Home କୋରାପୁଟ ଲକ୍ଷ୍ୟଧାର୍ଯ୍ୟଠାରୁ ଅଧିକା ରେଡକ୍ରସ ପାଣ୍ଠି ସଂଗ୍ରହ କରିଥିବା ଅଧିକାରୀମାନଙ୍କୁ ପ୍ରଶଂସା ପତ୍ର ଦେଲେ ଜିଲ୍ଲାପାଳ

ଲକ୍ଷ୍ୟଧାର୍ଯ୍ୟଠାରୁ ଅଧିକା ରେଡକ୍ରସ ପାଣ୍ଠି ସଂଗ୍ରହ କରିଥିବା ଅଧିକାରୀମାନଙ୍କୁ ପ୍ରଶଂସା ପତ୍ର ଦେଲେ ଜିଲ୍ଲାପାଳ

50

କୋରାପୁଟ ୧୧-୦୬(ଓଡିଆ ପୁଅ /ରଂଜନ ଦାସ)ଲକ୍ଷ୍ୟଧାର୍ଯ୍ୟଠାରୁ ଅଧିକା ରେଡକ୍ରସ ପାଣ୍ଠି ସଂଗ୍ରହ କରିଥିବା ଅଧିକାରୀମାନଙ୍କୁ ଜିଲ୍ଲାପାଳ ଅବଦ୍ଦାଲ ଏମ ଅଖତର ପ୍ରଶଂସା ପତ୍ର ପ୍ରଦାନ କରିଥିବା ଜଣାପଡିଛି ।ବୋରିଗୁମ୍ମା ତହସିଲକୁ ଜିଲ୍ଲା ରେଡକ୍ରସ ସୋସାଇଟି ତରଫରୁ ୨ ଲକ୍ଷ ଟଙ୍କା ଳକ୍ଷ୍ୟଧାର୍ଯ୍ୟ ଦିଆଯାଇଥିବା ବେଳେ ବୋରିଗୁମ୍ମା ତହସିଲ ୩ ଲକ୍ଷ ୨୦ ହଜାର ୫୦୦ ଟଙ୍କା ସଂଗ୍ରହ କରିଥିବାରୁ ତହସିଲଦାର ସୁବାସ ଚନ୍ଦ୍ର ରଇତଙ୍କୁ ଜିଲ୍ଲାପାଳ ପ୍ରଶଂସା ପତ୍ର ପ୍ରଦାନ କରିଛନ୍ତି ।ସେମିଲିଗୁଡା ତହସିଲକୁ ୧ ଲକ୍ଷ ୫୦ ହଜାର ଟଙ୍କା ଲକ୍ଷ୍ୟଧାର୍ଯ୍ୟ ଦିଆଯାଇଥିବା ବେଳେ ୨ ଲକ୍ଷ ୩୦ ହଜାର ୫୦୦ ଟଙ୍କା ସେମିଲିଗୁଡା ତହସିଲ ସଂଗ୍ରହ କରିଥିବାରୁ ତହସିଲଦାର ଶରତ ଚନ୍ଦ୍ର ମାଝିଙ୍କୁ   ଜିଲ୍ଲାପାଳ ପ୍ରଶଂସା ପତ୍ର ପ୍ରଦାନ କରିଛନ୍ତି ।ଜୟପୁର ତହସିଲକୁ ୧ ଲକ୍ଷ ଟଙ୍କା ଲକ୍ଷ୍ୟଧାର୍ଯ୍ୟ ଦିଆଯାଇଥିବା ବେଳେ ଜୟପୁର ତହସିଲ ୧ ଲକ୍ଷ୨୬ ହଜାର  ଟଙ୍କା ସଂଗ୍ରହ କରିଥିବାରୁ ତହସିଲଦାର ପ୍ରଧାନ ଟୁଲିଆମ୍ବାଙ୍କୁ ଜିଲ୍ଲାପାଳ ପ୍ରଶଂସା ପତ୍ର ପ୍ରଦାନ କରିଛନ୍ତି ।ଜୟପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟକୁ ୧ ଲକ୍ଷ ଟଙ୍କା ଲକ୍ଷ୍ୟଧାର୍ଯ୍ୟ ଦିଆଯାଇଥିବା ବେଳେ ଉପଜିଲ୍ଲାପାଳ କାର୍ଯ୍ୟାଳୟ ୧ ଲକ୍ଷ ଟଙ୍କା ସଂଗ୍ରହ କରିଥିବାରୁ ଜୟପୁର ଉପଜିଲ୍ଲାପାଳ ହେମକାନ୍ତ ସାଏଙ୍କୁ ଜିଲ୍ଲାପାଳ ପ୍ରଶଂସା ପତ୍ର ପ୍ରଦାନ କରିଛନ୍ତି ।କୋରାପୁଟ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ୧୦ ହଜାର ଟଙ୍କା ଲକ୍ଷ୍ୟଧାର୍ଯ୍ୟ ଦିଆଯାଇଥିବା ବେଳେ କାର୍ଯ୍ୟାଳୟ ୨୦ ହଜାର ଟଙ୍କା ସଂଗ୍ରହ କରିଥିବାରୁ କୋରାପୁଟ ବ୍ଲକ ଶିକ୍ଷା ଅଧିକାରୀ ଅର୍ପିତା ପ୍ରଧାନଙ୍କୁ ଜିଲ୍ଲାପାଳ ପ୍ରଶଂସା ପତ୍ର ପ୍ରଦାନ କରିଛନ୍ତି । କରୋନା ମହାମାରୀ ସମୟରେ ଦାମନଯୋଡସ୍ଥିତ ନାଲକୋ କୋରାପୁଟ ଜିଲ୍ଲା ପ୍ରଶାସନକୁ ବିସ୍କୁଟ , ମାସ୍କ ଓ ସାନିଟାଇଜର ପ୍ରଦାନ କରିଥିବାରୁ ଜିଲ୍ଲାପାଳ ଅବଦ୍ଦାଲ ଏମ ଅଖତର ନାଲକୋ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରିଛନ୍ତି ।ନାଲକୋ ଦେଇଥିବା ବିସ୍କୁଟ , ମାସ୍କ ଓ ସାନିଟାଇଜର ଜିଲ୍ଲାର ଗରୀବ ବ୍ୟକ୍ତିକମାନଙ୍କୁ ପ୍ରଦାନ କରାଯାଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.