Home କେନ୍ଦୁଝର ଲକ୍ଷ୍ମୀନାରାୟଣ ସାହିତ୍ୟ ସଂସଦ ବାର୍ଷିକ ଉତ୍ସବ ପ୍ରସ୍ତୁତି ବୈଠକ

ଲକ୍ଷ୍ମୀନାରାୟଣ ସାହିତ୍ୟ ସଂସଦ ବାର୍ଷିକ ଉତ୍ସବ ପ୍ରସ୍ତୁତି ବୈଠକ

17

ହାଟଡିହି, ୨ । ୧୦ (ଓଡିଆପୁଅ / ବିକାଶ ବିଶ୍ୱାଳ) ଲକ୍ଷ୍ମୀନାରାୟଣ ସାହିତ୍ୟ ସଂସଦ ମରୈଗାଁର ବାର୍ଷିକ ଉତ୍ସବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସଭାପତି ପ୍ରତିମା ସ୍ୱାଇର୍ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଶିଶୁ ସାହିତ୍ୟିକ ରତ୍ନାକର ଦାସ, ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ, ଯୋଗାଚାର୍ଯ୍ୟ ବାଇଧର ମୁନି ପ୍ରମୁଖ ଯୋଗଦେଇ ଜାତିର ଜନକ ମହାତ୍ମାଗାନ୍ଧୀ ଓ ଲାଲବାହାଦୁର ଶାସ୍ତ୍ରୀଙ୍କ ଜୀବନୀ ଉପରେ ଆଲୋକପାତ କରିବା ସହିତ ସାହିତ୍ୟର ବିଭିନ୍ନ ଦିଗ ସମ୍ପର୍କରେ ଆଲୋକପାତ କରିଥିଲେ । ଆସନ୍ତା ଡିସେମ୍ବର ମାସରେ ସଂସଦର ବାର୍ଷିକ ଉତ୍ସବ ପାଳନ କରାଯିବା ସହିତ ମୁଖପତ୍ର ‘ମରୁତ ମହକ’ ପ୍ରକାଶିତ ହେବାପାଇଁ ନିଷ୍ପତି ହୋଇଥିଲା । ଏଥିପାଇଁ ଲେଖା ଗୁଡିକ ଅକ୍ଟୋବର ୩୧ତାରିଖ ମଧ୍ୟରେ ସୁଦାମ ଚରଣ ଜେନା, ସମ୍ପାଦକ, ଲକ୍ଷୀନାରାୟଣ ସାହିତ୍ୟ ସଂସଦ, ମରୈଗାଁ, ପିନ-୭୭୫୮୦୮୩ ଠିକଣାରେ ପଠାଇବାକୁ ନିଷ୍ପତି ହୋଇଥିଲା । ଏହି ବୈଠକରେ ମୁରଲୀଧର ବେହେରା, ହାସ୍ୟମୟୀ ରାଜ, ଅନନ୍ତ ଚରଣ ମୁଦୁଲି, ଦିପ୍ତୀ ଦେବଦର୍ଶନୀ ସୁତାର, ଶ୍ରୀକାନ୍ତ ପଟ୍ଟନାୟକ, ସୁରେନ୍ଦ୍ର କୁମାର ପରିଡା, ଗଣେଶ୍ୱର ମହାନ୍ତି, ଚତୁର୍ଭୁଜ ଶଙ୍ଖୁଆ, ମାଗୁଣି ଚରଣ ପଣ୍ଡା, ଭଗବାନ ମୈକାପ, ଗୌରାଙ୍ଗ ଆୟଚ, ବନମାଳୀ ଜେନା, ଅଭୟ ସାମଲ, ହରିହର ସାମଲ, ନାରାୟଣ ଚନ୍ଦ୍ର ଲେଙ୍କା, ବଳରାମ ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ । ଶରତ କୁମାର ସେଠୀ ମଞ୍ଚ ସଂଯୋଜନା କରିଥିବାବେଳେ ଉପସଭାପତି ନିର୍ମଳ ବାରିକ, ସମ୍ପାଦକ ସୁଦାମ ଚରଣ ଜେନା, ସହସମ୍ପାଦକ ବଳରାମ ଜେନା, ଧ୍ରୁବାନନ୍ଦ ସେଠୀ, ହେମନ୍ତ ନାୟକ, ସନ୍ତୋଷ କୁମାର ସା, ନିର୍ମଳ ମଲ୍ଲିକ, ସ୍ନିଗ୍ଧାରାଣୀ ଘଡେଇ, ସାବିତ୍ରୀ ଜେନା, ଆଦିକନ୍ଦ ସ୍ୱାଇଁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.