Home ଜିଲ୍ଲା ପରିକ୍ରମା ରାଜପଥ ଡିଭାଇଡରରୁ ମୃତଦେହ ଉଦ୍ଧାର

ରାଜପଥ ଡିଭାଇଡରରୁ ମୃତଦେହ ଉଦ୍ଧାର

24

ଭଦ୍ରକ, ୨୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥର କହରୋପୋଖରୀ ଦମକଳ ଅଫିସ ସମ୍ମୁଖ ଡିଭାଇଡର ଉପରୁ ଆଜି ସକାଳେ ଗୋଟିଏ ମୃତଦେହ ଉଦ୍ଧାର ହୋଇଛି। ଗଛପୂର୍ଣ୍ଣ ଡିଭାଇଡରକୁ ଫୁଲ ତୋଳିବାକୁ ଯାଇଥିବା ସ୍ଥାନୀୟ ଲୋକେ ମୃତଦେହ ପଡିଥିବା ଦେଖି ପୁଲିସକୁ ଖବର ଦେଇଥିଲେ। ମୃତବ୍ୟକ୍ତି ଜଣକ ହେଲେ ସ୍ଥାନୀୟ ପିରପୁର ଗ୍ରାମର କୈଳାସ ମହାନ୍ତି(୬୨)। ପୁଲିସ ଘଟଣା ସ୍ଥଳରେ ପହଞ୍ôଚ ଶବ ଉଦ୍ଧାର କରି ମେଡିକାଲକୁ ଆଣିଥିଲା। ଶବ ନିକଟରେ ପଡିଥିବା ପିନ୍ଧା ସାର୍ଟ, କଠେ ବିଡି ଓ ଲାଇଟରକୁ ପୁଲିସ ଜବତ କରିଥିଲା। ଉପଖଣ୍ଡ ପୁଲିସ ଅଧିକାରୀ ବିଜୟକୃଷ୍ଣ ମହାପାତ୍ର ଓ ଥାନାଧିକାରୀ ଅମିତାଭ ଦାଶ ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିଥିଲେ। ଅପରାହ୍ନରେ ବାଲେଶ୍ୱରରୁ ପୁଲିସ ବୈଜ୍ଞାନିକ ଅନୁସନ୍ଧାନକାରୀ ଦଳ ଅନୁଧ୍ୟାନ କରିବା ପରେ ବ୍ୟବଚ୍ଛେଦ ପାଇଁ ଶବ ଭଦ୍ରକ ପଠାଯାଇଥିଲା। ମୃତକର ପୁତ୍ର ମାନସ ମହାନ୍ତି ଘଟଣା ସମ୍ପର୍କରେ ଥାନାରେ ଏତାଲା ଦେଇଥିବା ଜଣାଯାଇଛି। ପାରିବାରିକ ସମସ୍ୟା ପାଇଁ ମଙ୍ଗଳବାର ସକାଳୁ ମୃତ କୈଳାସ ଘରୁ ନିଖୋଜ ହୋଇଯାଇଥିଲେ। ବୁଧବାର ସକାଳେ ମୃତଦେହ ମିଳିଥିଲା। ହତ୍ୟା କିମ୍ବା ଆତ୍ମହତ୍ୟା ଜାଣିବା ପାଇଁ ପୁଲିସ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିôତବା ଜଣାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.