Home Coronavirus Outbreak ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ନିମନ୍ତେ ପ୍ରଶାସନର ତ୍ୱରିତ ପଦକ୍ଷେପ

ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ନିମନ୍ତେ ପ୍ରଶାସନର ତ୍ୱରିତ ପଦକ୍ଷେପ

146

ପୁରୀ, ୧୩/୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – କରୋନା ମହାମାରୀ ମୁକାବିଲା ନିମନ୍ତେ ଜାରି ଲକଡାଉନ ସମୟରେ ଜିଲ୍ଲାରେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ କ୍ଷେତ୍ରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ଜିଲ୍ଲାରେ ବିଭିନ୍ନ ବ୍ଲକ ଏବଂ ସହରାଚଂଳରେ ସଂପୃକ୍ତ ମାଜିଷ୍ଟ୍ରେଟ ଓ ମାର୍କେଟିଂ ଇନ୍ସପେକ୍ଟର ମାନଙ୍କୁ ନେଇ ଟିମ୍ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଯାଂଚ କରାଯାଉଛି। କଳାବଜାରୀକୁ ରୋକିବା ନିମନ୍ତେ ସମସ୍ତ ପାଇକାରୀ ଏବଂ ଖୁଚୁରା ଦୋକାନୀଙ୍କୁ ତାଗିଦ୍ କରାଯିବା ସହ ଅତ୍ୟାବଶ୍ୟକ ସାମଗ୍ରୀଗୁଡିକର ନିର୍ଦ୍ଧାରିତ ଦର ଦୋକାନ ସମ୍ମୁଖରେ ଉଲ୍ଲେ୍‌ଖ କରିବାକୁ ପରାମର୍ଶ ଦିଆଯାଇଛି। ଦର ନିୟନ୍ତ୍ରଣ ସହ ଲୋକମାନଙ୍କ ନିକଟରେ ଅତ୍ୟାବଶ୍ୟକ ସାମଗ୍ରୀ ପହଂଚାଇବାକୁ ନିଶ୍ଚିତ କରିବାକୁ ସଂପୃକ୍ତ ମାଲିକମାନଙ୍କୁ କୁହାଯାଇଛି। ଆଜିସୁଦ୍ଧା ପୁରୀ ପୌରାଚଂଳରେ ୪୮୦କ୍ୱିଂଟାଲ ଆଳୁ, ୧୨୦କ୍ୱିଂଟାଲ ପିଆଜ, ୧୮୦କ୍ୱିଂଟାଲ ଅଟା, ୭୦୦ କ୍ୱିଂଟାଲ ହରଡ ଡାଲି, ୧୮ କ୍ୱିଂଟାଲ ମୁଗଡାଲି, ୯୦୦ କ୍ୱିଂଟାଲ ସୋରିଷ ତେଲ, ୩୦୦କ୍ୱିଂଟାଲ ରିଫାଇନ୍ ତେଲ, ୩୪୦କ୍ୱିଂଟାଲ ଚିନି ମହଜୁଦ ରହିଛି। ଏଥିସହ ପୁରୀ ପୌରସଂସ୍ଥା ଅଧିନରେ ଅତ୍ୟାବଶ୍ୟକ ସାମଗ୍ରୀଗୁଡିକର ପାଇକାରୀ ମୂଲ୍ୟ ମଧ୍ୟ ଯୋଗାଣ ବିଭାଗ ପକ୍ଷରୁ ପ୍ରକାଶ କରାଯାଇଛି। ଉଷୁନା ଚାଉଳର କ୍ୱିଂଟାଲ ପିଛା ମୂଲ୍ୟ ୨୫୫୦ଟଙ୍କ ଏବଂ କିଲୋଗ୍ରାମ ପିଛା ୨୭ଟଙ୍କା, ସୁଜି କ୍ୱିଂଟାଲ ମୂଲ୍ୟ ୩ହଜାର ଏବଂ କିଲୋଗ୍ରାମକୁ ୩୩ଟଙ୍କା, ବିରିଡାଲା କ୍ୱିଂଟାଲକୁ ୯୨୦୦ଟଙ୍କା ଏବଂ କିଲୋଗ୍ରାମ ପିଛା ୯୮ଟଙ୍କା, ଅରୁଆ ଚାଉଳ କ୍ୱିଂଟାଲ ପିଛା ୩୫୦୦ଟଙ୍କା ଏବଂ କିଲୋଗ୍ରାମ ପିଛା ୩୮ଟଙ୍କା। ଆୟୋଡିନ୍ ଯୁକ୍ତ ଲୁଣ କିଲୋଗ୍ରାମ ପ୍ରତି ଖୁଚୁରା ମୂଲ୍ୟ ୮ଟଙ୍କା ଏବଂ ଟାଟା ଲୁଣର ମୂଲ୍ୟ ୨୦ଟଙ୍କା ରହିଛି। ଚିନିର ପାଇକରୀ ମୂଲ୍ୟ କ୍ୱିଂଟାଲ ପିଛା ୩୯୦୦ଟଙ୍କା ଏବଂ ଖୁଚୁରା ମୂଲ୍ୟ ୪୨ଟଙ୍କା ରହିଛି। ଆଳୁ କିଲୋଗ୍ରାମ ପିଛା ୨୨ଟଙ୍କା, ପିଆଜ ୨୮ଟଙ୍କା ଏବଂ ଟମାଟୋ ୨୦ ଟଙ୍କା ରଖାଯାଇଛି। ଅନ୍ୟ ପକ୍ଷରେ ଅତ୍ୟାବଶ୍ୟକ ସାମଗ୍ରୀ ଲୋକମାନଙ୍କ ଘର ନିକଟରେ ପହଂଚାଇବା ନିମନ୍ତେ ଉପଜିଲ୍ଲାପାଳ ଶ୍ରୀ ଭବତାରଣ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଏଥିନିମନ୍ତେ ଖୁବଶୀଘ୍ର ପଦକ୍ଷେପମାନ ଗ୍ରହଣ କରାଯିବ। ଉକ୍ତ ବୈଠକରେ ପୁରୀ ପୌରସଂସ୍ଥା ଅତିରିକ୍ତ ନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ, ପୁରୀସଦର ଅତିରିକ୍ତ ଯୋଗାଣ ଅଧିକାରୀ ବିଭୁପ୍ରସାଦ ଆଚାର୍ଯ୍ୟ, ପୁରୀ ପୌରସଂସ୍ଥା ଅତିରିକ୍ତ ଯୋଗାଣ ଅଧିକାରୀ ଜାନକୀ ବଲ୍ଲଭ ଖୁଆଡସିଂ ଏବଂ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ସେହିଭଳି ଖାଦ୍ୟ ସାମଗ୍ରୀ ବଂଟନ କ୍ଷେତ୍ରରେ ଅନିୟମିତତା ଯୋଗୁଁ ପୌରସଂସ୍ଥା ଅଧିନରେ ଖୁଚୁରା ବଂଟନକାରୀ ଶ୍ରୀ ଦିଲ୍ଲୀପ ପାତ୍ରଙ୍କ ଲାଇସେନ୍ସକୁ ରଦ୍ଦ କରାଯାଇଛି। ଲକଡାଉନ ସମୟରେ ହିତାଧିକାରୀମାନଙ୍କୁ ସେବା ଯୋଗାଇ ଦେବାକୁ ବଂଟନ ନିମନ୍ତେ ଅତିରିକ୍ତ ଯୋଗାଣ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.