Home ଜିଲ୍ଲା ପରିକ୍ରମା ରୋଟାରୀ କ୍ଲବ ମିଡଟାଉନ ଓ ରୋଟାରୀ କ୍ଲବ ଭଦ୍ରକ ଦ୍ୱାରା ଅଙ୍ଗଦାନ ସମ୍ବନ୍ଧୀୟ କର୍ମଶାଳା

ରୋଟାରୀ କ୍ଲବ ମିଡଟାଉନ ଓ ରୋଟାରୀ କ୍ଲବ ଭଦ୍ରକ ଦ୍ୱାରା ଅଙ୍ଗଦାନ ସମ୍ବନ୍ଧୀୟ କର୍ମଶାଳା

63

ଭଦ୍ରକ, ୨୫ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରୋଟାରୀ କ୍ଳବ ମିଡଟାଉନ ଭଦ୍ରକ ଓ ଭଦ୍ରକ ରୋଟାରୀ କ୍ଲବର ମିଳିତ ଆନୁକୂଲ୍ୟରେ ସାଳନ୍ଦୀ ହସ୍‌ପିଟାଲ ଓ ନର୍ସିଂ ସ୍କୁଲ ପରିସରରେ ଅଙ୍ଗଦାନ ସମ୍ବନ୍ଧୀୟ ଏକ କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି । ରୋଟାରୀ ମିଡ୍‌ଟାଉନର ସଭାପତି ପବିତ୍ର ମୋହନ ଖିଲାର ଓ ରୋଟାରୀ କ୍ଳବ ଭଦ୍ରକର ସଭାପତି ବସନ୍ତ କୁମାର ପାଣିଗ୍ରାହୀ ଓ ସମ୍ପାଦକ ଇଂ ଅମ୍ବିକା ବଲ୍ଲଭ ସ୍ୱାଇଁଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କର୍ମଶାଳାରେ ରୋଟାରିଆନ ଡା. ପ୍ରଭାସ କୁମାର ମହାନ୍ତି ପୌରୋହିତ୍ୟ କରିଥିଲେ । ଡାକ୍ତର ମହାନ୍ତି ତାଙ୍କ ବକ୍ତବ୍ୟରେ ଅଙ୍ଗଦାନର ଆବଶ୍ୟକତା, ତାତ୍ପର୍ଯ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଡା. ସୁଧିର କୁମାର ନାୟକ ଅଙ୍ଗଦାନ ଦ୍ୱାରା କିପରି ଅନ୍ୟମାନଙ୍କ ଜୀବନ ରକ୍ଷା କରାଯାଇ ପାରେ ସେ ସମ୍ବନ୍ଧରେ ଅବଗତ କରାଇଥିଲେ । ଅତିରିକ୍ତ ରୋଟାରୀ ଜିଲ୍ଲା ଗଭର୍ଣ୍ଣର ରୋଟାରିଆନ ଅତିସ କୁମାର ବେହେରା ଅଙ୍ଗଦାନ କରୁଥିବା ବ୍ୟକ୍ତିଙ୍କ ମହନୀୟତା ଓ ଗୁରୁତ୍ୱ ସମ୍ବନ୍ଧରେ ବକ୍ତବ୍ୟ ରଖିଥିଲେ । ଅଙ୍ଗଦାନ ଏକ ମହତ ଦାନ ଓ କର୍ତ୍ତବ୍ୟ । ମୃତ୍ୟୁ ପୂର୍ବରୁ ଜଣେ ନିଜର ଅଙ୍ଗଦାନ କରି ଅନ୍ୟର ଜୀବନ ରକ୍ଷା କରିବା ଠାରୁ ପୁଣ୍ୟ କାର୍ଯ୍ୟ ଆଉ କିଛି ନାହିଁ ବୋଲି କର୍ମଶାଳାରେ ଅନ୍ୟ ବକ୍ତାମାନେ ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ରୋଟାରିଆନ ଶିଶିର ମିଶ୍ର, ଇନ୍ଦ୍ରଜିତ ସିଂ, ସନାନ ଜେନା, ମନୋଜ ସାହୁ, ପ୍ରମୋଦ ଜେନା, ଅଜିତ ଦାସ, ଶ୍ରୀକାନ୍ତ ଦାସ ପ୍ରମୁଖ ବିଭିନ୍ନ ଦାୟିତ୍ୱ ନିର୍ବାହ କରିଥିବା ବେଳେ ଅନ୍ୟ ସଦସ୍ୟ ସଦସ୍ୟାମାନେ ଏହାର ସୁପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.