Home କେନ୍ଦ୍ରାପଡ଼ା ବାଲିଆ ନିଗମ ଏଚପି ଫିଲିଂ ଷ୍ଟେସନ ପକ୍ଷରୁ ଗାଡିଚାଳକଙ୍କୁ ମାଗଣା ରନ୍ଧାଖାଦ୍ୟ ବଂଟନ

ବାଲିଆ ନିଗମ ଏଚପି ଫିଲିଂ ଷ୍ଟେସନ ପକ୍ଷରୁ ଗାଡିଚାଳକଙ୍କୁ ମାଗଣା ରନ୍ଧାଖାଦ୍ୟ ବଂଟନ

107

କେନ୍ଦ୍ରାପଡା ୨୭/୪( ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭାଗବତପୁର ପଂଚାୟତର ବାଲିଆ ସ୍ଥିତ ନିଗମ ଏଚପି ଫିଲିଂ ଷ୍ଟେସନ ପକ୍ଷରୁ ଗାଡି ଚାଳକମାନଙ୍କୁ ୪ଦିନ ହେବ ମାଗଣା ରନ୍ଧା ଖାଦ୍ୟ ପୁଡିଆ ବଂଟନ କରାଯାଉଛି। ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ପ୍ରଥମେ ଜଣେ ଗାଡିଚାଳକଙ୍କୁ ରନ୍ଧା ଖାଦ୍ୟ ପୁଡିଆ ଦେଇ ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ ଭାଗବତପୁର ପଂଚାୟତର ସରପଂଚ ଧରଣୀଧର ଦାସ, ସମିତିସଭ୍ୟ ଧିରେନ୍ଦ୍ର ନାଥ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ। ନିଗମ ଏଚପି ଫିଲିଂ ଷ୍ଟେସନର ଡିଲର, ବାଲିଆ ବଜାର କମିଟି ସଭାପତି ତଥା ସମାଜସେବୀ ପ୍ରମୋଦ କୁମାର ସାହୁ ସ୍ଥାନୀୟ ବୁଦ୍ଧିଜୀବିଙ୍କ ସହଯୋଗରେ ି ରନ୍ଧା ଖାଦ୍ୟକୁ ଫିଲିଂ ଷ୍ଟେସନ ନିକଟରେ କଟକ – ଚାନ୍ଦବାଲି ରାସ୍ତାରେ ଯାଉଥିବା ଗାଡି ଗୁଡିକର ଚାଳକ ଓ ହେଲପରମାନଙ୍କୁ ପ୍ରତ୍ୟେକ ଦିନ ମାଗଣାରେ ପ୍ରଦାନ କରୁଛନ୍ତି। ରାସ୍ତା କଡରେ ଥିବା ହୋଟେଲ ଓ ଢାବା ଗୁଡିକ କୋଭିଡ -୧୯ ଲକଡାଉନ ପାଇଁ ବନ୍ଦ ଥିବାରୁ ଗାଡି ଚାଳକ ଓ ହେଲପରମାନେ ଖାଇବା ପାଇଁ ଅସୁବିଧାର ସମ୍ମୁଖିନ ହେଉଥିବାରୁ ସେମାନେ ଏହି ଖାଦ୍ୟକୁ ଆନନ୍ଦର ସହିତ ଖାଉଥିବାର ଦେଖିବାକୁ ମିଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.