Home କେନ୍ଦୁଝର ବ୍ୟବସାୟୀଙ୍କ ପରଲୋକ

ବ୍ୟବସାୟୀଙ୍କ ପରଲୋକ

43

ହାଟଡିହି, ୨ । ୧୦ (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଛେନାପଦି ଛକର ବ୍ୟବସାୟୀ ପ୍ରଦୀପ ବାରିକ (ଚଗୁଲୁ)୩୮ଙ୍କ ଅକାଳ ବିୟୋଗ ଘଟିଛି । ସେ ଗତ ୪ଦିନ ତଳେ ହଠାତ ଅସୁସ୍ଥ ହୋଇପଡିବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ନିଆଯାଇ ଚିକିତ୍ସା କରାଯାଉଥିଲା । ଗତକାଲି ଶୁକ୍ରବାର ରାତି ୧୧ଟାବେଳେ ତାଙ୍କର ମୃତ୍ୟୁ ଘଟିଥିଲା । ସେ ଛେନାପଦିଛକରେ ଦୀର୍ଘ ବର୍ଷହେଲା ସେଲୁନ କରି ଚଳିଆସୁଥିଲେ । ଆଜି ସକାଳେ ତାଙ୍କ ମରଶରୀର ନିଜ ଜନ୍ମସ୍ଥାନ ଶାସଙ୍ଗ ଗ୍ରାମରେ ପହଞ୍ଚିବାପରେ କୃଷ୍ଣଚନ୍ଦ୍ର ରାଉତ, ନିତ୍ୟାନନ୍ଦ କୁଅଁର, ଅକ୍ଷୟ କୁମାର ଜେନା, ମୋହନ ଜେନା, ଦିପୁ ବିଶ୍ୱାଳ, ବାବୁଲି ବାରିକ, ଭାବଗ୍ରାହୀ ସାଙ୍କ ସମେତ ଛେନାପଦିଛକର ଅନେକ ବ୍ୟବସାୟୀ ଓ ଶାସଙ୍ଗ ଗ୍ରାମବାସୀ ତାଙ୍କ ବାସଭବନକୁ ଯାଇ ଶେଷ ଦର୍ଶନ କରିଥିଲେ । ପରେ ତାଙ୍କ ମରଶରୀରକୁ ଗ୍ରାମ ସ୍ମଶାନକୁ ନିଆଯାଇ ଶେଷକୃତ୍ତ୍ୟ ସମ୍ପର୍ଣ୍ଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.