Home ଓଡ଼ିଶା ଲକ ଡାଉନ ନିୟମ ଉଲଘଂନ କାରିଙ୍କ ଠାରୁ ମାଲକାନଗିରି ପୁଲିସ ୫୦ଟି ବାଇକ ଜବତ କଲେ

ଲକ ଡାଉନ ନିୟମ ଉଲଘଂନ କାରିଙ୍କ ଠାରୁ ମାଲକାନଗିରି ପୁଲିସ ୫୦ଟି ବାଇକ ଜବତ କଲେ

83

ମାଲକାନଗିରି,୧ା୪(ଓଡିଆ ପୁଅ ) ସମଗ୍ର ବିଶ୍ୱରେ କରୋନା ର ଭୟାବହ ପରିସ୍ଥିତି ସାଙ୍ଗକୁ ତାଲାବନ୍ଦ ଡାକରାରେ ଦେଶବାସୀ ନିଜ ଘରୁ ବାହାରକୁ ବାହାରୁ ନଥିବା ବେଳେ ମାଲକାନଗିରି ଜିଲ୍ଲାରେ କିଛି ଲୋକ ବାଇକ ଧରି ବୁଲି ରାସ୍ତାଘାଟରେ ଅଯଥା ଭିଡଜମାଉ ଥିବାରୁ ମାଲକାନଗିରି ଥାନା ପୁଲିସ ଚଢଉକରି ବାଇକ ଗୁଡିକୁ ଜବତ କରିଛନ୍ତି । ଜିଲ୍ଲାପ୍ରଶାସନ ଓ ପୁଲିସ ପ୍ରଶାସନ ପକ୍ଷରୁ ବିଭିନ୍ନ ସହର,ବଜାର.ଗାଁ ଗହଳିରେ ଲକ ଡାଉନ ସମୟରେ କେହି ଗାଡିଧରି ବାହରକୁ ଯାଆନ୍ତୁନାହିଁ କି ରାସ୍ତାଘାଟରେ ଭିଡକରନ୍ତୁ ନାହିଁ ବୋଲି ବାରମ୍ବାର ଡାକବାଜି ଯନ୍ତ୍ର ଯୋଗେ ପ୍ରଚାର କରିବା ସ୍ୱତ୍ୟେ ମାଲକାନଗିରି ସହରରେ କିଛି ଲୋକ ଅଯଥା ବାଇକ ଧରି ବୁଲିବା ଓ ଦୋକାନ ବଜାର ରାସ୍ତାଘଟରେ ଗହଳିକରୁଥିଲେ । ମାଲକାନଗିରି ଥାନା ପୁଲିସର ପିସିଆର ଭ୍ୟାନ ପେଟ୍ରୋଲିଂ ସମୟରେ ଏହି ବ୍ୟକ୍ତିମାନେ ପୁଲିସ ହାବୁଡରେ ପଡି ଏବେ ହରଡ ଘଣାରେ ପଡିଯାଇଛନ୍ତି । ଲକ ଡାଉନ ନିୟମ ଉଲଘଂନ କରିବା ଅଭିଯୋଗରେ ମାଲକାନଗିରି ପୁଲିସ ସେମାନଙ୍କ ବାଇକ ଜବତ କରି ୫ଥର ଲେଖା ଦଣ୍ଡ ବୈଠକ କରାଇ କିଛିକାମ ନଥାଇ ଅଯଥା ବାଇକ ଧରି ବଜାରଘାଟରେ ନ ବୁଲିବା ପାଇଁ ବୁଝାଇ ଛାଡିଦେଇଛନ୍ତି ।ଗତ କାଲି ଠାରୁ ଆଜି ମଧ୍ୟରେ ପ୍ରାୟ ୫୦ରୁ ଉର୍ଦ୍ଦ ବାଇକ ଜବତ ହୋଇ ଥାନାରେ ରଖାଯାଇଛି । ଲକ ଡାଉନ ସମୟରେ କେହି ବାହାରକୁ ବାହାରନ୍ତୁ ନାହିଁ ,ପନି ପରିବା ସଉଦା ଓ ଅତ୍ୟାବଶ୍ୟକିୟ ସାମଗ୍ରୀ କ୍ରୟ କରିବାକୁ ଗଲେ ଚାଲି ଚାଲି ଯାଅନ୍ତୁ,ଗାଡି କିମ୍ବା ବାଇକ ନେଇ ଅଯଥା ଦୋକାନ ଆଗରେ ଗହଳି କରନ୍ତୁ ନାହିଁ । ଲକ ଡାଉନ ନିୟମ ମାନନ୍ତୁ କରୋନା ସଂକ୍ରମଣରୁ ଦୂରେଇ ରୁହନ୍ତୁ ବୋଲି ଆଦର୍ଶ ଥାନା ଆଇଆଇସି ରାମପ୍ରସାଦ ନାଗ ସହର ବାସୀଙ୍କୁ ନିବେଦନ କରିଛନ୍ତି ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.