Home ଜିଲ୍ଲା ପରିକ୍ରମା ମାଲକାନଗିରି ପୌରପରିଷଦ ଅଚଂଳରୁ ଗୋଟିଏ ଦିନରେ ୪ କରୋନା ପଜିଟିଭ ଚିହ୍ନଟ

ମାଲକାନଗିରି ପୌରପରିଷଦ ଅଚଂଳରୁ ଗୋଟିଏ ଦିନରେ ୪ କରୋନା ପଜିଟିଭ ଚିହ୍ନଟ

42

ମାଲକାନଗିରି,୧୧ା ୪(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାରେ ଧିରେ ଧିରେ କରୋନା ସଂକ୍ରମଣ ବୃଦ୍ଧିିପାଇବାରେ ଲାଗିଛି,ଆଜି ପୁଣି ଜିଲ୍ଲାରେ ୪ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଗତ ସପ୍ତାହକ ମଧ୍ୟରେ ୧୦ଜଣ କରୋନା ପଜିଟିଭ ଚିହ୍ନଟ ହୋଇସାରିଲେଣି । ଆଜିର କରୋନା ପଜିଟିଭ ଚିହ୍ନଟ ୪ଜଣ ଯାକ ମାଲକାନଗିରି ପୌରପରିଷଦ ଅଚଂଳର । ଏହି ୪ଜଣଙ୍କର ସାଧାରଣ ଜ୍ୱର ଲକ୍ଷଣ ଥିବାରୁ ସେମାନେ ଚିକିତ୍ସା ପାଇଁ ହସପିଟାଲକୁ ଯାଇଥିଲେ , ସେଠାରେ ତାଙ୍କର ପରୀକ୍ଷାରୁ କରୋନା ପଜିଟିଭ ଚିହ୍ନଟ ହୋଇଛି । ଏହି ଚିହ୍ନଟ ୪ଜଣ ଙ୍କୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୨୫୪ରେ ପହଁଚି ଥିବା ବେଳେ ସେମାନଙ୍କ ମଧ୍ୟରୁ ୫୨୨୧ ଜଣ ସୁସ୍ଥ ହୋଇ ନିଜ ଘରକୁ ଫେରିଛନ୍ତି ଓ ୮ ଜଣ କରୋନା ଆକ୍ରାନ୍ତ ହସପିଟାଲରେ ଚିକିତ୍ସାଧିନ ରହିଛନ୍ତି । ଇତି ମଧ୍ୟରେ ୨୫ ଜଣଙ୍କର ମୃତ୍ୟୁ ଘଟିଥିବାର ଜିଲ୍ଲାପ୍ରଶାସନ ସୁତ୍ରରୁ ଜଣାପଡିଛି । ଆଜିର ଚିହ୍ନଟ ୪ଜଣ କରୋନା ଆକ୍ରାନ୍ତ ଅନ୍ୟ କେଉଁ ଲୋକଙ୍କ ସଂସ୍ପର୍ଷରେ ଆସିଛନ୍ତି କି ନାହିଁ ତାହାର ଜାଚଂ ଚାଲିଛି । କରୋନା ସଂକ୍ରମଣରୁ ସୁରକ୍ଷିତ ରଖିବା ପାଇଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଅଚଂଳ ରୁ କଟେଂନମେଟଂ ଜୋନ ଘୋଷଣା କରାଯାଇଛି । କରୋନାର ଦ୍ୱିତୀୟ ଲହରୀ ଲେଉଠିଥିବାରୁ ଜିଲ୍ଲାପ୍ରଶାସନ ପକ୍ଷରୁ ନାଇଟ କର୍ଫ୍ୟୁ ଜାରି କରାଯାଇଛି । କୋଭିଡ ନିୟମ ପାଳନ କରିବା ସହ ମାସ୍କପରିଧାନ କରିବା, ସାମାଜିକ ଦୂରତା ଅବଲମ୍ବନ କରିବା ଆଦି କରୋନା କଟକଣା ସଂପର୍କରେ ଜନ ସଚେତନତାର ବାର୍ତାଦେବା ସହ ଦୋକାନ ବଜାର ସମ୍ମୁଖରେ ନାଲି ରିବନ ଫିତା ବାନ୍ଧି ଗ୍ରାହକ ମାନଙ୍କ ସାମଜିକଦୂରତା ଅବଲମ୍ବନ କରିବା ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ଜନସାଧରଣଙ୍କୁ ପରାମର୍ଶ ଦିଆଯାଇଛି । ଆନ୍ଦ୍ରପ୍ରଦେଶ ସୀମାନ୍ତ ମୋଟୁ ଓ ଛତିଶଗଡ ରାଜ୍ୟ ସୀମାନ୍ତ ସିଲ କରି ଚାଲାଣଗୁଡା ଠାରେ ଚେକପୋଷ୍ଟ ପ୍ରତିଷ୍ଟା କରାଯାଇ ଛତିଶଗଡ ରାଜ୍ୟକୁ ବସ ଓ ଯାନବାହନ ଚଳାଚଳ ବନ୍ଦ କରିଦିଆ ଯାଇଛି, ସୀମାରେ ଚେକ ପୋଷ୍ଠ ପ୍ରତିଷ୍ଟା କରାଯାଇ ଛୋଟ ଯାନଗୁଡିକୁ ଜାଂଚ ସହ ଜାତାୟତ କରୁଥିବା ଲୋକମାନଙ୍କୁ ଥର୍ମାଲ ସ୍କ୍ରିନିଂ କରାଯାଉଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.