Home ଓଡ଼ିଶା ଲକ ଡାଉନ ସମୟରେ ଜିଲ୍ଲାରେ ୧୨୩୨୬ଜଣଙ୍କୁ ରନ୍ଧାଖାଦ୍ୟ ଓ ୧୫୫୧ଜଣଙ୍କୁ ରାସନ ସାମଗ୍ରୀ ଯୋଗାଇ ଦିଆଯାଇଛି

ଲକ ଡାଉନ ସମୟରେ ଜିଲ୍ଲାରେ ୧୨୩୨୬ଜଣଙ୍କୁ ରନ୍ଧାଖାଦ୍ୟ ଓ ୧୫୫୧ଜଣଙ୍କୁ ରାସନ ସାମଗ୍ରୀ ଯୋଗାଇ ଦିଆଯାଇଛି

259

ମାଲକାନଗିରି,୩୦ା୪(ଓଡିଆ ପୁଅ ) ସମଗ୍ର ବିଶ୍ୱ କରୋନା କବଳରେ ଥିବା ବେଳେ ଲକ ଡାଉନ ହୋଇ ଯାଇଥିବାରୁ ସହର ଓ ବିଭିନ୍ନ ପଚାଂୟତ ଗୁଡିକରେ ଅଟକିରହି ଯାଇଥିବା ଶ୍ରମିକ ଓ ଅସହାୟ ଲୋକ ମାନଙ୍କୁ ମାଲକାନଗିରି ଜିଲ୍ଲାପାଳ ମନୀଷଅଗ୍ରଓ୍ୟାଲ ଙ୍କ ନିର୍ଦ୍ଦେଶ କ୍ରମେ ରନ୍ଧାଖାଦ୍ୟ ଓ ରାସନ ସାମଗ୍ରୀ ଯୋଗାଇ ଦିଆଯିବାର ବ୍ୟବସ୍ଥା ହୋଇଛି । ଜିଲ୍ଲାପ୍ରଶାସନ ପକ୍ଷରୁ ମାଲକାନଗିରି,ପଡିଆ,କାଲିମେଳା, କୋରକୁଣ୍ଡା, ଚିତ୍ରକୋଣ୍ଡା,ଖଇରପୁଟ, ମାଥିଲି ସାତଟି ବ୍ଲକର ୧୧୧ ଟି ପଚାଂୟତ , ବାଲିମେଳା ଏନଏସି ଓ ମାଲକାନଗିରି ପୌରପରିଷଦ ଅଚଂଳର ଗରିବ,ଆସହାୟ,ନିସ୍ୱଃ ଲୋକ ଙ୍କୁ ମହିଳା ସ୍ୱୟଂସହାୟକ ଗୋଷ୍ଠି ମାଧ୍ୟମରେ ୨୯ତାରିଖ ସୁଦ୍ଧା ୧୨୩୨୬ ଜଣଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆ ଯାଇଛି, ଏହା ବ୍ୟତିତ ଗରିବ,ଅଭାବି ନିସହାୟ ୧୫୫୧ ଜଣ ଲୋକଙ୍କୁ ରାସନ ସାମଗ୍ରୀ, ୨୫୭୧୮ ଜଣ ନିର୍ମାଣ ଶ୍ରମିକଙ୍କୁ ୩,୮୫୭୭.୦୦ଟଙ୍କା ସହାୟତା ପ୍ରଦାନ କରାଯାଇଛି, ଗତ୨୯ତାରିଖ ମଧ୍ୟରେ ୭୧୩ଜଣଙ୍କ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ଭୁବନେଶ୍ୱର କୁ ପଠା ଯାଇଥିଲା ସେଥି ମଧ୍ୟରୁ ହସ୍ତଗତ ହୋଇଥିବା ୫୯୧ଟି ନମୁନା ନେଗେଟିଭ ବୋଲି ଜଣାପଡିଛି । ଅନ୍ୟ ନମୁନା ରିପୋର୍ଟ ହସ୍ତଗତ ହୋଇନାହିଁ । ପଶ୍ଚିମବଙ୍ଗ ଫେରନ୍ତା ୪୨ଜଣଙ୍କ ନମୁନା ପରୀକ୍ଷା ପାଇଁ ପଠା ଯାଇଥିଲା ସେମାନଙ୍କର ମଧ୍ୟ ନମୁନା ନେଗେଟିଭ ଆସିଛି ବୋଲି ଉପଜିଲ୍ଲାପାଳ ରାମେଶ୍ୱର ପ୍ରଧାନ ସୁଚନା ଦେଇଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.