Home Coronavirus Outbreak କରୋନା ମାଡରେ କାନ୍ଦୁଛି ଚାଷୀ। ତାଲାବନ୍ଦ ପାଇଁ ତଳି ତଳାନ୍ତ ଚାଷୀ। ବିଲରେ ପରିବା ପଚୁଛି,...

କରୋନା ମାଡରେ କାନ୍ଦୁଛି ଚାଷୀ। ତାଲାବନ୍ଦ ପାଇଁ ତଳି ତଳାନ୍ତ ଚାଷୀ। ବିଲରେ ପରିବା ପଚୁଛି, ବାଧ୍ୟହୋଇ ଚାଷୀ କମ ଦାମରେ ବିକୁଛି। କେମିତି ସୁଝିବ ଋଣ ଚାଷୀ ମୁଣ୍ଡରେ ଚିନ୍ତା ଘାରିଛି

459

ବାଲିଗୁଡା, ୨୧/୪.(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) ପଚିଗଲାଣି ବାଇଗଣ। ଝଡି ଗଲାଣି କଦଳୀ, ବିକ୍ରି ହୋଇପାରୁନି ପୋଟଳ। ପରିବା ଚାଷୀଙ୍କ ଉପରେ କରୋନା ମାଡ। ହଜାର ହଜାର ଟଙ୍କା ଋଣ କରି ପରିବା ଓ କଦଳୀ ଚାଷ କରିଥିଲା ଚାଷୀ। ହେଲେ ପରିବା ବିକ୍ରି ନହୋଇ ଜମିରେ ପଚିବାରେ ଲାଗିଛି। କେମିତି ଋଣ ସୁଝିବେ ଏବେ ସେହିଚିନ୍ତାରେ କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳର ଚାଷୀ।ଗଛରେ ପାଚିଗଲାଣି ବାଇଗଣ। ଝଡି ଗଲାଣି କଦଳୀ ଖାନ୍ଦୀ, ପୋଟଳ ଅବସ୍ଥା ମଧ୍ୟ ଉଣାଅଧିକେ ସେୟା। ଯାହା ପରିବା ଅମଳ କରିଥିଲା ଚାଷୀ ତାହା ବିକ୍ରି ହୋଇପାରୁନି। କରୋନା ଏମିତି ମାଡ ମାରିଛି ଯେ ଚାଷୀର ନିଦ ହଜିଯାଇଛି। କନ୍ଧମାଳ ଜିଲ୍ଲାର ଏକର ଏକର ଜମିରେ ପରିବା ଓ କଦଳୀ ଚାଷ କରିଥିବା ଚାଷୀ ଏବେ ମୁଣ୍ଡରେ ହାତ ଦେଇବସିଛି। କାରଣ ବଜାରରେ କଦଳୀ ଓ ପରିବା ବିକ୍ରି ହୋଇପାରୁନି। ଯଦି ବିକ୍ରି ହେଉଛି ତେବେ ତାହା ଶାଗ ମାଛ ଦରରେ ପୁଣି ସମୟ ସୀମା ମଧ୍ୟରେ। ଚାଷୀ ଉପରେ କରୋନା ମାଡ଼। କେମିତି ଋଣ ସୁଝିବ ଚାଷୀ? ଏକର ଏକର ଜମିରେ ୨୦ ହଜାରରୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଋଣ କରି ପରିବା ଚାଷ କରିଥିଲା ଚାଷୀ। ଆଶା କରିଥିଲା ଭଲ ଦି ପଇସା ରୋଜଗାର ହେବ ବୋଲି। କିନ୍ତୁ କରୋନା ପ୍ରଭାବରେ ଚାଷୀର ଅଂଟା ଭାଙ୍ଗି ଯାଇଛି। ପରିବା ପୋଚା ହେବା ଏବଂ ବିକ୍ରି ନହେବା କାରଣରୁ ଏବେ କେମିତି ଋଣ ସୁଝିବ ଚାଷୀ ସେହି ଚିନ୍ତା ଘାରିଛି। ଚାଷ ଉଜୁଡିଯିବା ପରେ ଏବେ ପରିବା ଚାଷୀ ଅପେକ୍ଷା କରିଛନ୍ତି ସରକାରୀ ସହାୟତାକୁ। ସହାୟତା ନମିଳିଲେ ଆଗକୁ ପରିବାର ଚଳାଇବା କଷ୍ଟକର ହୋଇପଡିବ ବୋଲି କହିଛନ୍ତି ଚାଷୀ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.