Home କେନ୍ଦୁଝର ବାଘୁଆ ତୋଟାରେ ହାତୀ ଉପଦ୍ରବ

ବାଘୁଆ ତୋଟାରେ ହାତୀ ଉପଦ୍ରବ

239

ହାଟଡ଼ିହି-୧୯/୪, କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକର ବାଲିବରେଇ ପଞ୍ଚାୟତର ବାଘୁଆ ଆମ୍ବ ପଣସ ତୋଟାରେ ହାତୀ ଉପଦ୍ରବ ଯୋଗୁଁ ଲୋକମାନେ ସନ୍ଧ୍ୟାହେଲେ ଘରୁ ବାହାରକୁ ବାହାରୁନାହାନ୍ତି । ହାତୀମାନେ ବାଘୁଆ ତୋଟା ସହିତ, ସୋସୋ, କାନପୁର, ଦନେଇପୁର ତୋଟା ମାନଙ୍କରେ ନିର୍ଭୟରେ ବିଚରଣ କରୁଥିବାରୁ ଆମ୍ବ ପଣସ ଚାଷୀମାନେ ନାହିଁ ନଥିବା କ୍ଷତିର ସମ୍ମୁଖୀନ ହେଉଛନ୍ତି । ଏବେ ପଣସ କଠାର ବିକ୍ରୀ ସମୟ ହୋଇଥିବାବେଳେ ଚାଷୀମାନେ କଠା ତୋଳିବାକୁ ଯାଇ ପାରୁ ନାହାନ୍ତି । ଏବେଠାରୁ ରଜ ପର ପର୍ଯ୍ୟନ୍ତ ହାତୀମାନେ ଏହି ତୋଟା ଭିତରେ ରହୁଥିବାରୁ ଗତ ତିନିବର୍ଷ ଧରି ଲଗାତର ଭାବେ ଚାଷୀମାନେ କ୍ଷୟକ୍ଷତିର ସମ୍ମୁଖୀନ ହେଉଥିଲେବି ବନବିଭାଗ ଏଥିପ୍ରତି କୌଣସି ଦୃଷ୍ଟି ଦେଉ ନଥିବା ଗ୍ରାମବାସୀମାନେ ଅଭିଯୋଗ କରୁଛନ୍ତି । ଏହି ହାତୀ ଆକ୍ରମଣରେ ଚଳିତବର୍ଷ ଆତୁରିକୋଣା ଗ୍ରାମର ଡାହିସାହିର ଜଣେ ମହିଳା ମୃତ୍ୟୁବରଣ କରିଥିବାବେଳେ ଗତବର୍ଷ ତିନିଜଣଙ୍କ ମୃତ୍ୟୁ ଘଟିଥିଲା । ଫଳରେ ଆଜି ପର୍ଯ୍ୟନ୍ତ ଲୋକମାନେ ଭୟଭିତ ଅବସ୍ଥାରେ ଅଛନ୍ତି । ସନ୍ଧ୍ୟାହେଲେ ସୋସୋ, କାନପୁର, ଦନେଇପୁର, ନୁଆଗାଁ, ବାଘୁଆ, ପଢ଼ିଆରିପଲ୍ଲୀ, ନିଉଦାନି ଆଦି ଗ୍ରାମକୁ ହାତୀ ପସିଆସୁଥିବାରୁ ଲୋକମାନେ ଘରୁ ବାହାରକୁ ବାହାରୁ ନାହାନ୍ତି । ଏପରି ସ୍ଥିତିରେ ବନ ବିଭାଗ ପକ୍ଷରୁ ହାତୀଟିକୁ ଘଉଡାଇବାକୁ ପଦକ୍ଷେପ ନେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.