Home ଓଡ଼ିଶା ରାତ୍ରି ସାରା ଜଙ୍ଗଲରେ ଫସିଥିବା ବୃଦ୍ଧ ଶତୃଘ୍ନକୁ ଉଦ୍ଧାର କଲେ

ରାତ୍ରି ସାରା ଜଙ୍ଗଲରେ ଫସିଥିବା ବୃଦ୍ଧ ଶତୃଘ୍ନକୁ ଉଦ୍ଧାର କଲେ

182

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୯/୦୪-ପେଟ ଚାଖଣ୍ଡକର ଜ୍ୱାଳା ମେଣ୍ଟାଇବା ପାଇଁ ଦିନସାରା ଅହରହ ପରିଶ୍ରମ କରିବାକୁ ପଡିଥାଏ ନିରୀହ ଗରୀବ ପରିବାରକୁ । କେତେବେଳେ ଯେ କଣ ହୁଏ କହି ହୁଏନା । ସେହିଭଳି ଏକ ଘଟଣା ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ରଣପୁର ହରିଜନ ସାହିର ଶତୃଘ୍ନ ନାୟକଙ୍କ ପରିବାରରେ । ବୃଦ୍ଧ ଶତୃଘ୍ନ ଏପ୍ରିଲ୍ ୧୮ ତାରିଖ ସକାଳ ୭ଘଟିକା ସମୟରେ ରଣପୁର ମଣିନାଗ ଜଙ୍ଗଲକୁ ବାଉଁଶ ପାଇଁ ଯାଇଥିଲେ । ଜଙ୍ଗଲରୁ ବାଉଁଶ ସଂଗ୍ରହ ପରେ ସେଥିରେ ବାଉଁଶ ଜାତ ସାମଗ୍ରୀ ଯଥା କୁଲା, ଡାଲା, ବୋଝ ଓ ବାଉଁଶିଆ ଆଦି ତିଆରି କରି ଗାଁ ଗାଁ ବୁଲି ବିକ୍ରୟ କରି ନିଜ ପରିବାର ଚଳାଇଥାନ୍ତି । ସକାଳ ୭ଟାରୁ ଘରୁ ଯାଇଥିବା ଶତୃଘ୍ନ ସଂଧ୍ୟା ପର୍ଯ୍ୟନ୍ତ ଘରକୁ ଫେରିଲେନି । ପରିବାରର ଚିନ୍ତା ବଢି ଚାଲିଲା ।

ସକାଳୁ ସକାଳୁ ହରିଜନ ସାହିର ଯୁବକମାନେ ଏକଜୁଟ ହୋଇ ମଣିନାଗ ଜଙ୍ଗଲକୁ ବୃଦ୍ଧ ଶତୃଘ୍ନକୁ ଖୋଜିବାକୁ ଯାଇଥିଲେ । ୨ଘଣ୍ଟା କାଳ ଖୋଜିବା ପରେ ଦେଖିବାକୁ ପାଇଲେ ଯେ ମଣିନାଗ ଜଙ୍ଗଲର ଏକ ପଥର ଖାଲ ଭିତରେ ବୃଦ୍ଧ ଶତୃଘ୍ନ ପଡି ରହିଛନ୍ତି । ତାଙ୍କ ଗୋଡରେ ଏକ ଶକ୍ତ ବାଉଁଶ କିଳା ବୁଡି ଯାଇଛି । ବୃଦ୍ଧ ଶତୃଘ୍ନ ଦିନରାତି ସେହିଠାରେ ପଡି ଚିତ୍କାର କରୁଥିଲେ ମଧ୍ୟ କାହାରିକୁ ଶୁଭିନଥିଲା । ହରିଜନ ସାହିର ଲୋକମାନେ ବଡ କଷ୍ଟରେ ସେହି ପଥର ଖାଲ ଭିତରୁ ତାଙ୍କୁ ଉଦ୍ଧାର କରି ରଣପୁର ସରକାରୀ ଡାକ୍ତରଖାନାକୁ ଆଣିଥିଲେ । ଡାକ୍ତରଖାନାରେ ବହୁ କଷ୍ଟରେ ତାଙ୍କ ଗୋଡରେ ବୁଡିଥିବା କିଳାକୁ ବାହାର କରାଯାଇଥିଲା । ବୃଦ୍ଧଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ବେଳେ ସେ ଏବେ ଘରେ ଚିକିତ୍ସିତ ହେଉଛନ୍ତି । ବୃଦ୍ଧ ଜଣେ ଗରୀବ, ନିରୀହ, ହରିଜନ ହୋଇଥିବାରୁ ରଣପୁର ଏନ୍‌.ଏ.ସି କର୍ତ୍ତୁପକ୍ଷ ବୃଦ୍ଧଙ୍କ ପରିବାରକୁ ଚଳିବା ପାଇଁ ଆର୍ଥିକ ସହାୟତା ପାଇଁ ସାହିବାସୀ ନିବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.