Home କେନ୍ଦୁଝର ବଡ଼ବିଲ ଗୁରୁଦ୍ୱାର ଗୁରୁ ସିଂ କମିଟି ପକ୍ଷରୁ ଅନୁଷ୍ଠିତ ରକ୍ତଦାନ ଶିବିର, ୩୦ ୟୁନିଟ୍ ରକ୍ତ...

ବଡ଼ବିଲ ଗୁରୁଦ୍ୱାର ଗୁରୁ ସିଂ କମିଟି ପକ୍ଷରୁ ଅନୁଷ୍ଠିତ ରକ୍ତଦାନ ଶିବିର, ୩୦ ୟୁନିଟ୍ ରକ୍ତ ସଂଗ୍ରହ

861

ବଡ଼ବିଲ ,ତା ୦୧ ମେ (ଓଡ଼ିଆ ପୁଅ/ସୀତାରାମ ଦୀକ୍ଷିତ) କେନ୍ଦୁଝର ଜିଲ୍ଲା ବଡ଼ବିଲର ଗୁରୁଦ୍ୱାର ଗୁରୁ ସିଂ କମିଟି ତରଫରୁ ମହାମାରୀ କରୋନା ସମୟରେ ରକ୍ତ ଭଣ୍ଡାରରୁ ରକ୍ତ ଅଭାବକୁ ଦୂର କରିବାକୁ ନେଇ ରକ୍ତଦାନ ଶିବିର ଅନୁଷ୍ଠିତ ହୋଯାଇଛି । ଏହି ଶିବିରରେ ସାମାଜିକ ଦୂରତା ରକ୍ଷାକରି ଅତି ଉତ୍ସାହ ସହ ମୋଟ ୩୦ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । କରୋନା ସମୟରେ ରକ୍ତ ଭଣ୍ଡାରକୁ ରକ୍ତ ଯୋଗାଇ ଦେବା ପାଇଁ ଅଣ୍ଟା ଭିଡ଼ି ଦୈାଡି ଆସିଛନ୍ତି ଗୁରୁଦ୍ୱାର ଗୁରୁସିଂ କମିଟିର ସଭାପତି ସୁକଦେବ ସିଂ, ସମ୍ପାଦକ ଗୁରୁଚରଣ ସିଂ ଓ ଗୁରୁଦ୍ୱାରର ସମସ୍ତ କର୍ମକର୍ତ୍ତା । ଏହି ରକ୍ତଦାନ ଶିବିରକୁ ଆସିଥିବା ରକ୍ତ ଦାତାଙ୍କ ସ୍ୱତନ୍ତ୍ର ଭାବେ ସାମାଜିକ ଦୂରତା ଅବଲମ୍ବନ କରାଯାଇଥିଲା । ଯଥା ପୃଥକ ଭାବେ ରକ୍ତଦାତାଙ୍କ ଅପେକ୍ଷା ଗୃହ ଓ ରକ୍ତଦାନ ଗୃହ, ପଞ୍ଜିକରଣ ସମୟରେ ଚୁନରେ ଗୋଲେଇ କରି ୨ ମିଟର ବ୍ୟବଧାନ ରକ୍ଷା, ରକ୍ତଦାନ ଶିବିରକୁ ପଶିବା ଆଗରୁ ସାନିଟାଇଜର ଓ ସାବୁନର ବ୍ୟବହାର । ସ୍ୱତନ୍ତ୍ର ସାନିଟାଇଜର କେବିନ, ଜଣେ ରକ୍ତଦାନ କରି ସାରିବା ପରେ ବେଡ଼କୁ ସାନିଟାଇଜ କରିବା ଏଭଳି ବ୍ୟବସ୍ଥା ଦେଖି ରକ୍ତଦାତା ଓ ଅତିଥିମାନେ ଶିବିର ଆୟୋଜକମାନକୁ ସାଧୁବାଦ ସହିତ ଉଦାହରଣ ଅନ୍ୟକୁ ପ୍ରେରଣା ଦେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.