Home କୋରାପୁଟ କୋରାପୁଟ ପୈାରପରିଷଦର ବର୍ହିଃ ଏଲଇଡି ପ୍ରେକ୍ଷାଳୟ ଉଦଘାଟିତ

କୋରାପୁଟ ପୈାରପରିଷଦର ବର୍ହିଃ ଏଲଇଡି ପ୍ରେକ୍ଷାଳୟ ଉଦଘାଟିତ

42

କୋରାପୁଟ ୦୨-୧୦(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ପୈାରପରିଷଦର ବର୍ହିଃ ଏଲଇଡି ଉଦଘାଟିତ ହୋଇଯାଇଛି ।କୋରାପୁଟ ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ରଘୁରାମ ପଡାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ ।ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ ଇଶ୍ୱର ଚନ୍ଦ୍ର ପାଣିଗ୍ରାହୀ , ଜିଲ୍ଲାପରିଷଦ ସଭାପତି ତୁଲସି କିରସାନି , କୋରାପୁଟ ଜିଲ୍ଲାପରିଷଦ ସଦସ୍ୟା ପାର୍ବତୀ ମସ୍ତି ସମ୍ମାନ୍ନିତ ଅତିଥିଭାବେ ଯୋଗଦେଇଥିଲେ ।କୋରାପୁଟ ଜିଲ୍ଲା ସହରାଂଚଳ ଉନ୍ନୟନ ସଂସ୍ଥା ତଥା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରବୀର କୁମାର ନାୟକ ,କୋରାପୁଟ ପୈାରପରିଷଦର ନିର୍ବାହୀ ଅଧିକାରୀ ଭେଦ ଭୂଷଣ(ଆଇଏଏସ) ,ଅତିରିକ୍ତ ନିର୍ବାହୀ ଅଧିକାରୀ ଆଲୋକ ରଂଜନ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ ।୧୮ ଲକ୍ଷ ଟଙ୍କା ବିନିମୟରେ ବର୍ହିଃ ଏଲଇଡି ପ୍ରେକ୍ଷାଳୟ ସ୍ଥାପନ କରାଯାଇଥିବା ଡେଫ୍ଲାୟର ଟ୍ରାନସମିସନ ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶକ ବିପିନ କୁମାର ଶତପଥି ସୂଚନା ଦେଇଛନ୍ତି ।କୋରାପୁଟ ମ୍ୟୁନସିପାଲଟିର  ଭାରପ୍ରାପ୍ତ ସହକାରୀ ଯନ୍ତ୍ରୀ  ମନୋଜ କୁମାର ପାତ୍ର ଓ ସହକାରୀ ଯନ୍ତ୍ରୀ ସୁଧିର ଦାସ ,କନିଷ୍ଠ ଯନ୍ତ୍ରୀ ନର୍ମଦା ସାହୁ,କାର୍ଯ୍ୟାଳୟର ଅଶୋକ ସାହା ,ସିମାଞଳ ପଢିହାରୀ  ଓ ଡେଫ୍ଲାୟର ଟ୍ରାନସମିସନ ପ୍ରାଇଭେଟ ଲିମିଟେଡର କର୍ମଚାରୀମାନେ ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.