Home କେନ୍ଦ୍ରାପଡ଼ା ଲକଡାଉନ ଉଠିବା ପରେ ଘରକୁ ଆସିବାକୁ ଚାହୁଁଥିବା ଶ୍ରମିକ ପଂଚାୟତରେ ପଞ୍ଜିକରଣ କରନ୍ତୁ

ଲକଡାଉନ ଉଠିବା ପରେ ଘରକୁ ଆସିବାକୁ ଚାହୁଁଥିବା ଶ୍ରମିକ ପଂଚାୟତରେ ପଞ୍ଜିକରଣ କରନ୍ତୁ

90

କେନ୍ଦ୍ରାପଡା ୨୭/୪( ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – ସରକାରଙ୍କ କରୋନା ଜନିତ ଲକଡାଉନ ଉଠିବା ପରେ ମଇମାସ ୩ତାରିଖ ଠାରୁ ନିଜ ଘରକୁ ଆସିବାକୁ ଚାହୁଁଥିବା ପ୍ରବାସୀ ଶ୍ରମିକମାନେ ନିଜ ପଂଚାୟତରେ ସେମାନଙ୍କ ନାମ ଚଳିତମାସ ୨୪ତାରିଖରୁ ୩୦ତାରିଖ ମଧ୍ୟରେ ମୋ ପଂଚାୟତ ପୋର୍ଟାଲରେ ଅନଲାଇନରେ ପଞ୍ଜିକରଣ କରିବା ଆବଶ୍ୟକ ବୋଲି ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ ବ୍ଲକର ସମସ୍ତ ପଂଚାୟତ ଗୁଡିକର ସରପଂଚମାନଙ୍କୁ ପରାମର୍ଶ ଦେଇଛନ୍ତି। ଏସମ୍ପର୍କରେ ଶ୍ରମିକ ନିଜେ ନତୁବା ତାଙ୍କ ସମ୍ପର୍କୀୟ ବା ସରପଂଚଙ୍କ ଦ୍ୱାରା ପଂଚାୟତ କାର୍ଯ୍ୟାଳୟରେ ଫର୍ମ ପୁରଣ କରିପାରିବେ। ଯେଉଁମାନେ ବାହାରୁ ଆସିବେ ସରପଂଚମାନେ ସେମାନଙ୍କୁ ବସ ଓ ଟ୍ରେନ ରହଣୀସ୍ଥଳରୁ ନିଜ ତତ୍ୱାବଧାନରେ ଆଣି ପଂଚାୟତ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା କ୍ୱାରେଂଟାଇନ କେନ୍ଦ୍ରରେ ବାଧ୍ୟତାମୂଳକ ଭାବେ ୧୪ଦିନ ପର୍ଯ୍ୟନ୍ତ ରଖିବେ। ଏଥିସହିତ ସରପଂଚମାନେ ସେମାନଙ୍କ ଖାଇବା, ପିଇବା, ରକ୍ତ ପରୀକ୍ଷା ଓ ଡାକ୍ତରୀ ଚିକିତ୍ସାର ବ୍ୟବସ୍ଥା କରିବେ। ଶେଷରେ ରକ୍ତ ପରୀକ୍ଷା ରିପୋର୍ଟ ଆସିବା ପରେ ସରପଂଚ ସଂପୃକ୍ତ ବ୍ୟକ୍ତିଙ୍କୁ ଘରକୁ ଯିବା ପାଇଁ ଅନୁମତି ଦେବେ। ଏହା ବ୍ୟତିତ ଏହି ୧୪ଦିନ ପଂଚାୟତ କ୍ୱାରେଂଟାଇନ କେନ୍ଦ୍ରରେ ରହିବା ସମୟରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ସରକାରଙ୍କ ପକ୍ଷରୁ ଘୋଷିତ ୨ହଜାର ଟଙ୍କା ପ୍ରଦାନର ବ୍ୟବସ୍ଥା କରିବେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.