Home ଓଡ଼ିଶା ଲକ୍‌ଡାଉନ ସଙ୍କଟରେ ଗେଣ୍ଡୁଫୁଲ ଚାଷୀ

ଲକ୍‌ଡାଉନ ସଙ୍କଟରେ ଗେଣ୍ଡୁଫୁଲ ଚାଷୀ

192

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୭/୦୪-ସାରା ରାଜ୍ୟରେ ଫୁଲଚାଷକୁ ପ୍ରାଧାନ୍ୟ ଦେବାପାଇଁ ଉଦ୍ୟାନ ବିଭାଗ ତରଫରୁ ଉଦ୍ୟମ ପରେ ନୟାଗଡ ଜିଲ୍ଲା ରଣପୁର ଅଂଚଳରେ ଫୁଲଚାଷ ଆରମ୍ଭ ହୋଇ ଏକର ଏକର ଫୁଲଚାଷ ୧୮ବର୍ଷ ହେଲା ହୋଇ ଆସୁଅଛି । ଗେଣ୍ଡୁ ଫୁଲଠାରୁ ରଜନୀଗନ୍ଧା ପର୍ଯ୍ୟନ୍ତ ଫୁଲଚାଷ ରଣପୁର ଅଂଚଳରେ ହୋଇଥାଏ । ସେଥିରେ ବଜ୍ରକୋଟ ଗ୍ରାମ ପଂଚାୟତ ଅଶୁରକୁମାରୀ ନିକଟ ଜମିରେ ଅଧିକ ଏକର ଫୁଲଚାଷ ହୋଇଥାଏ । ସ୍ୱୟଂ ସହାୟିକା ଗୋଷ୍ଠୀଠାରୁ ଆରମ୍ଭ କରି ଆଗ୍ରହୀ ଚାଷୀମାନେ ଧାନକଟା ପରେ ଶ୍ରମିକ ଭାବରେ ବାହାରକୁ ଦାଦନ ଖଟିବାକୁ ନଯାଇ ବିଭିନ୍ନ ବ୍ୟାଙ୍କଠାରୁ ଋଣ ଆଣି ଫୁଲଚାଷ କରିଥାନ୍ତି । ଚଳିତ ବର୍ଷ କରୋନା ଲକ୍‌ଡାଉନ୍ ଫଳରେ ଫୁଲଚାଷୀ ମାନଙ୍କର ବହୁ କ୍ଷତି ଘଟିଛି । ସେହିଭଳି କ୍ଷତି ସହିଥିବା ଚାଷୀ ହେଉଛନ୍ତି ବଜ୍ରକୋଟ ଗ୍ରାମର ଅରୁଣ କୁମାର ରାଉତ ।

ସେ ୩୫ହଜାର ଟଙ୍କା ଖର୍ଚ୍ଚ କର ଦେଢ ଏକର ଜାଗା ଗେଣ୍ଡୁ ଫୁଲଚାଷ କରିଥିଲେ । ଆଶା ଥିଲା ୧ଲକ୍ଷ ୨୦ହଜାରରୁ ୩୦ ହଜାର ପର୍ଯ୍ୟନ୍ତ ଫୁଲ ବିକ୍ରି କରିବେ । ଅରୁଣ କୁମାର ରାଉତ କୁହନ୍ତି ଲକ୍‌ଡାଉନ୍ ଯୋଗୁଁ ମିଟିଙ୍ଗ, ବାହାଘର, ଦଣ୍ଡ ଠାକୁର ଓ ମନ୍ଦିର ଆଦି ବନ୍ଦ ରହିବା ଯୋଗୁଁ ଆଉ କେହି ଫୁଲ କିଣିବା ପାଇଁ ଆସୁନାହାନ୍ତି । ଯାହା ଫଳରେ ଗଛରେ ଫୁଲସବୁ ଶୁଖି ରହିଛି । ଲୋକ ଖଟାଇ ମଜୁରି ଦେଇ ଗେଣ୍ଡୁ ଫୁଲ ଗୁଡିକୁ ଫୁଲ ବଗିଚା ଚାରିପଟେ ଫିଙ୍ଗିବା ମଧ୍ୟ କଷ୍ଟକର ହେଉଛି । ସେହିଭଳି ସେହି ବଜ୍ରକୋଟ ଗ୍ରାମର ଗୌରାଙ୍ଗ ପାତ୍ର ଫୁଲଚାଷରେ କ୍ଷତି ହେବା ଯୋଗୁଁ ମନଦୁଃଖରେ ଗେଣ୍ଡୁଫୁଲ କ୍ଷେତକୁ ଆସୁନାହାନ୍ତି । ତାଙ୍କର ଇଂଜିନିୟର ପଢୁଥିବା ପୁଅ ଫୁଲ ବଗିଚାକୁ ଜଗି ଦୁଃଖର ସହିତ କୁହନ୍ତି ଫୁଲ କ୍ଷେତରୁ ଲାଭ ହୋଇଥିଲେ ତାଙ୍କର ଇଂଜିନିୟରିଂ ପଢିବା ଖର୍ଚ୍ଚ ଉଠିଥାନ୍ତା । ଏବେ କଣ କରିବେ । ବାପା ଆଣିଥିବା ଋଣ କିପରି ସୁଝିବେ । ସେହିଭଳି ଭାବରେ ଲକ୍ଷ୍ମୀଧର ସ୍ୱାଇଁ ଓ ସ୍ୱୟଁ ସହାୟିକା ଗୋଷ୍ଠୀ ଗୁଡିକର ଅବସ୍ଥା ସରକାରୀ ସହାୟତା ଆଶାରେ ଫୁଲଚାଷୀ । ସରକାରୀ ସହାୟତା ନମିଳିଲେ ଫୁଲଚାଷରୁ ମନ ଫେରାଇବେ ବୋଲି ଖୋଲା ଖୋଲି ଭାବରେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.