Home କୋରାପୁଟ ତୈଳଦର ବୃଦ୍ଧି ପ୍ରତିବାଦରେ କୋରାପୁଟ ଜିଲ୍ଲା କଂଗ୍ରେସର ବିକ୍ଷୋଭ

ତୈଳଦର ବୃଦ୍ଧି ପ୍ରତିବାଦରେ କୋରାପୁଟ ଜିଲ୍ଲା କଂଗ୍ରେସର ବିକ୍ଷୋଭ

69

କୋରାପୁଟ ୧୧-୦୬(ଓଡିଆ ପୁଅ /ରଂଜନ ଦାସ)ପେଟ୍ରୋଲ ଓ ଡିଜେଲ ତୈଳଦର ଦିନକୁ ଦିନ ବୃଦ୍ଧିପାଉଥିବାରୁ ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞନ ପଟନାୟକଙ୍କ ଡାକରାରେ ଜିଲ୍ଲା କଂଗ୍ରେସ କମିଟି ସଭାପତି ମୀନାକ୍ଷୀ ବାହିନିପତି ଓ କୋରାପୁଟ ସାଂସଦ ସପ୍ତଗିରି ଉଲାକାଙ୍କ ନିର୍ଦ୍ଦେଶକ୍ରମେ କଂଗ୍ରେସ ନେତା ଓ କର୍ମିମାନେ ଜିଲ୍ଲାର ବିଭିନ୍ନ ସହର ଓ ବ୍ଲକମାନଙ୍କରେ ଥିବା ପେଟ୍ରୋଲ ପମ୍ପ ସମ୍ମୁଖରେ ୪ ଘଂଟା ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।କୋରାପୁଟ ସଦର ମହକୁମାରେ ଥିବା ୪ ଟି ପେଟ୍ରୋଲ ପମ୍ପ ସମ୍ମୁଖରେ କଂଗ୍ରେସର କୋରାପୁଟ ବିଧାୟକ ପ୍ରାର୍ଥି କୃଷ୍ଣ କୁଲଦୀପ , କୋରାପୁଟ ନଗର ସଭାପତି ଜୟନ୍ତ କଚିନ , ବ୍ଲକ ସଭାପତି ରମେଶ ବାଖ୍ୟା , ସାଂସଦଙ୍କ ପ୍ରତିନିଧି ବାବୁଲା ବେନିଆ ,ପୂର୍ବତନ କାର୍ଯ୍ୟକାରୀ ସଭାପତି ରୁପକ ତୁରୁକ ,ପୂର୍ବତନ ନଗରପାଳ ଭଗବାନ ବାହିନିପତି , କଂଗ୍ରେସ ନେତା ମନୋଜ ଆଚାର୍ଯ୍ୟ , ବିଜୟ କୁମାର ରାଓ ,ଯୁବ କଂଗ୍ରେସ ନେତା ରମେଶ ଖରା ପ୍ରମୁଖଙ୍କ ସହ ଅନେକ କଂଗ୍ରେସ କର୍ମି ଯୋଗଦେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।ତୈଳଦର ବୃଦ୍ଧି ଦେଶ ପାଇଁ ଶୁଭଙ୍କର ନୁହେଁ ବୋଲି ପୂର୍ବତନ କାର୍ଯ୍ୟକାରୀ ସଭାପତି ରୂପକ ତୁରୁକ ପ୍ରକାଶ କରିଛନ୍ତି ।ତୈଳଦର ବୃଦ୍ଧି ଦ୍ୱାରା ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ପାଉଛି ।ଯଦ୍ୱାରା ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଥିବା ସେ ପ୍ରକାଶ କରିଛନ୍ତି । ଯଦି ରାଜ୍ୟ ତଥା କେନ୍ଦ୍ର ସରକାର ତୈଳଦର ହ୍ରାସ ନ କରନ୍ତି ତେବେ ଆନ୍ଦୋଳନ ଭୟଙ୍କର ରୂପ ନେବ ବୋଲି ସେ ସୂଚନା ଦେବା ସହ ରାଜରାସ୍ତା ବନ୍ଦ କରାଯିବା ସହ   ସରକାରୀ କାର୍ଯ୍ୟାଳୟ ସବୁ ବନ୍ଦ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି । ସେହିପରି ନନ୍ଦପୁର ପେଟ୍ରୋଲ ପମ୍ପଠାରେ ସାଂସଦଙ୍କ ପ୍ରତିନିଧି ଗୋପାଳ ମାଟାମ ,ସରପଂଚ ଧନପତି ସିସା , ବାବୁରାଓ ଖରା ଓ କଂଗ୍ରେସ କର୍ମକର୍ତାମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।ନନ୍ଦପୁର ବ୍ଲକ ଅନ୍ତର୍ଗତ ପାଡୁଆ ପେଟ୍ରୋଲ ପମ୍ପ ସମ୍ମୁଖରେ ବ୍ଲକ କଂଗ୍ରେସ ସଭାପତି କାମେଶ କାମୁଡିଙ୍କ ନେତୃତ୍ୟରେ କଂକ୍କେସ କର୍ମିମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.