Home Top News କ୍ୟାବିନେଟ ମଞ୍ଜୁରୀ – ପୁରୀ ଏବଂ ଯାଜପୁରରେ ହେବ ମେଡିକାଲ କଲେଜ, ତିନିବର୍ଷରେ ସରିବ କାମ

କ୍ୟାବିନେଟ ମଞ୍ଜୁରୀ – ପୁରୀ ଏବଂ ଯାଜପୁରରେ ହେବ ମେଡିକାଲ କଲେଜ, ତିନିବର୍ଷରେ ସରିବ କାମ

35

ଭୁବନେଶ୍ୱର ୧୪-୧୨ (ଓଡ଼ିଆ ପୁଅ) – ପୁରୀ ଏବଂ ଯାଜପୁରରେ ମେଡିକାଲ କଲେଜ ସ୍ଥାପନ ହେବ। ଏ ନେଇ ଆଜି ଏ ସମ୍ବନ୍ଧୀୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ କମିଟିର ଅନୁମୋଦନ ମିଳିଛି। ପୁରୀ ମେଡ଼ିକାଲ କଲେଜରେ ୬୫୦ ଶଯ୍ୟା ରହିବ। ୨୨୪.୫୬ କୋଟି ଟଙ୍କାର ଟେଣ୍ଡର କ୍ୟାବିନେଟ ଅନୁମୋଦନ ଲାଭ କରିଛି। ୩ ବର୍ଷରେ ପୁରୀ ମେଡିକାଲ କଲେଜର ନିର୍ମାଣ କାମ ଶେଷ ହେବ। ଏହାକୁ ଏଲ୍ ଆଣ୍ଡ୍ ଟି ନିର୍ମାଣ କରିବ।

ଏତଦ୍ ବ୍ୟତୀତ ଯାଜପୁରରେ ୧୦୦ ସିଟ୍ ବିଶିଷ୍ଟ ମେଡିକାଲ କଲେଜ ଓ ୫ ଶହ ବେଡ୍ ବିଶିଷ୍ଟ ହସପିଟାଲ ନିର୍ମାଣ ହେବ। ଯାଜପୁରରେ ବି ୩ ବର୍ଷ ମଧ୍ୟରେ ନିର୍ମାଣ କାମ ଶେଷ ହେବ। ଏହାକୁ ମଧ୍ୟ ଏଲ୍ ଆଣ୍ଡ୍ ଟି କରିବ। ଏ ନେଇ ୪୨୬. ୫୧ କୋଟି ଟଙ୍କାର ଟେଣ୍ଡରକୁ କ୍ୟାବିନେଟ ଅନୁମୋଦନ କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.