Home କେନ୍ଦୁଝର ବାଙ୍ଗୋରରେ ୫ବଖରା ଘର ପୋଡିଗଲା, ୪ଲକ୍ଷରୁ ଉର୍ଦ୍ଧ ଟଙ୍କାର ସମ୍ମତ୍ତି ଭଷ୍ମୀଭୂତ

ବାଙ୍ଗୋରରେ ୫ବଖରା ଘର ପୋଡିଗଲା, ୪ଲକ୍ଷରୁ ଉର୍ଦ୍ଧ ଟଙ୍କାର ସମ୍ମତ୍ତି ଭଷ୍ମୀଭୂତ

44

ହାଟଡ଼ିହି, ୧ । ୧୧ (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ବାଙ୍ଗୋର ଗାଁରେ ଗତକାଲି ଅଗ୍ନିକାଣ୍ଡ ଗଟି ଦୁଇଟି ପରିବାରର ୫ବଖରା ଘର ଭଷ୍ମୀଭୁତ ହୋଇଯାଇଥିବାବେଳେ ୪ଲକ୍ଷରୁ ଉର୍ଦ୍ଧ ଟଙ୍କାର ସମ୍ପତ୍ତି ପୋଡି ଭଷ୍ମୀଭୁତ ହୋଇଯାଇଥିବା ଜଣାଯାଇଛି । ଖବରରୁ ଜଣାଯାଇଛି ଯେ ଗତକାଲି ସକାଳେ ଅକସ୍ମାତ ଗ୍ରାମର ବସନ୍ତ ପଢ଼ିଆରୀ ଓ ଜୟନ୍ତ ପଢ଼ିଆରୀଙ୍କ ଘରେ ନିଆଁ ଲାଗି ଯାଇଥିଲା । ନିଆଁ ଓ ଧୁଆଁର ପ୍ରକୋପ ଯୋଗୁଁ ଲୋକମାନେ ଘର ଭିତରକୁ ପସିପାରି ନଥିଲେ । ଯାହାଦ୍ୱାରାକି କୌଣସି ଗୋଟିଏ ବି ସାମଗ୍ରୀ ଉଦ୍ଧାର ହୋଇ ପାରିନଥିଲା । ଫଳରେ ଘରେଥିବା ଧାନ, ଚାଉଳ, ଟିଭି, ଗଡରେଜ, କାଠ ଆଲମିରା, ଲୁଗାପଟା ସମେତ ସମସ୍ତ ଗୃହୋପକରଣ ସାମଗ୍ରୀ ପୋଡି ପାଉଶଁ ହୋଇଯାଇଥିଲା । ଖବରପାଇ ହାଟଡିହି ଦମକଳ କେନ୍ଦ୍ରର କର୍ମଚାରୀମାନେ ପହଞ୍ଚି ନିଆଁକୁ ଆୟତ କରିଥିଲେ । ଦୁଇଟିଯାକ ପରିବାରର ଆନୁମାନିକ ୪ଲକ୍ଷରୁ ଉର୍ଦ୍ଧ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଆକଳନ କରାଯାଇଛି । ହଦଗଡ ରାଜସ୍ୱ ନିରୀକ୍ଷକ ଘଟଣାସ୍ଥଳରେ ପହଞ୍ଚି କ୍ଷୟକ୍ଷତି ଆକଳନ କରିବା ସହିତ ବିପନ୍ନ ପରିବାର ଗୁଡିକୁ ପଲିଥିନି ଯୋଗାଇ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.