Home କେନ୍ଦୁଝର ଭଦ୍ରକରେ କରୋନା ଆକ୍ରାନ୍ତ ଚିହ୍ନଟ ପରେ ସୀମା ସିଲ କଲା ପ୍ରଶାସନ

ଭଦ୍ରକରେ କରୋନା ଆକ୍ରାନ୍ତ ଚିହ୍ନଟ ପରେ ସୀମା ସିଲ କଲା ପ୍ରଶାସନ

125

ହାଟଡ଼ିହି-୨/୪, ଭଦ୍ରକରେ ୪ର୍ଥ କରୋନା ଆକ୍ରାନ୍ତ ଚିହ୍ନଟ ପରେ କେନ୍ଦୁଝର- ଭଦ୍ରକ ଜିଲ୍ଲାକୁ ବସନ୍ତିଆ ନିକଟରେ ସିଲ କରାଯାଇଛି । ଭଦ୍ରକ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକ୍ରମେ ବନ୍ତ ପୁଲିସ ପକ୍ଷରୁ ବସନ୍ତିଆ ବଜାର ନିକଟରେ ସୀମା ରାସ୍ତାକୁ ସିଲ କରାଯାଇ କେବଳ ।ତ୍ୟାବଶ୍ୟକୀୟ ସାମଗ୍ରୀ ଜାନବାହାନକୁ ଛାଡୁଥିବାବେଳେ ପୁଲିସ ପାସ ଦେଖାଇ କାଁ ଭାଁ ବାଇକ ଆରୋହୀ ଯାତାୟତ କରୁଛନ୍ତି । ସେଠାରେ ନିୟୋଜିତ ଥିବା ପୁଲିସ କର୍ମଚାରୀମାନେ ଲୋକମାନଙ୍କୁ ବୁଝାଇ ସଚେତନ କରୁଥିବା ଦେଖିବାକୁ ମିଳିଛି । କେନ୍ଦୁଝର ଜିଲ୍ଲାର ବିଶେଷକରି ହାଟଡିହି ବ୍ଲକର ଲୋକମାନେ ସାଧାରଣତଃ ଭଦ୍ରକ ଉପରେ ନିର୍ଭର କରିଥାନ୍ତି । ସଉଦାପତ୍ର ଠାରୁ ଆରମ୍ଭକରି ଔଷଧପତ୍ର ପର୍ଯ୍ୟନ୍ତ ଭଦ୍ରକରୁ ଆଣିଥାନ୍ତି । ରାଜ୍ୟର ଚତୁର୍ଥ କରୋନା ଆକ୍ରାନ୍ତଙ୍କ ଘର ଭଦ୍ରକ ବୋଲି ଘୋଷଣା ହେବାପର ଠାରୁ କେନ୍ଦୁଝର ଜିଲ୍ଲା ସୀମାନ୍ତବର୍ତ୍ତୀ ଗାଁ ଓ ହାଟଡିହି ବ୍ଲକର ଲୋକମାନେ ସବୁଠାରୁ ଅଧିକ ସତର୍କ ହୋଇଛନ୍ତି । ଲୋକମାନେ ସେତେଟା ବାହାରକୁ ବାହାରୁ ନଥିବାବେଳେ ବ୍ଲକର କୌଣସି ମାର୍କେଟରେ ଲୋକବାକ ଦେଖିବାକୁ ମିଳୁ ନାହାନ୍ତି । ସମସ୍ତ ଦୋକାନ ବଜାର ବନ୍ଦ ରହିଥିବାବେଳେ ପରିବା ଦୋକାନ, ଗ୍ରୋସରୀ ଦୋକାନ ଗୁଡିକରେ ଗ୍ରାହକଙ୍କ ସଖ୍ୟା ବହୁ ପରିମାଣର କମି ଯାଇଛି । ମାଛ ମାଂସ ଦୋକାନ ଏକ ପ୍ରକାର ବନ୍ଦ ହୋଇଯାଇଛି କହିଲେ ଚଳେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.