Home କୋରାପୁଟ ରେଳବାଇ ଓ ଯୋଗାଯୋଗର ସମସ୍ୟା ୩ ମାସ ମଧ୍ୟରେ ସମାଧାନ ନ ହେଲେ କୋରାପୁଟ ସାଂସଦ...

ରେଳବାଇ ଓ ଯୋଗାଯୋଗର ସମସ୍ୟା ୩ ମାସ ମଧ୍ୟରେ ସମାଧାନ ନ ହେଲେ କୋରାପୁଟ ସାଂସଦ ଲୋକସଭାରେ କଳାବ୍ୟାଜ ଓ କଳା ପତାକା ଦେଖାଇ ପ୍ରତିବାଦ କରିବେ

95

କୋରାପୁଟ ୧୮-୦୮(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଲୋକସଭା ନିର୍ବାଚନ ମଣ୍ଡଳୀରେ ଅନେକ ସମସ୍ୟା ରହିଛି କିନ୍ତୁ  ରେଳବାଇ ଓ ଯୋଗାଯୋଗ ପ୍ରମୁଖ ସମସ୍ୟା ରହିଥିବା କୋରାପୁଟ ସାଂସଦ ସପ୍ତଗିରି ଉଲକା କୋରାପୁଟଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।କୋରାପୁଟ ବାଇପାସ ନିର୍ମାଣ ,ଗୁଣୁପୁରଠାରୁ ଥେରୁବାଲି ରେଳଲାଇନ , ଜୟପୁରଠାରୁ ମାଲକାନଗିରି ଓ ଜୟପୁରଠାରୁ ନବରଙ୍ଗପୁର ରେଳଲାଇନ ଏବଂ ରାୟଗଡା ରେଳବାଇ ଡିଭିଜନର ଅନେକ ସମସ୍ୟା ରହିଥିବା ସେ ସୂଚନା ଦେଇଛନ୍ତି ।କୋରାପୁଟ ଓ ରାୟଗଡା ଜିଲ୍ଲାରେ ଯୋଗାଯୋଗ କ୍ଷେତ୍ର ଅବହେଳିତ ହୋଇ ରହିଥିବା ସେ ଅଭିଯୋଗ କରିଥିଲେ ।କୋରାପୁଟ ଓ ରାୟଗଡା ଜିଲ୍ଲାର ୧୨୦ ପଂଚାୟତରେ ମୋବାଇଲ ଟାଓାର  ନ ଥିବା ଯୋଗୁଁ ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଥିବା ସେ ପ୍ରକାଶ କରିଛନ୍ତି ।କେନ୍ଦ୍ର ରେଳ ଓ ଆଇଟି ମନ୍ତ୍ରୀ ରାୟଗଡା ଓ କୋରାପୁଟ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛହି ।ପ୍ରଟୋକଲ ଅନୁସାରେ ସାଂସଦଙ୍କୁ ଜଣାଇବା କଥା କିନ୍ତୁ ଗସ୍ତ ସଂପର୍କରେ ଜଣାଇ ନ ଥିବା ସେ ପ୍ରକାଶ କରିଛନ୍ତି ।କୋରାପୁଟ ଲୋକସଭା ନିର୍ବାଚନ ମଣ୍ଡଳୀରେ ରେଳବାଇ ଓ ଯୋଗାଯୋଗ ସମସ୍ୟାଗୁଡିକ ୩ ମାସ ମଧ୍ୟରେ ସମାଧାନ କରିବାକୁ ସେ ଦାବି କରିଛନ୍ତି ।ଯଦି ୩ ମାସ ମଧ୍ୟରେ ଦାବିଗୁଡାକ ସମାଧାନ ନ ହୁଏ ତେବେ ଆସନ୍ତା ଲୋକସଭା ଶୀତକାଳୀନ ଅଧିବେଶନରେ ସେ କଳାବ୍ୟାଜ ଓ କଳା ପତାକା ଦେଖାଇ ପ୍ରତିବାଦ କରିବେ ବୋଲି ଚେତାବନୀ ଦେଇଛନ୍ତି ।କୋଟିଆ ଓଡିଶାର ଅଭିନ୍ନ ଅଙ୍ଗ , ଗୋଟିଏ ଇଂଚ ମାଟି ଛାଡିବୁ ନାହିଁ ବୋଲି ସେ ପ୍ରକାଶ କରିଛନ୍ତି ।ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା କଂଗ୍ରେସ କମିଟି ସଭାନେତ୍ରୀ ମିନାକ୍ଷୀ ବାହିନିପତି , ପୂର୍ବତନ ବିଧାୟକ ନିମାଇଁ ସରକାର , ରାମଚନ୍ଦ୍ର କାଡାମ ଓ କୈଳସ କୁଲେସିକା ଏବଂ ବରିଷ୍ଠ ନେତା କୃଷ୍ଣ କୁଲଦୀପ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.