Home ଜିଲ୍ଲା ପରିକ୍ରମା ରେଳବାଇ ପରାମର୍ଶଦାତା କମିଟିର ବୈଠକ ଅନୁଷ୍ଠିତ

ରେଳବାଇ ପରାମର୍ଶଦାତା କମିଟିର ବୈଠକ ଅନୁଷ୍ଠିତ

20

ଭଦ୍ରକ, ୨୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ନୂତନ ଭାବେ ମନୋନୀତ ହୋଇଥିବା ଭଦ୍ରକ ରେଳବାଇ ପରାମର୍ଶଦାତା କମିଟିର ପ୍ରଥମ ବୈଠକ ଭଦ୍ରକ ଷ୍ଟେସନ ପରିସର ଅଭ୍ୟର୍ଥନା ଗୃହରେ ଅନୁଷ୍ଠିତ ହୋଇଯାଇଛି। ଯାଜପୁର-ଭଦ୍ରକ ମୁଖ୍ୟ ବାଣିଜ୍ୟିକ ନିରୀକ୍ଷକ ସୁନୀଲ କୁମାର ବେହେରାଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଖୋର୍ଦ୍ଧା ରେଳବାଇ ଡିଭିଜନର ସହକାରୀ ବାଣିଜ୍ୟିକ ପରିଚାଳକ ଶ୍ରୀ ବିଶିଷ୍ଟ କୁମାର ପ୍ରଧାନ ପୌରୋହିତ୍ୟ କରିଥିଲେ। ଭଦ୍ରକ ଷ୍ଟେସନ ମଧ୍ୟରେ ଥିବା ଦ୍ୱିତୀୟ ଉଡନ୍ତା ପୋଲର ବାହାର ରାସ୍ତା ଯାଏ ସଂପ୍ରସାରଣ, ପୁରୁଣା ଉଡନ୍ତା ପୋଲକୁ ଆସନ୍ତା କାଳୀପୂଜା ପୂର୍ବରୁ ମରାମତି, ପ୍ଲାଟଫର୍ମ ମଧ୍ୟରେ ଥିବା ରେଳଯାତ୍ରୀମାନଙ୍କ ଆଶ୍ରୟୀସ୍ଥଳୀକୁ ସଂପୂର୍ଣ୍ଣ ରେଳ ପ୍ଲାଟଫର୍ମ ମଧ୍ୟରେ ସଂପ୍ରସାରଣ ଓ ପୁରୁଣା ଛାତର ମରାମତି, ଷ୍ଟେସନ ପ୍ଲାଟଫର୍ମ ମଧ୍ୟରେ ଯାତ୍ରୀମାନଙ୍କ ସୁବିଧା ପାଇଁ ଅଧିକ ଶୁଖିଲା ଖାଦ୍ୟଷ୍ଟଲ ନିର୍ମାଣ ଅନୁମତି, ଭିନ୍ନକ୍ଷମ ଯାତ୍ରୀମାନଙ୍କ ପାଇଁ ଏକ୍‌ଜାଭେଟର ବ୍ୟବସ୍ଥା, ଉଡନ୍ତା ପୋଲ ଦେଇ ଯାତାୟତ ସମୟେ ଲିଫ୍ଟକୁ ଦିବାରାତ୍ର ବିଦ୍ୟୁତ୍ ସଂଯୋଗ ଓ ରକ୍ଷଣାବେକ୍ଷଣ, ପ୍ଲାଟଫର୍ମ ପରିସରରେ ବ୍ୟାଟେରୀ ଚାଳିତ ଗାଡି ଯାତାୟତକୁ ଅନୁମତି, ପୁରାତନ ଉଡନ୍ତା ପୋଲ ତଳେ ଥିବା ବେଆଇନ୍ ଯାତାୟତ ପଥକୁ ଯାତ୍ରୀ ସୁରକ୍ଷା ପାଇଁ ତୁରନ୍ତ ବନ୍ଦ, ସଂପୂର୍ଣ୍ଣ ଷ୍ଟେସନ ପରିସରକୁ ସିସିଟିଭି ମଧ୍ୟରେ ଆବଦ୍ଧ କରି ରଖିବା, ଷ୍ଟେସନ ବାହାରେ ଗାଡି ପାର୍କିଂ ସୀମା ନିର୍ଦ୍ଧାରଣକୁ ଆସନ୍ତା ଐତିହାସିକ କାଳୀପୂଜା ପୂର୍ବରୁ ସମାପ୍ତ କରିବା ଆଦି ପ୍ରସ୍ତାବ ଗୃହିତ ହୋଇଥିଲା। ଏହି ବୈଠକରେ ଅଧିବକ୍ତା ଅତିଶ ବେହେରା, ଅଧିବକ୍ତା ଗଦାଧର ବଳ, ସମାଜସେବୀ ରମେଶ ବେହେରା, ବ୍ରଜସୁନ୍ଦର ନାୟକ, ସୀତାକାନ୍ତ ଦାସ ଓ ଭଦ୍ରକ ଷ୍ଟେସନ ପରିଚାଳକ ସୁବାଷ ଚନ୍ଦ୍ର ସାହୁ, ଅଫିସ ସୁପରିଟେଣ୍ଡେଟ୍ ପଦ୍ମନାଭ ବେହେରା ଓ ଅନ୍ୟ ପଦାଧିକାରୀମାନେ ଯୋଗ ଦେଇ ନିଜ ନିଜର ପ୍ରସ୍ତାବ ରଖିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.