Home Coronavirus Outbreak ପୁଣି ଭଲ ଖବର – ରାଜ୍ୟରେ ସୁସ୍ଥ ହେଲେ ଆଉ ୨ କରୋନା ଆକ୍ରାନ୍ତ

ପୁଣି ଭଲ ଖବର – ରାଜ୍ୟରେ ସୁସ୍ଥ ହେଲେ ଆଉ ୨ କରୋନା ଆକ୍ରାନ୍ତ

282

ଭୁବନେଶ୍ଵର ୩୦-୪ (ଓଡ଼ିଆ ପୁଅ) : ରାଜ୍ୟରେ ଆଜି ଆଉ ଦୁଇ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସୁସ୍ଥ ଦୁଇ ଜଣ ରାଉରକେଲାର ବୋଲି ଜଣାପଡ଼ିଛି। ଏହା ସହିତ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୪୧କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରି ସୂଚନା ଦେଇଛି। ସୁନ୍ଦରଗଡ଼ ଜିଲ୍ଲାରେ ୧୦ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ସେଥିରୁ ୩ ଜଣ ପୂର୍ବରୁ ସୁସ୍ଥ ହୋଇଥିଲେ ଆଜି ପୁଣି ଆଉ ୨ ସୁସ୍ଥ ହୋଇଛନ୍ତି। ତେବେ ବାକୀ ୫ ଜଣ ରାଉରକେଲା କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। ରାଜ୍ୟରେ ମୋଟ ୧୪୨ କୋଭିଡ୍‌ ପଜିଟିଭ୍‌ଙ୍କ ମଧ୍ୟରୁ ଜଣେ ମୃତ୍ୟୁବରଣ କରିଥିବା ବେଳେ ୧୦୦ ଜଣ ସକ୍ରିୟ ରୋଗୀ ଏବେ ବିଭିନ୍ନ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.