Home Coronavirus Outbreak କରୋନା ଭାଇରସରୁ ମୁକ୍ତି ପାଇବା ପାଇଁ ୨ ବର୍ଷ ଲାଗିପାରେ : ଅଧ୍ୟୟନ

କରୋନା ଭାଇରସରୁ ମୁକ୍ତି ପାଇବା ପାଇଁ ୨ ବର୍ଷ ଲାଗିପାରେ : ଅଧ୍ୟୟନ

1071

ନୂଆ ଦିଲ୍ଲୀ ୧-୫ (ଓଡ଼ିଆ ପୁଅ) କରୋନା ଭୂତାଣୁ ମହାମାରୀରୁ ମୁକ୍ତି ପାଇବା ପାଇଁ ଆହୁରି ଦୁଇବର୍ଷ ଲାଗିପାରେ ବୋଲି ଆମେରିକାର ଏକ ବିଶ୍ୱବିଦ୍ୟାଳୟର ଏକ ରିପୋର୍ଟରେ ଏହାର ଦାବି କରାଯାଇଛି। ଏହି ରିପୋର୍ଟ ଅନୁଯାୟୀ, ବିଶ୍ୱର ଦୁଇ ତୃତୀୟାଂଶ ଲୋକ ଭୂତାଣୁ ପ୍ରତିରୋଧକ ଶକ୍ତି ବଢ଼ାଇବା ପର୍ଯ୍ୟନ୍ତ କରୋନାରୁ ମୁକ୍ତି ପାଇବା କଷ୍ଟକର ଏବଂ ଏହା ପ୍ରାୟ ୨ ବର୍ଷ ସମୟ ନେଇପାରେ। ବର୍ତ୍ତମାନ ପର୍ଯ୍ୟନ୍ତ ସାରା ବିଶ୍ୱରେ କରୋନା ଦ୍ୱାରା ୩୩ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି ଏବଂ ୨ ଲକ୍ଷ ୩୫ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି।

ଲକ୍ଷଣ ନହେବା ଏକ ଚ୍ୟାଲେଞ୍ଜ
ବହୁ ସଂଖ୍ୟକ ଲୋକଙ୍କ ପାଖରେ ଲକ୍ଷଣ ଦେଖାଯାଉ ନାହିଁ। ଏପରି ପରିସ୍ଥିତିରେ ଭୂତାଣୁର ସଂକ୍ରମଣକୁ ରୋକିବା କଷ୍ଟକର ହେବ। ମିନେସୋଟା ୟୁନିଭରସିଟିର ଗବେଷଣା ଅନୁସାରେ ୨୦୨୨ ସୁଦ୍ଧା ମହାମାରୀର ଅନେକ ରଙ୍ଗ ହୋଇପାରେ। ଏହି ଅନୁଯାୟୀ, ଲୋକମାନେ ଆଗାମୀ ସମୟରେ ପ୍ରସ୍ତୁତ ହେବା ଉଚିତ୍।

ଭ୍ୟାକ୍ସିନ୍ ରକ୍ଷା କରିବ ଜୀବନ
ଏହି ରୋଗକୁର ଭ୍ୟାକ୍ସିନ ବିକଶିତ ହେବା ପରେ ଅନେକ ମାତ୍ରାରେ ଏହାକୁ ରୋକାଯାଇପାରିବ ବୋଲି ଗବେଷଣାରେ କୁହାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.