Home ଓଡ଼ିଶା ର୍ୟାଗିଂ ଘଟଣାରେ ଓଡ଼ିଶା ମାନବ ଅଧିକାର ଆୟୋଗର ହସ୍ତକ୍ଷେପ ଲୋଡ଼ିଲା ର୍ୟାଗିଂ ମୁକ୍ତ କ୍ୟାମ୍ପସ୍ ଅଭିଯାନ...

ର୍ୟାଗିଂ ଘଟଣାରେ ଓଡ଼ିଶା ମାନବ ଅଧିକାର ଆୟୋଗର ହସ୍ତକ୍ଷେପ ଲୋଡ଼ିଲା ର୍ୟାଗିଂ ମୁକ୍ତ କ୍ୟାମ୍ପସ୍ ଅଭିଯାନ ପାଞ୍ଚଟି ବିଭାଗକୁ ଆୟୋଗର ରିପୋର୍ଟ ତଲବ

142

ଭୁବନେଶ୍ୱର, ୧୮.୦୯ (ଓଡ଼ିଆ ପୁଅ) : ଗତ କିଛିଦିନ ତଳେ ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (VSSTU) ରେ ଅମାନବୀୟ ର୍ୟାଗିଂ ଘଟଣା ସାମନାକୁ ଆସିବାର କିଛିଦିନ ପରେ ଆଜି ପୁଣି ଥରେ ରାଜ୍ୟର ଦୁଇଟି ଶିକ୍ଷାନୁଷ୍ଠାନରେ ର୍ୟାଗିଂ ଘଟଣା ଗଣମାଧ୍ୟମରେ ସାମ୍ ନାକୁ ଆସିଛି। କଟକସ୍ଥିତ ରେଭେନ୍ ସା ବିଶ୍ୱବିଦ୍ୟାଳୟର ଇଷ୍ଟ ହଷ୍ଟେଲ୍ ରେ ଯୁକ୍ତ ତିନି ପ୍ରଥମ ବର୍ଷର ଛାତ୍ରଙ୍କୁ ବରିଷ୍ଠ ଛାତ୍ରମାାନେ ମାଡ଼ ମାରିବା ଓ ନିର୍ଯ୍ୟାତନା ଦେବାର ଅଭିଯୋଗ ହୋଇଛି। ସେହିଭଳି ସମ୍ବଲପୁର ଶାସନସ୍ଥିତ ବୈଦିକ କନିଷ୍ଠ ମହାବିଦ୍ୟାଳୟ (Vaidik Junior College) ରେ ଯୁକ୍ତ ୨ (+୨) ପ୍ରଥମ ବର୍ଷ ଛାତ୍ରଙ୍କୁ ୪ ଜଣ ବରିଷ୍ଠ ଛାତ୍ର ନିସ୍ତୁକ ମାଡ଼ ମାରି ଲହୁଲୁହାଣ କରିବା ଓ ପରେ ହସ୍ପିଟାଲ୍ ରେ ଭର୍ତ୍ତି ହେବା ଖବର ସାମ୍ ନାକୁ ଆସିଛି। ବୈଦିକ କଲେଜ୍ କର୍ତ୍ତୃପକ୍ଷ ର୍ୟାଗିଂର ଶିକାର ଛାତ୍ରଙ୍କର ଅଭିଭାବକଙ୍କୁ ଉପରେ ଆକ୍ରୋଶମୂଳକ ମନୋଭାବ ପ୍ରଦର୍ଶନ କରୁଥିବା ଥାନାରେ ଅଭିଯୋଗ ହୋଇଛି।

ଏହି ଦୁଇ ଅତ୍ୟନ୍ତ ଅମାନୁଷିକ ର୍ୟାଗିଂ ଘଟଣାରେ ଓଡ଼ିଶା ମାନବ ଅଧିକାର ଆୟୋଗ (Odisha Human Rights Commission) ର ହସ୍ତକ୍ଷେପ ଲୋଡ଼ିଛି ର୍ୟାଗିଂମୁକ୍ତ କ୍ୟାମ୍ପସ୍ ଅଭିଯାନ (Ragging Free Campus @bò~û^)। ଆଜି ଅପରାହ୍ନରେ ଅଭିଯାନର ଆବାହକ ତେଜେଶ୍ୱର ପରିଡ଼ାଙ୍କ ନେତୃତ୍ୱରେେ ଏକ ୧୦ ଜଣିଆ ଦଳ ରାଜ୍ୟ ମାନବ ଅଧିକାର ଆୟୋଗର ଅଧ୍ୟକ୍ଷ ମାନ୍ୟବର ଜଷ୍ଟିସ୍ ବିମଳ ପ୍ରସାଦ ଦାସ ଓ ମାନ୍ୟବର ସଦସ୍ୟ ଜଷ୍ଟିସ୍ ରଘୁବୀର ଦାସଙ୍କ ଦୁଇଜଣିଆ ଖଣ୍ଡପୀଠ (Two Member Division Bench)  ଙ୍କୁ ଭେଟି ଏହି ସଂକ୍ରାନ୍ତରେ ମାମଲା (Petition) ଦାୟର କରିଛନ୍ତି। ଏହି ଘଟଣାଗୁଡ଼ିକୁ ଅତ୍ୟନ୍ତ ଗୁରୁତ୍ୱର ସହ ବିଚାର କରି ମାନବ ଅଧିକାର ଆୟୋଗ ରାଜ୍ୟର ସରକାରଙ୍କର ଗୃହ ବିଭାଗର ପ୍ରମୁଖ ଶାସନ ସଚିବଙ୍କୁ ୧୧ ଅକ୍ଟୋବର ୨୦୧୯ ସୁଦ୍ଧା ସବିଶେଷ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି। ର୍ୟାଗିଂ ରୋକିବା ପାଇଁ କ’ଣ ସବୁ ନିୟମାବଳୀ ରହିଛି ଏଗୁଡ଼ିକର ସଠିକ୍ କାର୍ଯ୍ୟାନୁଷ୍ଠାନ ପାଇଁ ନିୟମିତ ତଦାରଖ (Monitoring) ହେଉଛି ନା ନାହିଁ ବୋଲି ଦର୍ଶାଇବାକୁ କୁହାଯାଇଛି। ସେହିଭଳି ର୍ୟାଗିଂର ଶିକାର ହେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ମାନ୍ୟବର ସୁପ୍ରିମ କୋର୍ଟ (ସର୍ବୋଚ୍ଚ ନ୍ୟାୟାଳୟ)ର ନିର୍ଦ୍ଦେଶ ମୁତାବକ କାର୍ଯ୍ୟକ୍ରମ, Anti-Ragging Help Line  ରାଜ୍ୟ ସରକାରଙ୍କଦ୍ୱାରା ଖୋଲାଯାଇଛି କି ନାହିଁ ଜାଣିବାକୁ ଚାହିଁଛନ୍ତି ଆୟୋଗ। ଏହା ସହ ସମସ୍ତ ଜିଲ୍ଲାର ପୋଲିସ୍ ମୁଖ୍ୟାଳୟରେ Help Line ଖୋଲିବା ସହ Help Line ନମ୍ବରକୁ ବ୍ୟାପକ ପ୍ରଚାର କରିବା ପାଇଁ ଆୟୋଗ ରାଜ୍ୟ ଗୃହ ବିଭାଗକୁ ପରାମର୍ଶ ଦେଇଛନ୍ତି।

ଏହା ସହିତ ଉଚ୍ଚଶିକ୍ଷା ବିଭାଗ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ବୈଷୟିକ ଶିକ୍ଷା ବିଭାଗ ଓ ସ୍ୱାସ୍ଥ୍ୟବିଭାଗର ସଚିବମାନଙ୍କୁ ଏ ସମ୍ପର୍କରେ ତା ୧୧.୧୦.୨୦୧୯ରିଖ ସୁଦ୍ଧା ଉତ୍ତର ରଖିବାକୁ କୁହାଯାଇଛି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ତା ୧୧.୧୦.୨୦୧୯ରିଖକୁ ଧାର୍ଯ୍ୟ କରାଯାଇଛି।

ର୍ୟାଗିଂ ମୁକ୍ତ କ୍ୟାମ୍ପସ୍ ଅଭିଯାନର ଆବାହକ ତେଜେଶ୍ୱର ପରିଡ଼ାଙ୍କ ନେତୃତ୍ୱରେ ସହଆବାହକ ମିର୍ ଅହମଦ୍ ଅଲ୍ଲି, ସତ୍ୟବ୍ରତ ଜେନା, ସଙ୍ଘମିତ୍ରା ଜେନା, ଚିନ୍ମୟ ମହାପାତ୍ର, ବିଶ୍ୱଜିତ୍ ସାହୁ, ଅଜିତ୍ ରଞ୍ଜନ ବେହେରା, ତପନ କୁମାର କାଣ୍ଡି, ରତିକାନ୍ତ ମହାନ୍ତି ଓ ଗୁରୁଚରଣ ଜେନା ଆୟୋଗର ଦୁଇଜଣିଆ ଖଣ୍ଡପୀଠକୁ ଭେଟିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.