Home କୋରାପୁଟ କୋରାପୁଟ ଜିଲ୍ଲାରେ ୧୨୪ ଜଣ କରୋନା ପଜିଟିଭ ଚିହ୍ନଟ

କୋରାପୁଟ ଜିଲ୍ଲାରେ ୧୨୪ ଜଣ କରୋନା ପଜିଟିଭ ଚିହ୍ନଟ

31

କୋରାପୁଟ ୧୧-୦୬(ଓଡିଆ ପୁଅ /ରଂଜନ ଦାସ)  କୋରାପୁଟ ଜିଲ୍ଲାରେ ଶୁକ୍ରବାର ଦିନ ୫୩ଜଣ ମହିଳାଙ୍କ ସମେତ  ୧୨୪ଜଣ  କରୋନା ଆକ୍ରାନ୍ତ ଚିହ୍ନଟ  ହୋଇଥିବାବେଳେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା  ୧୬୭୩୪ରେ ପହଂଚିଛି ।  ଆଜିର ଆକ୍ରାନ୍ତ ମାନଙ୍କ ମଧ୍ୟରୁ କୋରାପୁଟ ପୌରାଂଚଳରୁ ୧୧ ଜଣ  ଚିହ୍ନଟ ହୋଇଥିବାବେଳେ  ଜୟପୁର ପୌରାଂଚଳରୁ ୧୫,ସୁନାବେଡା ପୌରାଂଚଳରୁ ୧୩ ଏବଂ କୋଟପାଡ ଏନଏସିରୁ  ୪ଜଣ  ଆକ୍ରାନ୍ତ  ଚିହ୍ନଟ ହୋଇଛନ୍ତି ।ଲକ୍ଷ୍ମିପୁର ଓ ନନ୍ଦପୁର ବ୍ଲକରୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ନ ଥିବା  ଜଣାପଡିଛି । ସେହିପରି ବନ୍ଧୁଗାଁ ବ୍ଲକରୁ  ୫,ବୈପାରିଗୁଡା ବ୍ଲକରୁ ୪, ବୋରିଗୁମ୍ମା ବ୍ଲକରୁ ୧୦,ଦଶମନ୍ତପୁର ବ୍ଲକରୁ ୩,ଜୟପୁର ବ୍ଲକରୁ ୧୦  ଓ କୋରାପୁଟ ବ୍ଲକରୁ ୧୦ଜଣ ଚିହ୍ନଟ ହୋଇଥିବାବେଳେ କୁନ୍ଦୁରା ବ୍ଲକରୁ ୨, କୋଟପାଡ ବ୍ଲକରୁ ୧୧ ,ଲମତାପୁଟ ବ୍ଲକରୁ ୬,ନାରାୟଣପାଟଣା ବ୍ଲକରୁ୮,ପଟ୍ଟାଙ୍ଗୀ ବ୍ଲକରୁ ୨  ଏବଂ  ସେମିଲିଗୁଡା  ବ୍ଲକରୁ  ୧୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା  ଜଣାପଡିଛି ।  ଅନ୍ୟ ପକ୍ଷରେ କୋରାପୁଟ ଜିଲ୍ଲାରେ ଜୁନ ୧୦  ତାରିଖ ସୁଦ୍ଧା ୩ ଲକ୍ଷ  ୭ ହଜାର ୬୫୮  ଜଣଙ୍କୁ କରୋନା ଟୀକାକରଣ କରା ଯାଇଥିବା ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି । ସେହିପରି ଜୁନ ୧୦ ତାରିଖ  ସୁଦ୍ଧା ଜିଲ୍ଲାରେ ମୋଟ   ଆକ୍ରାନ୍ତଙ୍କ ଭିତରୁ  ୧୫୦୩୩  ଜଣ ଚିକିତ୍ସା ପରେ ସୁସ୍ଥ ହୋଇଥିବାବେଳେ ୧୬୫୭ଟି ସକ୍ରୀୟ କେସ ରହିଛି ଓ  ୪୪ ଜଣ କରୋନା  ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.