Home ଓଡ଼ିଶା ଲକ ଡାଉନ ପାଇଁ କଲିକତାରୁ ଦୀର୍ଘ ୧୪ଶହ କିଲେମିଟର ଦୂର ମାଥିଲି କୁ ସାଇକେଲ ରେ...

ଲକ ଡାଉନ ପାଇଁ କଲିକତାରୁ ଦୀର୍ଘ ୧୪ଶହ କିଲେମିଟର ଦୂର ମାଥିଲି କୁ ସାଇକେଲ ରେ ୧୪ଦିନ ଯାତ୍ରା

168

ମାଲକାନଗିରି,୨୧ା୪(ଓଡିଆ ପୁଅ ) ମହାମାରୀ କରୋନା ଲାଗି ଲକ ଡାଉନ ହୋଇ ବସ ଓ ଯାନବାହନ ଚଳାଚଳ ବନ୍ଦ ରହିଥିବାରୁ ସୁଦୁର କଲିକତାରୁ ଦୀର୍ଘ୧୪ଶହ କିଲେମିଟର ରାସ୍ତା ୧୪ଦିନ ଧରି ସାଇକେଲ ଚଳାଇ ମାଲକାନଗିରି ଜିଲ୍ଲା ମାଥିଲିଠାରେ ପହଁଚିଛନ୍ତି ଜଣେ ବ୍ୟବସାୟୀ । ପଶ୍ଚିମବଙ୍ଗ କଲିକତା ବରନଗର ଗ୍ରାମର ରଜିଂତ ମଣ୍ଡଳ ନାମକ ଜଣେ ବ୍ୟବସାୟୀ କିଛି ବର୍ଷହେଲା ମାଲକାନଗିରି ଜିଲ୍ଲାସ୍ଥ ମାଥିଲି ଥାନା ଅଚଂଳରେ ସାଇକେଲରେ ଫେରିକରନ୍ତି । ସେ ଗତ କିଛି ମାସତଳେ କଲିକତାକୁ ମାଲଆଣିବାକୁ ପଳାଇଥିଲେ । ଲକ ଡାଉନ ହୋଇ ଯାଇଥିବାରୁ ସେ ମାଥିଲିକୁ ଫେରିପାରିନଥିଲେ ।ତାଙ୍କର ଜରୁରୀକାମ ମାଥିଲିରେ ଥିବାରୁ ସେ ସୁଦୁର ପଶ୍ଚିମବଙ୍ଗରୁ ସାଇକେଲ ଯୋଗେ ଦୀର୍ଘ୧୪୦୦କିଲୋମିଟର ରାସ୍ତା ୧୪ଦିନରେ ଅତିକ୍ରମକରି ମାଥିଲି ଅଭି ମୁଖେ ଆସିଥିଲେ । ଗତ କାଲି ଜିଲ୍ଲାପ୍ରବେଶ ଦ୍ୱାରା ଗୋବିନ୍ଦପାଲି ଠାରେ ପହଁଚିବାର ଦେଖି କିଛି ଗ୍ରାମବାସୀ ଏସଂପର୍କରେ ଜିଲ୍ଲାପ୍ରଶାସନକୁ ଫୋନ କରିବାରୁ ଖଇରପୁଟ ତହସିଲଦାର ରାମକୃଷ୍ଣ ନାୟକ, ମାଥିଲି ବିଡିଓ ଓ ଥାନାଅଧିକାରୀ ଜହନ କୁଜୁରୁ ଗୋବିନ୍ଦପାଲି ଠାରେ ପହଁଚି ପଶ୍ଚିମବଙ୍ଗର ବ୍ୟବସାୟୀ ଶ୍ରୀ ମଣ୍ଡଳଙ୍କୁ ସେଠାରେ ଅଟକାଇ ତାଙ୍କ ସଂପର୍କରେ ବିବରଣୀ ସଂଗ୍ରହ କରି ତାଙ୍କୁ ଗୋବିନ୍ଦପାଲି କ୍ୱାରେଟାଂଇନ ଗୃହରେ ରଖା ଯାଇଥିବାର ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.