Home ଓଡ଼ିଶା ବଜ୍ରପାତରେ ଦୁଇ ମୃତ୍ୟୁ, ଦୁଇ ଗୁରୁତର

ବଜ୍ରପାତରେ ଦୁଇ ମୃତ୍ୟୁ, ଦୁଇ ଗୁରୁତର

241

ବାଲିଗୁଡା, ୨ା୬-(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲାରେ ସୋମବାର ଅପରାହ୍ନରେ ବଜ୍ରପାତରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ମୃତକମାନେ ହେଲେ ଚକାପାଦ ଥାନା ଚକାପାଦ ଗ୍ରାମ ନୂଆସାହିର ସୁମନ୍ତ ବିଷୋୟୀ (୨୮) ଓ ଫିରିଙ୍ଗିଆ ବ୍ଲକ ରବଙ୍ଗିଆ ପଞ୍ଚାୟତ ବଙ୍ଗମୁଣ୍ଡାର ଦାନାସିଂ କହଁର। ସୁମନ୍ତ ଦାଣ୍ଡରେ ଠିଆ ହୋଇଥିବା ବେଳେ ବଜ୍ରପାତ ହେବାରୁ ଗୁରୁତର ହୋଇଥିଲେ। ପରିବାର ଲୋକେ ତାଙ୍କୁ ବ୍ରାହ୍ମଣପାଦ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ।ଏ ନେଇ ଚକାପାଦ ଥାନାରେ ନଂ.୧/୨୦ରେ ଅପମୃତ୍ୟୁ ମାମଲା ହୋଇଛି। ଅନ୍ୟପକ୍ଷରେ ବଜ୍ରପାତରେ ବ୍ରାହ୍ମଣପାଦ ପଞ୍ଚାୟତ ଅର୍ଚ୍ଚାଙ୍ଗି ଗ୍ରାମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ନିକଟ ଏକ ଗଛମୂଳରେ ଥିବା ୧୦ ଗୋରୁଙ୍କ ମୃତ୍ୟୁ ଘଟିଛି। ସେହିପରି ରବଙ୍ଗିଆ ପଞ୍ଚାୟତ ବଙ୍ଗମୁଣ୍ଡାଠାରେ ବଜ୍ରପାତରେ ଦାନାସିଂ କହଁରଙ୍କ ମୃତ୍ୟୁ ଘଟିଥିବା ବେଳେ ଧନଞ୍ଜୟ କହଁର ଓ ଗୁନି କହଁର ଗୁରୁତର ହୋଇଛନ୍ତି। ଦାନାସିଂ ବାରଣ୍ଡାରେ ବସିଥିବା ବେଳେ ବଜ୍ରପାତର ଶିକାର ହୋଇଥିଲେ। ଅନ୍ୟ ଏକ ସ୍ଥାନରେ ଥିବା ଧନଞ୍ଜୟ ଓ ଗୁନି ମଧ୍ୟ ବଜ୍ରପାତରେ ଆହତ ହୋଇ ଫିରିଙ୍ଗିଆ ମେଡ଼ିକାଲରେ ଭର୍ତ୍ତିି ହୋଇଥିଲେ। ଧନଞ୍ଜୟଙ୍କ ଅବସ୍ଥା ଗୁରୁତର ଥିବାରୁ ଫୁଲବାଣୀ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.