Home ଓଡ଼ିଶା ତୈଳଦର ବୃଦ୍ଧି ପ୍ରତିବାଦ … ଶଗଡ ଶୋଭାଯାତ୍ରା ସାଙ୍ଗ କୁ ଚୁଲି ଜାଳି ଚା କଲେ ମହିଳା

ତୈଳଦର ବୃଦ୍ଧି ପ୍ରତିବାଦ … ଶଗଡ ଶୋଭାଯାତ୍ରା ସାଙ୍ଗ କୁ ଚୁଲି ଜାଳି ଚା କଲେ ମହିଳା

52

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୧/୧୧- ସାରା ରାଜ୍ୟ ରେ ଦରଦାମ୍ ହୁ ହୁ ହୋଇ ବଢିବାରେ ଲାଗିଛି । ପ୍ରତିଦିନ ପେଟ୍ରୋଲ , ଡିଜେଲ ଓ ରନ୍ଧନ ଗ୍ୟାସ ବଢି ବଢି ଆକାଶ ଛୁଆଁ ହେଲାଣି । ଯାହାକି ସାଦାରଣତଃ ମଧ୍ୟବିତ ପରିବାର  କୁ ବିଶେଷ ଭାବରେ ବାଧୁଛି । ତେଣୁ ବିଜୁ ଜନତା ଦଳ ର ନିଷ୍ପତି ଅନୁଯାଇ ରଣପୁର ବ୍ଲକ ମହିଳା ବିଜୁ ଜନତା ଦଳ ର ସଭାପତି ନର୍ମଦା ରାୟ ଙ୍କ ନେତୃତ୍ୱ ରେ ରଶ୍ମିତା ପ୍ରଧାନ , ପ୍ରତିଭା ମହାନ୍ତି ,  ମୀନତି ସାହୁ , କମଳାକ୍ଷୀ ଦିବ୍ୟଦର୍ଶିନୀ , ସଂଜୁକ୍ତା ପଢିଆରି ଆଦି ଶତାଧିକ ମହିଳା ରଣପୁର ବ୍ଲକ କୁ ଘେରାଉ କରିଥିଲେ । ରଣପୁର ପଞ୍ଚୁଦୋଳ ପଡିଆ ରେ ରଘୁଦିବାକର ପ୍ରତିମୃର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରି ଏକ ଶଗଡ ଶୋଭା ଯାତ୍ରା ରଣପୁର ବଡଦାଣ୍ଡ ପରିକ୍ରମା କରାଇ କେନ୍ଦ୍ର ମୋଦୀ ସରକାର ଙ୍କ ଦରଦାମ୍ ନିୟନ୍ତ୍ରଣ ପ୍ରତିବାଦ ରେ ବିଭିନ୍ନ ନାରା ଦେଇ ରଣପୁର ବ୍ଲକ ପର୍ଯ୍ୟନ୍ତ ଯାଇଥିଲେ ।

ସେଠାରେ ଏକ ପଥପ୍ରାନ୍ତ ସବା କରି ନାରୀ ନେତ୍ରୀ ମାନେ ନିଜ ନିଜର ଅଭିଭାଷଣ ରଖିଥିଲେ । ରଣପୁର ମଣ୍ଡଳ ଉନ୍ନୟନ ଅଧିକାରିଣୀ ଙ୍କ କାର୍ଯ୍ୟାଳୟ ସାମ୍ନାରେ କାଠ ଜାଳି ମାଟି ଚୁଲି ରେ ଚା ତିଆରି କରି ଅଭିନବ ପ୍ରତିବାଦ କରିଥିଲେ । ଶେଷ ରେ ତୈଳ ଦର ବୃଦ୍ଧି ସହ ଅତ୍ୟାବଶ୍ୟକୀୟ ପଦାର୍ଥ ର ଦର ବୃଦ୍ଧି ନେଇ ମହାମହିମ ରାଜ୍ୟପାଳ ଙ୍କ ଉଦେଶ୍ୟ ରେ ଏକ ଦାବୀ ପତ୍ର ପ୍ରଦାନ କରିଥିଲେ । ରଣପୁର ମଣ୍ଡଳ ଉନ୍ନୟନ ଅଧିକାରିଣୀ ରିତୁପର୍ଣ୍ଣା ମହାପାତ୍ର ଦାବୀ ପତ୍ର ଗ୍ରହଣ କରି ନିୟମ ଅନୁଯାଇ ରାଜ୍ୟପାଳ ଙ୍କ ନିକଟକୁ ପ୍ରେରଣ କରିବେ ବୋଲି କହିଥିଲେ । ଏଥିରେ ରଣପୁର ପୁର୍ବତନ ବ୍ଲକ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ , ବିଜୁ ଜନତା ଦଳ ର ରାଜ୍ୟ ପ୍ରବକ୍ତା ଡଂ ସନ୍ତୋଷ ଲେଙ୍କା , ପ୍ରଭାତ କୁମାର ଦଳବେହେରା , ପାଣ୍ଡବ ସେଠୀ  ଓ ସ୍ୱରାଜ ମହାନ୍ତି ଆଦି ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.