Home ଜିଲ୍ଲା ପରିକ୍ରମା ବାଇକ ସହ ମଦ ଜବତ, ୨ ଗିରଫ

ବାଇକ ସହ ମଦ ଜବତ, ୨ ଗିରଫ

35

ଭଦ୍ରକ, ୨୫ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ୍ ମଞ୍ଜୁରୀରୋଡ ଅଞ୍ଚଳରୁ ପଚାଶ ଲିଟର ଦେଶୀ ମଦ ସହ ବାଇକ ଧାମନଗର ଅବକାରୀ ପୁଲିସ ସୋମବାର ଜବତ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି । ଯଶୋଟିକିରି ଗ୍ରାମର ନିରାକାର ପଲାଇ ଓ ବିରଞ୍ôଚ ମହାରଣା ଓଡି ୦୪ ସି ୧୯୭୪ ନଂ ବାଇକରେ ପଚାଶ ଲିଟର ଦେଶୀ ମଦ ପରିବହନ କରୁଥିବା ବେଳେ ଧାମନଗର ଅବକାରୀ ଅଧିକାରୀ ପ୍ରହଲ୍ଲାଦ ସାମଲ, କନେଷ୍ଟବଳ ଅନବାଦିତ୍ୟ ବାରିକ, ରମେଶ ନାୟକ, ଅଜିତ କୁମାର ସିଙ୍କୁ, ସନ୍ଧ୍ୟାରାଣୀ ସେନାପତି ପ୍ରମୁଖ ଚଢାଉ କରି ଅଭିଯୁକ୍ତଙ୍କୁ ଗିରଫ କରିଥିଲେ । ଏଥିସହ ମଦ ଓ ବାରିକ ମଧ୍ୟ ଜବତ ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.