Home ଜିଲ୍ଲା ପରିକ୍ରମା ବେଆଇନ ବାଲି ଚାଲାଣକୁ ନେଇ ପ୍ରଶାସନ ବିରୁଦ୍ଧରେ ଆରମ୍ଭ ହେଲା ଜନ ଆନ୍ଦୋଳନ

ବେଆଇନ ବାଲି ଚାଲାଣକୁ ନେଇ ପ୍ରଶାସନ ବିରୁଦ୍ଧରେ ଆରମ୍ଭ ହେଲା ଜନ ଆନ୍ଦୋଳନ

152

ଯାଜପୁର ୩୦ା୭ (ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଯାଜପୁର ଜିଲ୍ଲା କୋରେଇ ବ୍ଲକ ମୁକୁନ୍ଦପୁର ଗ୍ରାମପଞ୍ଚାୟତରେ ଚାଲିଥିବା ବେଆଇନ ବାଲି ଚାଲାକୁ ବିରୋଧ କରି ଆଜି ମୁକୁନ୍ଦପୁର ଗ୍ରାମରେ କିଛି ଗ୍ରାମବାସୀ ବାଲି ଖାନକୁ ବାଲି ଲୋଡ ପାଇଁ ଯାଇଥିବା ଟ୍ରକ୍ ଗୁଡିକୁ ଅଟକାଇବା ଗ୍ରାମବାସୀଙ୍କ ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି। ଘଟଣାସ୍ତଳରେ ଚାପା ଉର୍ତ୍ତେଜନା ଦେଖା ଯାଇଥିଲେହେଁ କୋରେଇ ପୁଲିସ ଘଟଣା ସ୍ଥଳରେ ନପହଞ୍ଚି ବା କୁ ନେଇ ସାଧାରଣରେ ବିସ୍ମୟ ପ୍ରକାଶ ପାଇଛି। ବ୍ୟାସନଗର ତହସିଲଦାର ଗତ ୨ା୬୨୦୨୦ରିଖରେ ପତ୍ର ସଂଖ୍ୟା ୨୫୫୪, ୨୫୫୬ ଓ୨୫୫୫ରିଖରେ ଦେବେନ୍ଦ୍ର ଘଡାଇ, ସାଆଁଳ, ମିତମ୍ବିନୀ ମିଶ୍ର ମୁକୁନ୍ଦପୁର ଓ ବାସୁଦେବ ପରିଡା ଙ୍କୁ ନୋଟସ କରି ମୁକନ୍ଦ ପୁର ସମେତ ସମସ୍ତ ବେଆଇନ ବାଲି ଘାଟକୁ ବନ୍ଦ କରି ଦେଇଥିବା ବେଳେ ଆଜି ଠାରୁ ଲିଜ୍ଧାରୀ ମାନେ ଯୋର ଜବରଦସ୍ତ ବଲି ଡଠାଇବା ଦେଖି ଗ୍ରାମର କେତେକ ଲୋକେ ସରକାରୀ ନିୟମ ଅନୁଯାଇ ବାଲି ଉର୍ତ୍ତୋଳନ କରିବାକୁ ଅଡି ବସି ରୋଡ ମ୍ୟାପ ଅନୁଯାଇ ଗାଡି ଚଳାଇବାକୁ ହାବି କରି ରାସ୍ତାରୋକ କରିବା ଆନ୍ଦୋଳନ କାରୀ ମାନେ ପ୍ରକାଶ କରିଛନ୍ତି। ନିର୍ଦ୍ଦେଶକୁ ଅବଜ୍ଞା କରି ତଳିଆ କର୍ମଚାରୀଙ୍କୁ ହାତ ଗୁଞ୍ଜା ଦେଇ ଏପରି ବେନୀୟମ କାଯାର୍ଯ୍ୟ କରୁଥିବା ଗ୍ରାବବାସୀ ମାନେ ଜିଲ୍ଲାପାଳ, ତହସିଲଦାର ଓ ଜିଲ୍ଲା ଆରକ୍ଷୀଅଧିକ୍ଷଙ୍କୁ ପତ୍ର ମାଧ୍ୟମରେ ଅଭିଯୋଗ କରିବା ଗଣମାଧ୍ୟମ ନିକଟରେ ପ୍ରଶାନକୁ ପ୍ରେରଣ କରିଥିବା ପତ୍ରର ନକଲ ପ୍ରଦାନ କରିଛନ୍ତି। ସୂଚନା ଯୋଗ୍ୟ ମୁକୁନ୍ଦପୁର ବୈତରଣୀ ବାଲି ଘାଟ ଖାତା ନଂ ୧୦୩୧ ପ୍ଲଟ୍ ନଂ-୧୫ରୁ ବାଲି ଲୋର୍ଡ କରିବାକୁ ସରକାରଙ୍କ ନିକଟରେ ଲିଜ ଧାରୀ ମିତମ୍ବିନୀ ମିଶ୍ର ଚୁକ୍ତି କରିଥିବାବେଳେ ଖାତା ନଂ ୧୦୩୧ ପ୍ଲଟ୍ ନଂ-୧୪ରୁ ବେଆଇନ୍ ମେସିନ ସାହାଯ୍ୟରେ ବାଲି ଉର୍ତ୍ତୋଳନ କରାଯାଇଛି। ପ୍ରଶାସନ ମାନୁଆଲ ବାଲି ଉର୍ତ୍ତୋଳନ କରିବାକୁ ନିର୍ଦ୍ଦେଶନାମାରେ ଉଲ୍ଲେଖ କରିଥିବା ବେଳେ ବେଆଇନ ଭାବେ ବୁଟୁଙଯିଆରେ ବାଲି ଉର୍ତ୍ତେନ କରି ସରକାରଙ୍କ ଆର ଫର୍ମ ନଦେଇ ବେନିୟମ ବାଲି ଲୋକରାଇ ସରକାରଙ୍କ ରାଜ୍ୱସ ହରିଲୁଟ କରିବା ଦେଖାଯାଇଛି। ବ୍ୟସନଗର ତହସିଲଦାର ଲିଜ୍ ଧାରୀ ମାନଙ୍କୁ ପ୍ରତି ଟ୍ରକରେ ୬ ଘନମିଟର ବାଲି ପରିବହନ କରିବାସହ ବର୍ଷକୁ ୧୦୦୦ ସିଏମ ବାଲି ଉଠାଣ କରିବାକୁ ନିର୍ଦ୍ଦେ ଦେଇଥିଲେର୍ହେ ଦିନକୁ ମେସିନ ସାହାଯଁ ବେନିୟମ ଭାବେ ହଜାର ହଜାର ସିଏମ ବାଲି ଚୋରା ଯାଲଣ ହେଉଥିବା ଦେଖିବାକୁ ମିଳିଛି। ସୂର୍ଯ୍ୟସ୍ତ ପରେ ଓ ସୂଯ୍ୟ ଉଦୟ ପୂର୍ବରୁ ବାଲି ପରିବହନ ହୋଇପାରିବ ନାହିଁ ବୋଲି ଜିଲ୍ଲା ପ୍ରଶାସନ ନିୟମ କରିଥିବା ବେଳେ ବାଲି ବେପାରୀ ମାନେ ୨୪ ଘଣ୍ଟା ଗାଡି ଚଳା ଚଳ କରାଇ ଉକ୍ତ ନିୟମକୁ ଖୋଲା ଖୋଲି ଉଲଙ୍ଗନ କରିବା ଦେଖିବାକୁ ମିଳିଛି। ବାଲି ପରିବହନ ହେବା ଫଳରେ ରାସ୍ତା ଘଟଗୁଡିକ ନଷ୍ଟ ନହେବା ପାଇଁ ବା ରାସ୍ତା ତିଆରି କରିବାକୁ ଜିଲ୍ଲା ପ୍ରଶାସନ ନିକଟରେ ଚୁକ୍ତି କରିଥିଲେର୍ଡେ ରାସ୍ତା ଘଶଟ ଗୁଡିକୁ ଖାଲଖମାର କରି ଯାତାୟତ କରୁଥିବା ଲୋକ ମାନଙ୍କର ଧନ ଜୀବନ ହାନି କରୁଥିବା ପୁଲିସ ରେକର୍ଡରୁ ଜଣା ପଡିଛି। ପ୍ରଶାସନି ଅଧିକାରୀ ମାନେ ଜାଣିସୁଣି ବାଲି ଲିଜ୍ ଧାରୀ ମାନଙ୍କୁ ବେଆଇନ୍ ସାହର୍ଯ୍ୟ କରି ଦୈନଦିନ ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ହାନି କରିବା ସରକାରଙ୍କ ପାଇଁ ଚିନ୍ତାରଯ ବିଷୟ ହୋଇଛି।

ସ୍ଥାନୀୟ ପୁଲିସ ପକ୍ଷରୁ ବୈତରଣୀ ରୋଡ ସମେତ ସଠିପୁର ବଜାରରେ ଟ୍ରାଫିକଜ ସମସ୍ୟା ପାଇଁ ବାଲି ଗାଡି ଗୁଡିକୁ ସନ୍ଧ୍ୟା ୫ଟା ପରେ ନୋଏ୍ରଣ୍ଟ୍ରି ନିୟମ କରିଥିବାବେଳେ ତାକୁ ଗାଡି ଚାଳକ ମାନେ ନମାନି ଗାଡି ଚଳାଚଳ କରିବା ଦ୍ୱାରା ଦୁଇଟି ବଜାରରେ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେବା ସହ ରାସ୍ତା ଦୃର୍ଘଟଣା ବୃଦ୍ଧି ପାଇବା ପୁଲିସ ରେକର୍ଡରୁ ଜଣା ପଡିଛି। ସରକାରୀ ଅଧିକାରୀ ମାନେ ଲିଜ ଧାରୀ ମାନଙ୍କ ଉପରେ କଟକଣା ଯାରି ନକରି ଫଳରେ ଆଗାମି ଦିନରେ ଏହାକୁ ନେଇମୁକୁନ୍ଦପୁର ବାସିନ୍ଦା ମାନେ ନ୍ୟାୟାଳୟର ଦ୍ୱାରସ୍ତ ହେବେ ବୋଲି ଜିଲ୍ଲାପାଳଙ୍କୁ ଶତାଧିକ ଜନସାଧାରଣ ଅଭିଯୋଗ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.