Home ଜିଲ୍ଲା ପରିକ୍ରମା ରୋଗୀ କଲ୍ୟାଣ ସମିତି କାର୍ଯ୍ୟକାରିଣୀ କମିଟି ବୈଠକ

ରୋଗୀ କଲ୍ୟାଣ ସମିତି କାର୍ଯ୍ୟକାରିଣୀ କମିଟି ବୈଠକ

190

ଯାଜପୁର ୩୦-୭ (ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ରୋଗୀ କଲ୍ୟାଣ ସମିତି କାର୍ଯ୍ୟକାରିଣୀ କମିଟି ବୈଠକ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ରଂଜନ କୁମାର ଦାସ ଜିଲ୍ଲାରେ ଥିବା ସମସ୍ତ ଚିକିତ୍ସାଳୟ ଗୁଡିକରେ ରୋଗୀ ମାନଙ୍କୁ ଉନ୍ନତ ମାନର ସେବା ଯୋଗାଇ ଦେବା ଉପରେ ଗୁରୁତ୍ୱ ଦେଇଥିଲେ। ପୂର୍ବ ଅପେକ୍ଷା ବର୍ତ୍ତମାନ ଡାକ୍ତରଖାନା ଗୁଡିକର ଭିତ୍ତିଭୂମି ସୁଦୃଢ ହେବା ସହ ବିଭିନ୍ନ ପରୀକ୍ଷା ନୀରିକ୍ଷା, ନିରାମୟରେ ମାଗଣାରେ ଔଷଧ ଇତ୍ୟାଦି ପ୍ରଦାନ କରାଯାଉଚ୍ଥି। ତେଣୁ ଏହାକୁ ସୁଚାରୁ ରୂପେ ପରିଚାଳନା କରି ଆସୁଥିବା ରୋଗୀ ମାନଙ୍କୁ ସଠିକ ଚିକିତ୍ସା ଯୋଗାଇ ଦେବାକୁ ସେ ପରାମର୍ଶ ଦେଇଥିଲେ। ବିସ୍ତୃତ ଆଲୋଚନା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଉନ୍ନୟନ ପାଇଁ ବିବିଧ ପଦକ୍ଷେପ ଗ୍ରହଣ କରାଗଲା। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୮ ଗୋଟି ଦେୟ ଯୁକ୍ତ କ୍ୟାବିନ ସଂପର୍କରେ ଆଲୋଚନା ହୋଇ କ୍ୟାବିନ ପିଚ୍ଥା ଏକ ହଜାର ଟଙ୍କାର ଦେୟ ଧାର୍ଯ୍ୟ ବ୍ୟବସ୍ଥା କରାଗଲା। ତେବେ ଏହାକୁ ୨୪ ଘଣ୍ଟିଆ ଉନ୍ନତ ସେବା ଯୋଗାଣର ବ୍ୟବସ୍ଥା କରାଯିବା ପାଇଁ ସ୍ଥିର ହେଲା। ମୁଖ୍ୟ ଚିକିତ୍ସାଳୟ ପରିସରରେ ତରଳ ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥା କରାଯାଇଚ୍ଥି ବୋଲି ବୈଠକରେ ସୂଚନା ଦିଆଯାଇଥିଲା। ସେହିପରି ୫ ଗୋଟି ୱାଟର କୁଲର ବିଭିନ୍ନ ସ୍ଥାନରେ ସ୍ଥାପନ ହୋଇଚ୍ଥି। ଏମ୍ସି-ଏଚ୍ବିଲ୍ଡିଂରେ ଝରକା ମାନଙ୍କରେ ମଶା ପ୍ରତିରୋଧ ନେଟ୍ ଲଗାଯାଇଚ୍ଥି। ହସ୍ପିଟାଲ ପରିସରରୁ ଦୂଷିତ ଜଳ ନିଷ୍କାସନ ବ୍ୟବସ୍ଥା ହୋଇଚ୍ଥି। ରୋଗୀ ଓ ଆଟେଣ୍ଡାଣ୍ଟଙ୍କ ପାଇଁ ଜୋତା ରଖା ଷ୍ଟାଣ୍ଡର ବ୍ୟବସ୍ଥା ହୋଇଚ୍ଥି। ଓ÷୍ୟଷଧୀୟ ବୃକ୍ଷ ମଧ୍ୟ ଲଗା ହୋଇଚ୍ଥି। ଅପର ପକ୍ଷରେ ବିଭିନ୍ନ ସୂଚନା ପାଇଁ ଡିଜିଟାଲ ଡିସ୍ପ୍ଳେ ବୋର୍ଡ ତୁରନ୍ତ ଲଗାଯିବା ପାଇଁ ପୂର୍ତ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଚ୍ଥି। ଅଗ୍ନିଶମ ବିଭାଗ ପକ୍ଷରୁ ନିୟମିତ ଅନୁଧ୍ୟାନ ସହ ଆବଶ୍ୟକୀୟ ଅଗ୍ନି ନିର୍ବାପକ ବ୍ୟବସ୍ଥା, ରୋଗୀ ସେବାକୁ ଅଧିକ କ୍ରିୟାଶୀଳ ପାଇଁ ସେବା ପ୍ରଦାନକାରୀ ମାନଙ୍କୁ ଡିଜିଟାଲ ବ୍ୟବସ୍ଥା ମଧ୍ୟରେ ଡାକରା, ଅନ୍ୟାନ୍ୟ ଆବଶ୍ୟକୀୟ ଆସବାବ ପତ୍ର କ୍ରୟ, ଜଣେ ରୋଗୀ ଓ ଜଣେ ଆଟେଣ୍ଡାଣ୍ଟ ବ୍ୟବସ୍ଥାର ତଦାରଖ ପାଇଁ ସୁରକ୍ଷା କର୍ମୀ ବ୍ୟବସ୍ଥା, ପ୍ରତ୍ୟେକ ୱାର୍ଡରେ ଡାକ୍ତର ଓ କର୍ମଚାରୀ ମାନଙ୍କର ନାମ ପଂଳକ ପ୍ରଦର୍ଶନ ବ୍ୟବସ୍ଥା, ଟିକଟ କାଊଣ୍ଟର, ଓପଡି ଇତ୍ୟାଦିରୁ ସାଊଣ୍ଡ ସିଷ୍ଟମ ମାଧ୍ୟମରେ ରୋଗୀ ମାନଙ୍କୁ ସୂଚନା ପ୍ରଦାନ ଓ ଡାକରା, ଡାକ୍ତର ଓ ସମସ୍ତ କର୍ମଚାରୀଙ୍କୁ ୟୁନିପଂର୍ମ ସହ ପରିଚୟ ପତ୍ର ବ୍ୟବସ୍ଥା ଇତ୍ୟାଦି ସଂପର୍କରେ ଆଲୋଚନା କରାଯାଇ ତୁରନ୍ତ କାର୍ଯ୍ୟକାରୀ କରାଯିବାକୁ ନିଷ୍ପତ୍ତି ହେଲା। ଅପର ପକ୍ଷରେ ସ୍ଥାୟୀ ଭାବେ ବର୍ଜ୍ୟ ଜଳର ପରିଚାଳନା, ବର୍ଷା ଜଳ ଅମଳ ଓ ପରିଚାଳନା ଏବଂ ସୈାର ଶକ୍ତି ଊତ୍ପାଦନ ଓ ବିନିଯୋଗ ଭିତ୍ତିକ ବ୍ୟବସ୍ଥା ମୁଖ୍ୟ ଚିକିତ୍ସାଳୟର ପ୍ରତ୍ୟେକ ନିର୍ମାଣ କାର୍ଯ୍ୟରେ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଶବାଗାର ପାଇଁ ବିଯୁକ୍ତ ୨୦ ଡିଗ୍ରୀ ଓ ପ୍ଳ୍ଜମା ସଂରକ୍ଷଣ ପାଇଁ ବିଯୁକ୍ତ ୪୦ ଡିଗ୍ରୀ ର ଦୁଇଟି ପ୍ରିଂଜର କ୍ରୟ, ପରିବହନ ପାଇଁ ଦୁଇଟି ଟ୍ରଲି, ୬ଟି ହୁଇଲ ଚେୟାର କ୍ରୟ ପାଇଁ ନିଷ୍ପତ୍ତି ନିଆଗଲା। ପ୍ରାରମ୍ଭରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା- ସୁଧାଂଶୁ ଶେଖର ବଳ ସମସ୍ତଙ୍କୁ ସ୍ୱାଗତ କରିଥିଲେ। ଏ-ଡି-ଏମ୍ଓ- ଡା- ଅନୁପ କୁମାର ନାଥଶର୍ମା ଏଜେଣ୍ଡା ଅନୁସାରେ ଆଲୋଚନାକୁ ଆଗେଇ ନେଇଥିଲେ ଓ ଶେଷରେ ଧନ୍ୟବାଦ ପ୍ରଦାନ କରିଥିଲେ। ଏହି ବୈଠକରେ ଆଇ-ଏ-ଏସ୍ପ୍ରୋବେସନର ସଚିନ ପାୱାର, ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଅକ୍ଷୟ କୁମାର ମଲ୍ଲିକ, ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି, ରୋଗୀ କଲ୍ୟାଣ କାର୍ଯ୍ୟକାରିଣୀ କମିଟି ସଦସ୍ୟ ଡା- ରାଜ କିଶୋର ପଣ୍ଡା, ଡା- କାର୍ତ୍ତିକ ଚନ୍ଦ୍ର ରାଉତଙ୍କ ସହ ଅନ୍ୟାନ୍ୟ ଡାକ୍ତର ଓ ସଦସ୍ୟ ମାନେ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.