Home ଜିଲ୍ଲା ପରିକ୍ରମା ରେଳବାଇ ପୁଲିସ୍ ଦ୍ୱାରା ମୋବାଇଲ୍ ଲୁଟେରା ଗିରଫ

ରେଳବାଇ ପୁଲିସ୍ ଦ୍ୱାରା ମୋବାଇଲ୍ ଲୁଟେରା ଗିରଫ

39

ଭଦ୍ରକ, ୧୧ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ରେଳବାଇ ପୁଲିସ୍ ହାତରେ ଧରାପଡିଲେ ମୋବାଇଲ୍ ଲୁଟେରା ଗ୍ୟାଙ୍ଗ । ଏଥିରେ ସଂପୃକ୍ତ ଦୁଇ ଅଭିଯୁକ୍ତ ଗରିଫ ହୋଇଛନ୍ତି ଓ ତାଙ୍କଠାରୁ ୧୩ ଟି ଚୋରା ମୋବାଇଲ୍ ଫୋନ୍ ଜବତ କରାଯାଇଛି । ହାୱାଡା-ଯଶବନ୍ତପୁର ଟ୍ରେନ୍ ଯାଉଥିବା ସମୟରେ ଗତକାଲି ବିଳମ୍ବିତ ରାତିରେ ଭଦ୍ରକ ଜିଆରପି ପୁଲିସ୍ ଏହି ମୋବାଇଲ୍ ଲୁଟେରାଙ୍କୁ ଧରିଥିଲା । ପରେ ଅଧିକ ଚଢାଉ କରିବା ପାଇଁ ଆରପିଏଫ୍‌ର ସହଯୋଗ ନେଇଥିଲା ଜିଆରପି ପୁଲିସ୍ । ଉଭୟ ଜିଆରପି ଥାନାଧିକାରୀ ସନ୍ତୋଷ କୁମାର ବାହିନୀପତି ଓ ଆରପିଏଫ୍ ଥାନାଧିକାରୀ ବିକାଶ ରଂଜନ ସିଂଙ୍କ ମିଳିତ ଉଦ୍ୟମରେ ଦୁଇ ମୋବାଇଲ୍ ଲୁଟେରାକୁ ଧରିଥିଲେ । ଏମାନଙ୍କ ନିକଟରୁ ବିଭିନ୍ନ ନାମୀଦାମୀ କଂପାନୀର ୧୩ ଟି ମୋବାଇଲ୍ ଫୋନ୍ ଜବତ କରାଯାଇଥିବାବେଳେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜିଆରପି ପୁଲିସ୍ ସୂଚନା ଦେଇଛି । ଦୁିଜଣ ମୋବାଇଲ୍ ଲୁଟେରା ହେଲେ ପୁରୁଣାବଜାର ଥାନା ଅଧୀନସ୍ଥ ସନ୍ଥିଆ-ନୀଳକଣ୍ଠପୁର ଗ୍ରାମର ଜିତେନ୍ଦ୍ର ସିଂ ଓ ଟାଉନ୍ ଥାନା ଅଧୀନସ୍ଥ ଡାହାଣୀଗଡିଆ ଛକର ରାଜେଶ ବେହେରା ଓରଫ ରାଜୁ ରେଡି । ଟ୍ରେନ୍‌ରେ ଯାତ୍ରୀମାନଙ୍କ ନିକଟରୁ ଏହି ଲୁଟେରା ମାନେ ମୋବାଇଲ୍ ଲୁଟ୍ କରିଥାନ୍ତି । ଭଦ୍ରକ ରେଳବାଇ ଥାନାରେ ୫/୨୧ ଓ ୫୬/୨୧ ମାମଲା ରୁଜୁ ହୋଇ ଏମାନଙ୍କୁ ଗିରଫ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.