Home ଓଡ଼ିଶା ଲକ୍ଷାଧିକ ଟଙ୍କାର ଚାଉଳ ଚୋରୀ ପରିବହନ କର୍ମଚାରୀ ଗିରଫ

ଲକ୍ଷାଧିକ ଟଙ୍କାର ଚାଉଳ ଚୋରୀ ପରିବହନ କର୍ମଚାରୀ ଗିରଫ

103

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୧/୧୧-  ନୟାଗଡ ଜିଲ୍ଲା ରଣପୁର ଥାନା ରାଜସୁନାଖଳା ଫାଣ୍ଡି ଅନ୍ତର୍ଗତ ଏକ ଘରୋଇ କମ୍ପାନୀ ର ଏକ ଟ୍ରକ ଚାଉଳ ଚୋରୀ ହୋଇଥିବା ଜଣାପଡିଛି । ଯାହାର ଆନୁମାନିକ ମୁଲ୍ୟ ୪ ଲକ୍ଷ ୫୫ ହଜାର ହେବ ବୋଲି ଜଣାପଡିଛି । ଗତ ଅକ୍ଟୋବର ୫ ତାରିଖ ରେ କଣାସ ଗ୍ରାମ ର ସୈାମ୍ୟରଞ୍ଜନ ସାହୁ ନାମକ ଜଣେ ବ୍ୟକ୍ତି ରାଜସୁନାଖଳା ଏହି ଘରୋଇ କମ୍ପାନୀ ରୁ ଚାଉଳ ନେବା ପାଇଁ ଆବଶ୍ୟକ ଟଙ୍କା ବ୍ୟାଙ୍କ ଖାତା ରେ ଜମା କରିଥିଲେ ।

କିନ୍ତୁ ଚାଉଳ ତାଙ୍କ ନିକଟରେ ନ ପହଂଚି ବାରୁ ସୈାମ୍ୟରଞ୍ଜନ ଅକ୍ଟୋବର ୨୬ ତାରିଖ ରେ ରଣପୁର ଥାନା ରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ରଣପୁର ଥାନା ନିରୀକ୍ଷକ ଜ୍ୟୋତି ପ୍ରକାଶ ପଣ୍ଡା ତଦନ୍ତ କରି ରାଜସୁନାଖଳା କମ୍ପାନୀ ରେ ପହଂଚି ଚାଉଳ ଚାଲାଣ ସର୍ମ୍ପକେ ଯାଞ୍ଚ କରିଥିଲେ । ତଦନ୍ତ ପରେ ସାକ୍ଷୀଗୋପାଳ ଥାନା ରାମଚନ୍ଦ୍ରପୁର ଗ୍ରାମ ର ପରିବହନ କର୍ମଚାରୀ ଦିଲ୍ଲୀପ କୁମାର ସ୍ୱାଇଁ କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ଅଭିଯୁକ୍ତ ର ଜାମିନ୍ ନାମଞ୍ଜୁର ହେବାରୁ ଅଭିଯୁକ୍ତ କୁ ରଣପୁର ଜେଲ ହାଜତ କୁ ପଠାଇ ଦିଆଯାଇଛି । ରଣପୁର ଥାନା ନିରୀକ୍ଷକ ଜ୍ୟୋତି ପ୍ରକାଶ ପଣ୍ଡା ଙ୍କ ସୂଚନା ଅନୁଯାଇ ଚୋରୀ ହୋଇଥିବା ଚାଉଳ , ଟ୍ରକ ଓ ଚାଳକ ଏ ପର୍ଯ୍ୟନ୍ତ ଗିରଫ ହୋଇନାହିଁ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.