ମାଲକାନଗିରି,୨୪ା୪(ଓଡିଆ ପୁଅ )ସମଗ୍ର ବିଶ୍ୱରେ କରୋନା ମହାମାରି ରୁପନେଇଥିବାରୁ ସମଗ୍ର ଦେଶରେ ଲକ ଡାଉନ ଘୋଷଣା କରାଯାଇଛି, ଲକ ଡାଉନ ବେଳେ ସରକାରଙ୍କ ପକ୍ଷରୁ ବିଭିନ୍ନ ନିୟମ ପାଳନ କରିବା ପାଇଁ ନିର୍ଦ୍ଦେଶ ନାମା ଜାରି କରାଯାଇଛି । ମାଲକାନଗିରି ସହରରେ ଏହି ନିୟମକୁ ଉଲ୍ଳଘନ କରିବା ଅଭିଯୋଗରେ କିଛି ଅମାନିଆ ଙ୍କ ଠାରୁ ଜିଲ୍ଲାପ୍୍ରଶାସନ ଓ ପୁଲିସ ପ୍ରଶାସନ ୨୦ହଜାର ଟଙ୍କା ଜରିମାନା ଆଦାୟ କରିଛନ୍ତି । ଗତ ତିନିଦିନହେଲା ଜିଲ୍ଲାପ୍ରଶାସନ ପକ୍ଷରୁ ସହକାରି ଜିଲ୍ଲାପାଳ ତଥା ଜିଲ୍ଲା ରେକ୍ରସ ସୋସାଇଟର ପ୍ରମୋଦ କୁମାର ବେହେରା, ନିଜାରତ ଅଫିସର ତଥା ସହକାରି ଜିଲ୍ଲାପାଳ ଜଗଦିଶ କାର୍ତାମି ଓ ମାଲକାନଗିରି ଥାନା ଅଧିକାରୀ ରାମପ୍ରସାଦ ନାଗ ପୁଲିସ ସଦଳବଳ ସହରର ବିଭିନ୍ନ ଛକଠାରେ ଜଗିରହି ମାସ୍କ ନ ପିନ୍ଧି ବାହେରେ ବୁଲିଥିବା ବ୍ୟକ୍ତି ଓ ବାଇକରେ ଦୁଇଜଣରୁ ତିନିଜଣ ବସି ଯାତ୍ରାକରୁଥିବା ବ୍ୟକ୍ତିମାନଙ୍କୁ ଅଟକାଇ ସେମାନଙ୍କ ଠାରୁ ୨୦ହଜାର ଟଙ୍କା ଜରିମାନା ଆଦାୟ କରିଛନ୍ତି , ଏହି ଜରିମାନା ଟଙ୍କା ରେଡକ୍ରସ ଓ କୋଭିଡ-୧୯ ଫଣ୍ଡରେ ଜମାରହିବା ପାଇଁ ନିସ୍ପତି ନିଆଯାଇଛି । ଲକ ଡାଉନ ନିୟମ ଉଲ୍ଳଘଂନ କାରିମାନଙ୍କ ଠାରୁ ଆଜି କେବଳ ୬୫୦୦ଟଙ୍କା ଜରିମାନା ଆଦାୟ କରାଯାଇଛି । ଏହି ଟିମ ଲକ ଡାଉନ ଉଲ୍ଳଘଂନ କାରି ମାନଙ୍କୁ ମାସ୍କ ପିନ୍ଧାଇ କରୋନା ସଂକ୍ରମଣରୁ କିପରି ରକ୍ଷାପାଇବା ଓ ଲକ ଡାଉନ ନିୟମର ସଂପର୍କରେ ଜନ ସଚେତନତା ର ବାର୍ତାଦେଇଛନ୍ତି ।ଗତ ତିନିଦିନ ହେଲା ଜିଲ୍ଲାପ୍ରଶାନର ରେଡ କ୍ରସଫଣ୍ଡ ବୃଦ୍ଧି ହେବାସହ ସହରବାସୀ ଓ ରାସ୍ତାଘାଟରେ ଯାଉଥିବା ବ୍ୟକ୍ତି ମାନଙ୍କ ମଧ୍ୟରେ ସଚେତନାତା ଜାଗ୍ରତ ହେବାସହ ମୁହଁରେ ମାସ୍କ ଲଗାଇ ବାଇକରେ ଜଣେ ଲେଖା ଯାତ୍ରା କରୁଥିବାର ଦେଖିବାକୁ ମିଳୁଛି ।