇଛି। ଶନିବାର ଓ ରବିବାର ଦୁଇଦିନ ଧରି ଧାମନଗର ଅଞ୍ଚଳରୁ ୩୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଧାମନଗର ଏନ୍‌ଏସିରୁ ୧୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଅସୁରାଳି ପଞ୍ଚାୟତରୁ ୮, କରଦା ପଞ୍ଚାୟତରୁ ୩, ନଦୀଗାଁ ପଞ୍ଚାୟତରୁ ୧ ଓ ଧୁଷୁରୀ ପଞ୍ଚାୟତରୁ ୮ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବ୍ଲକ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହି ନୂଆ ଆକ୍ରାନ୍ତକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୯୫ରେ ପହଂଚିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.