Home କେନ୍ଦ୍ରାପଡ଼ା ଅନୁପଯୁକ୍ତ ହିତାଧିକାରୀଙ୍କୁ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ ବନ୍ଦ କରିବାକୁ ଉପଜିଲ୍ଲାପାଳଙ୍କୁ ଅଭିଯୋଗ

ଅନୁପଯୁକ୍ତ ହିତାଧିକାରୀଙ୍କୁ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ ବନ୍ଦ କରିବାକୁ ଉପଜିଲ୍ଲାପାଳଙ୍କୁ ଅଭିଯୋଗ

130

କେନ୍ଦ୍ରାପଡା ୨୭/୪( ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ପଳସିଂହା ପଂଚାୟତରେ କେତେକ ଅନୁପଯୁକ୍ତ ବ୍ୟକ୍ତିଙ୍କୁ ବାର୍ଦ୍ଦକ୍ୟ ଭତ୍ତା ପ୍ରଦାନକୁ ବନ୍ଦ କରାଯିବା ପାଇଁ ସଂପୃକ୍ତ ପଂଚାୟତ ପକ୍ଷରୁ ଉପଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରାଯାଇଛି। ଅଭିଯୋଗରୁ ପ୍ରକାଶ ଯେ ୯୭ ପତ୍ନୀ ମୀନା ମଳିକଙ୍କ ବୟସ ୨୦୧୯ ଭୋଟର ତାଲିକାରେ ୪୪ବର୍ଷ ହୋଇଥିବା ବେଳେ ଓ ସେହି ଗ୍ରାମର ଭାଷ୍କର ମଳିକଙ୍କ ପୁଅ ରବିନ୍ଦ୍ର ମଳିକଙ୍କ ବୟସ ୫୪ବର୍ଷ ହୋଇଥିଲେ ବି ସେମାନଙ୍କ ନାମରେ ବାର୍ଦ୍ଦକ୍ୟ ଭତ୍ତା ମଞ୍ଜୁର କରାଯିବାକୁ ସଂପୃକ୍ତ ଅଧିକାରୀଙ୍କ ଉପରେ ଚାପ ପକାଯାଉଛି। ଏଭଳି ଘଟଣାକୁ ନେଇ ପଂଚାୟତରେ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି। ତେଣୁ ଏଭଳି ଅନୁପଯୁକ୍ତ ଲୋକମାନଙ୍କୁ ବେଆଇନ ଭାବରେ ସରକାରଙ୍କ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ କରାନଯିବାକୁ ପଳସିଂହା ପଂଚାୟତର ସରପଂଚ କାଦମ୍ବିନୀ ମହାପାତ୍ର ଭୋଟର ତାଲିକାର ନକଲ ସହିତ ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ମହାପାତ୍ରଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି। ଉପଜିଲ୍ଲାପାଳ ଶ୍ରୀ ମହାପାତ୍ର ଏହି ଅଭିଯୋଗର ତଦନ୍ତ କରାଯାଉଥିବା ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.