Home କେନ୍ଦୁଝର ଲକ୍ ଡାଉନ୍ ପାଇଁ ଛାତ୍ରଛାତ୍ରୀଙ୍କ ଘରଘର ବୁଲି ପୁସ୍ତକ ବାଣ୍ଟିଲେ ଶିକ୍ଷକ

ଲକ୍ ଡାଉନ୍ ପାଇଁ ଛାତ୍ରଛାତ୍ରୀଙ୍କ ଘରଘର ବୁଲି ପୁସ୍ତକ ବାଣ୍ଟିଲେ ଶିକ୍ଷକ

869

ବଡ଼ବିଲ ,ତା ୦୧ ମେ (ଓଡ଼ିଆ ପୁଅ/ସୀତାରାମ ଦୀକ୍ଷିତ) କରୋନା ମହାମାରୀକୁ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ଲକ୍ ଡାଉନ୍ ନିୟମ ଘୋଷଣା କରାଯାଇଥିବାରୁ ସମସ୍ତ ସ୍କୁଲ ଗୁଡ଼ିକ ବନ୍ଦ ରହିଛି । ଏହାର ପ୍ରଭାବ ସିଧାସଳଖ ଭାବେ ଛାତ୍ରଛାତ୍ରୀଙ୍କ ଉପରେ ପଡିଥିବାରୁ ସେମାନେ କିପରି ଘରେ ସୁରକ୍ଷିତ ରହି ଠିକ୍ ଭାବେ ପାଠ ପଢିପାରିବେ ସେନେଇ ଛାତ୍ରଛାତ୍ରୀଙ୍କ ଘରେ ଘରେ ପୁସ୍ତକମାନ ପହଞ୍ଚାଇବା ପାଇଁ ସରକାରଙ୍କ କଡ଼ା ନିର୍ଦ୍ଦେଶ ରହିଛି । ଏହାକୁ ନେଇ ଶିକ୍ଷକମାନେ ଘରଘର ବୁଲି ଛାତ୍ରଛାତ୍ରୀମାନଙ୍କୁ ପୁସ୍ତକ ବଣ୍ଟନ ପ୍ରକିୟା ଆରମ୍ଭ କରିଦେଇଛନ୍ତି । କେନ୍ଦୁଝର ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ସେରେଣ୍ଡା ପଞ୍ଚାୟତର କାଶିଆ ଭଦ୍ରାସାହି ମାଧ୍ୟମିକ ଓ ପ୍ରାଥମିକ ବିଦ୍ୟାଳୟ ଅଧିନସ୍ଥ ଭୁଷୁଗାଁର ୫୫୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀମାନଙ୍କୁ ବିଦ୍ୟାଳୟ ତରଫରୁ ପୁସ୍ତକ ବଣ୍ଟନ କରାଯାଇଛି । ଏହି ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ସମସ୍ତ ଛାତ୍ରଛାତ୍ରୀଙ୍କ ପାଖରେ କିପରି ଠିକ୍ ଭାବେ ବହି ଗୁଡିକ ପହଞ୍ଚିବ ସେନେଇ ସିଆରସିସି ଲଷ୍ମୀକାନ୍ତ ମହାନ୍ତିଙ୍କ ନିର୍ଦ୍ଦେଶ କ୍ରମେ ଶିକ୍ଷକମାନେ ସମସ୍ତ ଛାତ୍ରଛାତ୍ରୀଙ୍କ ଘରଘର ବୁଲି ବହି ବାଣ୍ଟିଥିଲେ । ସରକାରଙ୍କ ଲକ୍ ଡାଉନ୍ ନିୟମକୁ ନେଇ ଶିକ୍ଷକମାନେ ମୁହଁରେ ମାସ୍କ ଲଗାଇବା ସହ ସାନିଟାଇଜ ହୋଇ ଛାତ୍ରଛାତ୍ରୀ ଓ ଅବିଭାବକମାନଙ୍କୁ ପୁସ୍ତକ ବାଣ୍ଟିଥିଲେ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ କେ ବି ହାଇସ୍କୁଲର ଶିକ୍ଷକ ଜୟନ୍ତ କୁମାର ପ୍ରଧାନ, କୁନା ପାତ୍ର, ବିଶ୍ୱନାଥ ନାୟକ, ସୁବ୍ରତ ମଳିକ ପ୍ରମୁଖ ଉପସ୍ଥିତ ରହି ମିଳିତ ଭାବେ ଘରଘର ବୁଲି ବହି ବାଣ୍ଟିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.