Home ଓଡ଼ିଶା ଲକ୍ ଡାଉନ ପର ଦିନକୁ ଦିନ ଯୋଡା ସହରରେ ଚୋରି ବୃଦ୍ଧି

ଲକ୍ ଡାଉନ ପର ଦିନକୁ ଦିନ ଯୋଡା ସହରରେ ଚୋରି ବୃଦ୍ଧି

236

ଯୋଡା, ୧୫ । ୪ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଲକ୍ ଡାଉନ ପର ଠାରୁ ଯୋଡା ସହରରେ କ୍ରମାନ୍ୱୟରେ ଚୋରି ବୃଦ୍ଧି ପାଉଥିବା ନଜରକୁ ଆସିଛି । ମଙ୍ଗଳବାର ରାତ୍ରିରେ କୌଣସି ଦୁର୍ବୁତ୍ତ କମାରଯୋଡାସ୍ଥିତ ଟିଭିଏସ୍ ସୋରୁମ ସାମନା ରଙ୍ଗିଲା ମାର୍କେଟ କମ୍ପେ୍ଲକ୍ସରେ ଥିବା ଶଶି ପ୍ରକାଶଙ୍କ ମନୋହରି ଦୋକାନରୁ ତାଲା ଭାଙ୍ଗି ପ୍ରାୟ ୪୦ ହଜାର ଟଙ୍କାର ଜିନିଷ ନେଇଯାଇଥିବା ଅଭିଯୋଗ ହୋଇଛି । ଲକ୍ ଡାଉନ ଯୋଗୁଁ ଦୋକାନ ବଜାର ବନ୍ଦ ଥିବା ବେଳେ ଶଶି ପ୍ରକାଶ ବୁଧବାର ସକାଳୁ ତାଙ୍କର ଦୋକାନର ତାଲା ଭଙ୍ଗା ଯାଇଥିବା ଖବର ପାଇଥିଲେ । ଖବର ପାଇ ସେ ସକାଳୁ ଆସି ଦେଖିଲେ ଯେ, ତାଙ୍କ ଦୋକାନରେ ଲାଗିଥିବା ତିନୋଟି ତାଲା ବାହାରେ ପଡିଥିବା ସହିତ ତାଲା ଭାଙ୍ଗିବା ପାଇଁ ବ୍ୟବହୃତ ଏକ ରଡ୍ ମଧ୍ୟ ପଡିଥିଲା । ସେ ଦୋକାନ ଖୋଲି ଦେଖିଥିଲେ ଯେ ତାଙ୍କ ଦୋକାନରେ ଥିବା ଏକ ନିକନ କ୍ୟାମେରା ଯାହାର ମୂଲ୍ୟ ୨୫ ହଜାର ଟଙ୍କା ହେବ ଏହା ସହିତ ନଗଦ ୬ ହଜାର ଟଙ୍କା ଅନ୍ୟାନ୍ୟ ଦାମି ପ୍ରସାଦର ସାମଗ୍ରୀ ନେଇଯାଇଥିଲେ ଯାହାର ଆନୁମାନିକ ମୂଲ୍ୟ ୪୦ ହଜାର ଟଙ୍କା ହେବ ବୋଲି ସେ କହିଛନ୍ତି । ଏ ସଂକ୍ରାନ୍ତରେ ସେ ଯୋଡା ଥାନାରେ ଏକ ମାମଲା ଋଜୁ କରିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.