Home ଓଡ଼ିଶା କାଳିଆ ଯୋଜନାରେ ଭୁଲ ହିତାଧିକାରୀ ଚିହ୍ନଟକାରୀ ଅଧିକାରୀଙ୍କ ଠାରୁ ଟଙ୍କା ଆଦାୟ କର, ଗରିବ ଚାଷୀଙ୍କ...

କାଳିଆ ଯୋଜନାରେ ଭୁଲ ହିତାଧିକାରୀ ଚିହ୍ନଟକାରୀ ଅଧିକାରୀଙ୍କ ଠାରୁ ଟଙ୍କା ଆଦାୟ କର, ଗରିବ ଚାଷୀଙ୍କ ଠାରୁ ନୁହେଁ-ନିରଞ୍ଜନ

203

ଭୁବନେଶ୍ୱର-୩୦/୭ (ଓଡ଼ିଆ ପୁଅ) – ସାରା ଓଡିଶାର ଲୋକେ କରୋନା ମାହାମାରି ନେଇ ଚିନ୍ତାଗ୍ରସ୍ତ।ଦିନମଜୁରିଆ, ଚାଷୀ, ବେକାର ଯୁବକ, ପରିବା ବିକାଳୀ ଓ ଉଠାଦୋକାନୀ ଙ୍କ ସମେତ ପ୍ରବାସୀ ଓଡ଼ିଆ ଶ୍ରମିକ ଆଜି ରୋଜଗାର ବିନା ମୁଣ୍ଡରେ ହାତଦେଇ ବସିଛନ୍ତି।ନିଜର ପରିବାର ସଦସ୍ୟ ମାନଙ୍କୁ ଦି ଓଳି ଦାନା ଯୋଗେଇବା ସେମାନଙ୍କ ପାଇଁ ସମସ୍ୟା ହୋଇଛି।ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସଟଡାଉନ ଓ ଲକଡାଉନ ଆଦେଶକୁ ଦୀର୍ଘଦିନ ଧରି ମାନିବା ଫଳରେ ଲୋକେ ନିଜ ନିଜର ରୋଜଗାର ହରାଇ ବସିଛନ୍ତି।କିନ୍ତୁ ସରକାରୀ ବାବୁମାନେ କୋଭିଡ ପରିଚାଳନା ନେଇ ଅନେକ ପ୍ରଚାର କରୁଛନ୍ତି, ବାହାବା ନେଉଛନ୍ତି।ରାଜ୍ୟର କେବିକେ ଅଞ୍ଚଳରେ ସାଧାରଣ ଜନତାଙ୍କ ସ୍ୱାସ୍ଥ୍ୟ ଓ ଚିକିତ୍ସା କୁ ଗୁରୁତ୍ବ ନଦେଇ ସେଠାରୁ ଡାକ୍ତର ମାନଙ୍କୁ ପ୍ରତ୍ୟାହାର କରି ଆଣିବା ପରିତାପ ଓ କ୍ଷୋଭ ର ବିଷୟ ବୋଲି ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଆଜିର ପ୍ରେସବାର୍ତ୍ତାରେ ପ୍ରକାଶ କରିଛନ୍ତି।

ପ୍ରବାସୀ ଓଡ଼ିଆ ଶ୍ରମିକ ମାନେ ସରକାରଙ୍କ ଠାରୁ କୌଣସି ସହାୟତା ନପାଇବା ଫଳରେ ନିରୁପାୟ ହୋଇ ପୁନଶ୍ଚ ଓଡିଶାରୁ ଫେରିଯିବାକୁ ବସିଲେନି।ଚାଷୀଙ୍କ ଯଥା ଆଜି ଯାଏ ସରକାର ବୁଝିଲେ ନାହିଁ ଫଳରେ ଚାଷ ଠପ ହୋଇଯାଇଛି।ଛୋଟ ବ୍ୟବସାୟୀ ଓ ମଧ୍ୟବିତ୍ତ ପରିବାର ସମେତ ବେକାର ଯୁବକ ଯୁବତୀ ମାନଙ୍କୁ ମାସିକ ୭ ହଜାର ପାଞ୍ଚସହ ଲେଖାଏଁ ୬ ମାସ ପର୍ୟ୍ୟନ୍ତ ଦେବାକୁ କଂଗ୍ରେସ ଦାବି କରିଥିଲା, ତାହା ମଧ୍ୟ ସରକାର ଶୁଣିଲେ ନାହିଁ।୨୦୧୯ ରେ ଭୋଟ ନେବା ପାଇଁ ବାହାନା କରି କାଳିଆ ଯୋଜନା ମାଧ୍ୟମରେ ଦିଆଯାଇଥିବା ଟଙ୍କା କରୋନା ଦୁର୍ଦ୍ଦିନ ସମୟରେ ଫେରସ୍ତ ଦେବାକୁ ନୋଟିସ ଦେବା ସାଧାରଣ ଜନତାଙ୍କ ପାଇଁ ବେଡି ଉପରେ କୋରଡା ସଦୃଶ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।ଏହି କାଳିଆ ଯୋଜନା ଟଙ୍କା ଦେବାପାଇଁ ହିତାଧିକାରୀ ଚିହ୍ନଟ ପ୍ରକ୍ରିୟାରେ ଭୁଲ ତଥ୍ୟ ଦେବାଯୋଗୁଁ ଅଯୋଗ୍ୟ ହିତାଧିକାରୀ ଟଙ୍କା ପାଇଲେ।ଏଣୁ ଭୁଲ ତଥ୍ୟ ଦେଇଥିବା ଅଧିକାରୀଙ୍କ ଠାରୁ ସରକାର ଏହି ଟଙ୍କା ଅସୁଲ କରିବା ଆବଶ୍ୟକ।ବେରୋଜଗାର ଘରେ ଖାଇବା ପାଇଁ ନାହିଁ, ସେମାନେ କାଳିଆ ଟଙ୍କା ଫେରାଇବେ କେମିତି ବୋଲି ସେ ପ୍ରଶ୍ନ କରିଛନ୍ତି।ସରକାରଙ୍କର କୋଭିଡ ପରିଚାଳନାକୁ ରାଜ୍ୟ କଂଗ୍ରେସ ତରଫରୁ ସହଯୋଗ କରାଯାଇ ଅନେକ ଗୁଡିଏ ପ୍ରସ୍ତାବ ଦିଆଯାଇଥିଲା, କିନ୍ତୁ ସରକାର ସେ ସବୁ ପ୍ରସ୍ତାବ କୁ ଗୁରୁତ୍ଵ ଦେଲେ ନାହିଁ ଫଳରେ ଆଜି ସାରା ରାଜ୍ୟରେ କରୋନାର ବିଭୀଷିକା ମାଡିଗଲାଣି ତଥାପି ସରକାର ଚେତୁ ନାହାନ୍ତି।ଭୁବନେଶ୍ୱରରେ ଯାହା ନିଷ୍ପତି ହେଉଛି ସଚିବାଳୟରେ ତାହା ଗ୍ରାମାଞ୍ଚଳରେ କାର୍ୟ୍ୟକାରୀ ହୋଇପାରୁନାହିଁ।ଫଳରେ ରାଜ୍ୟର ଗରିବ ଜନସାଧାରଣ ଧୀରେ ଧୀରେ ଅନାହାର ଆଡକୁ ଗତି କରୁଥିବା ପରିଲିଖିତ ହେଉଛି।ଏବେ ବି ସମୟ ଅଛି, ଯଦି ସରକାର ଉଚିତ ପଦକ୍ଷେପ ନ ନିଅନ୍ତି ରାଜ୍ୟବାସୀଙ୍କର ନା ରହିବ ଜୀବନ ନା ଜୀବିକା ବୋଲି ଶ୍ରୀ ପଟ୍ଟନାୟକ ଚେତାବନୀ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.