Home କେନ୍ଦୁଝର ରୋଷେଇବେଳେ ନିଆଁରେ ପୋଡି ଗୁରୁତର ଥିବା ରୋଷେୟାର ମୃତ୍ୟୁ

ରୋଷେଇବେଳେ ନିଆଁରେ ପୋଡି ଗୁରୁତର ଥିବା ରୋଷେୟାର ମୃତ୍ୟୁ

25

ହାଟଡ଼ିହି, ୧୪ । ୧୨ : (ଓଡିଆପୁଅ / ବିକାଶ ବିଶ୍ୱାଳ) ଗତ ୬ତାରିଖ ଦିନ ରୋଷେଇ କରୁଥିବା ବେଳେ ନିଜ ଅସାବଧାନତାରୁ ନିଆଁରେ ପୋଡିଯାଇ ଗୁରୁତର ଆହତ ହୋଇଥିବା ରୋଷେୟାର ଗତକାଲି ରାତିରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି । ଖବରରୁ ଜଣାଯାଇଛି ଯେ ଛେନାପଦିଛକ ସ୍ଥିତ ମା ହୋଟେଲରେ ନବୀନା ଦେହୁରୀ ନାମକ ଜଣେ ରୋଷେୟା ଗତ ୬ତାରିଖ ଦିନ ରୋଷେଇ କରୁଥିବା ସମୟରେ ଅସାବଧାନତାରୁ ତେଲ କଡାରୁ ତା ପିନ୍ଧିଥିବା ପୋଷାକରେ ନିଆଁ ଲାଗି ଯାଇଥିଲା । ଫଳରେ ତାର ଶରୀରର ୫୦ଭାଗ ପୋଡି ଯାଇଥିଲା । ତାକୁ ପ୍ରଥମେ ଆନନ୍ଦପୁର ଓ ପରେ କଟକ ଡାକ୍ତରଖାନାକୁ ନିଆଯାଇ ଚିକିତ୍ସା କରାଯାଉଥିବାବେଳେ ଗତକାଲି ରାତିରେ ତାର ମୃତ୍ୟୁ ଘଟିଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.